ETV Bharat / bharat

Omicron Variant: ଦିଲ୍ଲୀରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଦିଲ୍ଲୀରେ ପଶିଲା ଓମିକ୍ରନ (Omicron Variant) । ମୁମ୍ବାଇ ପରେ ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ (First Covid Omicron case in Delhi ) ହୋଇଛନ୍ତି । ଆକ୍ରାନ୍ତ ଜଣକ ତାଞ୍ଜାନିଆରୁ ଫେରିଥିବା ଜଣାପଡିଛି । ଅଧିକ ପଢନ୍ତୁ

author img

By

Published : Dec 5, 2021, 12:15 PM IST

Updated : Dec 5, 2021, 12:35 PM IST

ଦିଲ୍ଲୀରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଦିଲ୍ଲୀରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପଶିଲା ଓମିକ୍ରନ (Omicron Variant) । ମୁମ୍ବାଇ ପରେ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ (First Covid Omicron case in Delhi ) ହୋଇଛନ୍ତି । ଆକ୍ରାନ୍ତ ଜଣକ ତାଞ୍ଜାନିଆରୁ ଫେରିଥିବା ଜଣାପଡିଛି । ଜଣେ ଯୁବକଙ୍କ ଠାରେ ଓମିକ୍ରନ୍‌ ଭୂତାଣୁ ଥିବା ମାମଲା ସାମ୍ନାକୁ ଆସିଛି । ସଂକ୍ରମିତ ଯୁବକଙ୍କୁ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ସୂଚନା ଦେଇଛନ୍ତି ।

  • First omicron case detected in Delhi. The patient admitted to LNJP Hospital had returned from Tanzania. Till now, 17 people who tested positive for Covid have been admitted to the hospital: Delhi Health Minister Satyendar Jain pic.twitter.com/TwbXFpt3jV

    — ANI (@ANI) December 5, 2021 " class="align-text-top noRightClick twitterSection" data=" ">

ଯୁବକ ଜଣଙ୍କ LNJP ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୨ ସନ୍ଦିଗ୍ଧ ବିଦେଶ ଫେରନ୍ତାଙ୍କୁ ଠାରେ କୋରୋନା ସାମାନ୍ୟ ଲକ୍ଷଣ ଚିହ୍ନଟ ହୋଇଥିଲା । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଯେଉଁଥିରୁ ଜଣଙ୍କ ଠାରେ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏପର୍ଯ୍ୟନ୍ତ ୧୭ ଜଣ ପଜିଟିଭ ରୋଗୀ LNJP ରେ ଭର୍ତ୍ତି ହୋଇଥିବା କହିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଏହାକୁ ମିଶାଇ ଦେଶରେ ମୋଟ ୫ ଓମିକ୍ରନ ମାମଲା ଚିହ୍ନଟ ହୋଇଛନ୍ତି ।

ଏହାପୂର୍ବରୁ କର୍ଣ୍ଣାଟକରୁ ୨, ଗୁଜରାଟରୁ ଜଣେ, ମୁମ୍ବାଇରୁ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ରୋଗୀଙ୍କ ବୟସ ୬୬ ଏବଂ ୪୬ ବର୍ଷ ରହିଛି। ଉଭୟଙ୍କ ସାମାନ୍ୟ ଲକ୍ଷଣ ରହିଛି । ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ହୋଇଥିବାବେଳେ ଅନ୍ୟ ଜଣଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ରହିନାହିଁ । ସେହିପରି ଗୁଜୁରାଟରେ ମଧ୍ୟ ୭୨ ବର୍ଷ ବୟସ୍କ ରୋଗୀଙ୍କ ଠାରେ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହି ରୋଗୀ ଜିମ୍ବାୱେରୁ ଫେରିଥିଲେ | ଏଥିସହିତ ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ଏବଂ ଦୁବାଇ ଦେଇ ଆସିଥିବା ଜଣେ ବ୍ୟକ୍ତି ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

@ANI

Last Updated : Dec 5, 2021, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.