ETV Bharat / bharat

New Covid Variant: ମୁମ୍ବାଇରେ ଚିହ୍ନଟ ହେଲା ପ୍ରଥମ Omicron XE ଭ୍ୟାରିଏଣ୍ଟ - ଭାରତରେ ଓମକ୍ରନ ଭ୍ୟାରିଏଣ୍ଟ

ଭାରତରେ ଚିହ୍ନଟ ହେଲା ନୂଆ କୋଭିଡ ପ୍ରଜାତି ଓମିକ୍ରନ (Omicron XE)ଓ Kappa । ମୁମ୍ବାଇରେ ଦୁଇ ଜଣ ସଂକ୍ରମିତଙ୍କ ପାଖରେ ମିଳିଛି ଏହି ଦୁଇ ନୂଆ ପ୍ରଜାତିର ଭୂତାଣୁ । ସଂକ୍ରମଣ କ୍ଷମତା ଅଧିକ ଥିବା ସତର୍କ କଲେ ବିଶେଷଜ୍ଞ । ଚାଲିଛି ଅଧିକ ଗବେଷଣା । ଅଧିକ ପଢନ୍ତୁ

New covid variant: ମୁମ୍ବାଇରେ ଚିହ୍ନଟ ହେଲା ପ୍ରଥମ ନୂଆ Omicron XE ଓ Kappa ଭ୍ୟାରିଏଣ୍ଟ

author img

By

Published : Apr 6, 2022, 7:22 PM IST

ମୁମ୍ବାଇ: ଭାରତରେ ଚିହ୍ନଟ ହେଲା ନୂଆ କୋଭିଡ ପ୍ରଜାତି ଓମିକ୍ରନ (Omicron XE) ଓ Kappa ଭ୍ୟାରିଏଣ୍ଟର ପ୍ରଥମ ମାମଲା । ଆଜି ମୁମ୍ବାଇରେ ଏହି ଦୁଇ ନୂତନ ପ୍ରଜାତି ଭୂତାଣୁ ଦ୍ବାରା ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ XE ହେଉଛି ଓମିକ୍ରନ ଷ୍ଟ୍ରେନ BA.1 ଏବଂ BA.2 ମିଳିତ ଲକ୍ଷଣ ରଖୁଥିବା ପ୍ରଜାତି ବୋଲି ପ୍ରାଥମିକ ଗବେଷଣାରୁ ଜଣାପଡିଛି । ପ୍ରାଥମିକ ସୂଚନାନୁସାରେ, ମୂଳ ଓମିକ୍ରନ୍ ଭାରିଆଣ୍ଟ ଅପେକ୍ଷା ଏହି ପ୍ରଜାତିଟି ପ୍ରାୟ 10 ପ୍ରତିଶତ ଅଧିକ ସଂକ୍ରାମକ ।

ସେହିପର କୋଭିଡ ଭୂତାଣୁର ଅନ୍ୟ ଏକ ପ୍ରଜାତି ‘Kappa’ ଭାରିଆଣ୍ଟର ଏକ ମାମଲା ମଧ୍ୟ ଚିହ୍ନଟ ହୋଇଛି । ମୁମ୍ବାଇରୁ ଆସିଥିବା 230ଟି ନମୁନା ମଧ୍ୟରୁ 228ଟି ନମୁନା ମୂଳ ଓମିକ୍ରନ ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ଦୁଇଟିରୁ ଗୋଟିଏ Kappa ଭାରିଆଣ୍ଟ ଏବଂ ଅନ୍ୟଟି XE ପ୍ରଜାତିର ବୋଲି ପରୀକ୍ଷାରୁ ଜଣାପଡିଛି । ତେବେ ଆଶ୍ବସ୍ତିକର ସୂଚନା ଏହା ଯେ, ନୂତନ ଭ୍ୟାରିଏଣ୍ଟରେ ଆକ୍ରାନ୍ତଙ୍କ ଠାରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇନାହିଁ । ଉଭୟ ଆକ୍ରାନ୍ତଙ୍କୁ ସଙ୍ଗରୋଧ ସହ ନିରୀକ୍ଷଣରେ ରଖାଯାଇଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଏହା ସାଧାରଣ ଓମିକ୍ରନ ଠାରୁ ଦ୍ରୁତ ସଂକ୍ରମଣଶୀଳ ହୋଇଥିବାରୁ ଅଧିକ ସତର୍କତା ଆବଶ୍ୟକ । ଏହି ସଂକ୍ରମଣ ଅନୁପାତ ପୂର୍ବ ଅପେକ୍ଷା ପ୍ରାୟ 10 ପ୍ରତିଶତ ଅଧିକ ହେବାନେଇ ଅନୁମାନ କରାଯାଉଛି । କିନ୍ତୁ ପ୍ରଥମ ଦୁଇ ରୋଗୀଙ୍କ ଠାରେ ସେପରି ଜଟିଳତା ପ୍ରକାଶ ନପାଇବା ମଧ୍ୟ ଆଶ୍ବସ୍ତି ପ୍ରକାଶ କରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହି ନୂଆ ପ୍ରଜାତିକୁ ନେଇ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି । ଗବେଷଣା ଜାରି ରହିଥିବା ବେଳେ ଆଗକୁ ନୂଆ ତଥ୍ୟ ଆସିବା ନେଇ କହିଛନ୍ତି ବିଶେଷଜ୍ଞ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.