ETV Bharat / bharat

First for Indian Rafale: ପ୍ରଥମ ଥର ଫ୍ରାନ୍ସରେ ମିଲିଟାରୀ ଅଭ୍ୟାସରେ ଉଡିବ ଭାରତୀୟ ରାଫେଲ

ଫ୍ରାନ୍ସରେ ଆୟୋଜିତ ମିଲିଟାରୀ ଅଭ୍ୟାସରେ ଉଡିବ ଭାରତୀୟ ରାଫେଲ । ବାୟୁସେନାରେ ସାମିଲ ହେବା ପରେ ବିଦେଶ ମାଟିରେ ଅଭ୍ୟାସରେ ପ୍ରଥମ ଅଂଶଗ୍ରହଣ । ଅଧିକ ପଢନ୍ତୁ

ଫ୍ରାନ୍ସରେ ମିଲିଟାରୀ ଅଭ୍ୟାସରେ ପ୍ରଥମ ଥର ସାମିଲ ହେବ ଭାରତୀୟ ରାଫେଲ

author img

By

Published : Apr 13, 2023, 7:44 PM IST

ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା ସମରାଭ୍ୟାସରେ ଉଡାଣ ଭରିବ ଭାରତୀୟ ବାୟୁସେନାର ରାଫେଲ ବିମାନ । ଫ୍ରାନ୍ସର ଏହି ଅଭ୍ୟାସରେ ସାମିଲ ହେବା ପାଇଁ ବାୟୁସେନାର ଏକ କଣ୍ଟିନଜେଣ୍ଟ ଆସନ୍ତାକାଲି (ଶୁକ୍ରବାର) ଫ୍ରାନ୍ସ ଅଭିମୁଖେ ଉଡାଣ ଭରିବେ । ଫ୍ରାନ୍ସ ଏୟାର ଆଣ୍ଡ ଫୋର୍ସ (FASF)ର ମୋଣ୍ଟ ଦେ ମରସନରେ ଏହି ଅଭ୍ୟାସ ହେବାକୁ ଯାଉଛି । ଫ୍ରାନ୍ସରୁ ଆମଦାନୀ ହୋଇ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଏହି ଅଭ୍ୟାସରେ ସାମିଲ ହେବା ପାଇଁ ଫ୍ରାନ୍ସ ଯାଉଛି । ତେବେ ବାୟୁସେନାରେ ନିୟୋଜିତ ହେବା ପରେ ଏହା ରାଫେଲର ପ୍ରଥମ ବିଦେଶରେ ଆୟୋଜିତ ଅଭ୍ୟାସରେ ଅଂଶଗ୍ରହଣ ।

ଫ୍ରାନ୍ସ ଯିବା ପାଇଁ ଚୟନ ହୋଇଥିବା ବାୟୁସେନାର କଣ୍ଟିନଜେଣ୍ଟରେ 4 ରାଫେଲ, ଦୁଇଟି ସି-17, ଦୁଇଟି ll-78 ଏୟାରକ୍ରାଫ୍ଟ ଅଂଶଗ୍ରହଣ କରିବେ । ଏହି ଅଭ୍ୟାସ ପାଇଁ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ପ୍ରଶିକ୍ଷିତ 165 ବାୟୁଯୋଦ୍ଧାଙ୍କୁ ମଧ୍ୟ ଚୟନ କରାଯାଇଛି । ଏହି ଅଭ୍ୟାସ 17 ଏପ୍ରିଲରୁ ଆରମ୍ଭ ହୋଇ 5 ମେ’ରେ ଶେଷ ହେବାକୁ ସୂଚୀ ନିର୍ଦ୍ଧାରିତ ହୋଇଛି । ଭାରତୀୟ ବାୟୁସେନାର ଏହି କଣ୍ଟିନଜେଣ୍ଟ ଆସନ୍ତାକାଲି (ଶୁକ୍ରବାର) ଫ୍ରାନ୍ସ ଗସ୍ତ କରୁଛି । ବାୟୁସେନାରେ ସାମିଲ ହେବା ପରେ ରାଫେଲ ପ୍ରଥମ ଥର ପାଇଁ ବିଦେଶ ମାଟିରେ ଆୟୋଜିତ କୌଣସି ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିବାକୁ ଯାଉଛି ।

ଏହି ବହୁଦେଶୀୟ ଅଭ୍ୟାସର ଆୟୋଜନ ଫ୍ରାନ୍ସ କରୁଥିବା ବେଳେ ଏଥିରେ ଭାରତ, ଜର୍ମାନ,ବ୍ରିଟେନ, ଆମେରିକା, ଗ୍ରୀସ, ଇଟାଲୀ, ନେଦରଲାଣ୍ଡ ଓ ସ୍ପେନ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ତେବେ ଏହି ଅଭ୍ୟାସରେ ଅଶଂଗ୍ରହଣ ଭାରତୀୟ ବାୟୁସେନା ପାଇଁ ଉପାଦେୟ ହେବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପୂର୍ବରୁ ଭାରତରେ ଆୟୋଜିତ ଡେଜର୍ଟ ନାଇଟ (Desert Knight) ଅଭ୍ୟାସରେ ଫ୍ରାନ୍ସ ଓ ନାଟୋ ସେନା ମଧ୍ୟ ଅଂଶଗ୍ରହଣ କରିସାରିଛନ୍ତି । ଏଥିରେ ଫ୍ରାନ୍ସ ବାୟୁସେନାର ମିରାଜ-2000 ଓ ରାଫେଲ ମଧ୍ୟ ଅଂଶଗ୍ରହଣ କରିଥିଲା ।

ଭାରତୀୟ ବାୟୁସେନାରେ ସଦ୍ୟତମ ସାମିଲ ହୋଇଥିବା ଅତ୍ୟାଧୁନିକ ଲଢୁଆ ଯୁଦ୍ଧ ବିମାନ ରାଫେଲକୁ ଫ୍ରାନ୍ସର ‘ଦାସ ଆଭିଏସନ’ ଦ୍ବାରା ନିର୍ମାଣ କରାଯାଇଛି । ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ 36ଟି ରାଫେଲ କିଣିଛି ଭାରତ । ଏହି ଡିଲ୍‌ ଅନୁସାରେ ସମସ୍ତ 36 ରାଫେଲକୁ ଫ୍ରାନ୍ସ ଭାରତକୁ ହସ୍ତାନ୍ତର ମଧ୍ୟ କରିସାରିଛି । ଏହି ରାଫେଲ ଭାରତରେ ପହଞ୍ଚିବା ପରେ ଏବେ ପୂର୍ବ-ଲଦ୍ଦାଖ କ୍ଷେତ୍ର ସହ ଅନ୍ୟ ପ୍ରମୁଖ ଏୟାରଫୋର୍ସ ବେସରେ ମଧ୍ୟ ମୂତୟନ ହୋଇଛନ୍ତି । ତେବେ ବାୟୁସେନାରେ ସାମିଲ ହେବା ପରେ ଏହା ଭାରତୀୟ ରାଫେଲର ପ୍ରଥମ ବିଦେଶୀ ଅଭ୍ୟାସରେ ଅଂଶଗ୍ରହଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.