ETV Bharat / bharat

ଭାରତୀୟ ବାୟୁସେନାକୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ

author img

By ETV Bharat Odisha Team

Published : Sep 13, 2023, 5:24 PM IST

ସ୍ପେନ୍‌ ଏୟାରବସ ଅନୁସାରେ C-95 ମିଡିୟମ ଲିଫ୍ଟ ଟେକ୍ଟିକାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ହେଉଛି ଦୁନିଆର ସବୁଠାରୁ ଆଧୁନିକ ସର୍ବୋତ୍ତମ ପରିବହନ ଏୟାରକ୍ରାଫ୍ଟ । ଏହାକୁ ଯେକୌଣସି ମିଶନକୁ ସଫଳତା ପୂର୍ବକ ବ୍ୟବାହର କରାଯାଇପାରିବ । ଏହି ବିମାନକୁ ବାୟୁସେନା ଏକାଧିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ । ଅଧିକ ପଢନ୍ତୁ

AIR Force କୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିଲା ବାହୁବଳୀ ବିମାନ । ପ୍ରଥମ C-95 ମିଡିୟମ ଲିଫ୍ଟ ଟେକ୍ଟିକାଲ୍‌ ଟ୍ରାନ୍ସପୋର୍ଟ୍‌ ଏୟାରକ୍ରାଫ୍ଟକୁ ଗ୍ରହଣ କଲେ ବାୟୁସେନା ମୁଖ୍ୟ ମାର୍ଶଲ ବିବେକ ରାମ ଚୌଧୁରୀ । ସ୍ପେନ୍‌ ଏୟାରବସ ଅଧିକାରୀଙ୍କଠାରୁ ବିଦ୍ଧିବଧ ଭାବେ ଏହାକୁ ଗ୍ରହଣ କରିଛନ୍ତି ବାୟୁସେନା ମୁଖ୍ୟ । ବାୟୁସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର C-95 ମିଡିୟମ ଲିଫ୍ଟ ଟେକ୍ଟିକାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ କିଣିବାକୁ ସ୍ପେନ୍‌ ଏୟାରବସ ସହିତ ଚୁକ୍ତି କରିଛନ୍ତି । ଏଥିରୁ 16ଟି C-95 ଏୟାରକ୍ରାଫ୍ଟ ସ୍ପେନ୍‌ରେ ନିର୍ମାଣ ହେବାକୁ ଥିବା ବେଳେ ଅବଶିଷ୍ଟ ବିମାନ ଭାରତରେ ନିର୍ମାଣ ହେବ । ଏଥିପାଇଁ ଏୟାରବସ୍‌ ଟାଟା ଆଡଭାନ୍ସ ସହିତ ଚୁକ୍ତି କରିଛି ।

  • #WATCH | IAF chief Air Chief Marshal VR Chaudhari on receiving delivery of the first C-295 transport aircraft from Airbus in Spain

    "It is a major milestone not only for IAF but for the whole country. This is for two reasons - first, for IAF it improves our tactical airlift… pic.twitter.com/RDCUDjAkgI

    — ANI (@ANI) September 13, 2023 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- ରନ-ଓ୍ବେରେ ଫସି ରହିଲା ଗ୍ଲୋବମାଷ୍ଟର, ବାତିଲ ହେଲା ସବୁ ବିମାନ ଉଡାଣ

କଣ ହୋଇଛି ଚୁକ୍ତି: ବାୟୁସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି 2021ରେ ଭାରତ ସରକାର ସ୍ପେନ୍‌ଠାରୁ 56ଟି C-95 ମିଡିୟମ ଲିଫ୍ଟ ଟେକ୍ଟିକାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ କିଣିବାକୁ ଚୁକ୍ତି କରିଥିଲେ । ଏଥିପାଇଁ ସ୍ପେନ୍‌ ଏୟାରବସ୍‌ ସହିତ 21 ହଜାର କୋଟିର ଚୁକ୍ତି ହୋଇଥିଲା । ଚୁକ୍ତି ଅନୁସାରେ ଏୟାର ବସ୍‌ 16ଟି ବିମାନ ସ୍ପେନ୍‌ ସ୍ଥିତ ନିଜ କାରଖାନାରେ ନିର୍ମାଣ କରି ଭାରତକୁ ହସ୍ତାନ୍ତର କରିବ । ଅବଶିଷ୍ଟ ବିମାନ ମେଡ୍‌ ଇନ୍‌ ଇଣ୍ଡିଆ ଅଧିନ ସ୍ବରୂପ ଭାରତୀୟ କମ୍ପାନୀ ଟାଟା ଆଡଭାନ୍ସ ସହ ମିଳିତ ଭାବେ ଭାରତରେ ନିର୍ମାଣ କରିବ । ଭାରତରରେ ନିର୍ମାଣ ହେବାକୁ ଥିବା ସମସ୍ତ 40 ବିମାନ ଗୁଜୁରାଟ ଭଦୋଦରା ସ୍ଥିତ ଆସେମ୍ବ୍‌ଲ ଲାଇନ୍‌ରେ ନିର୍ମାଣ ହେବ । ଏଥିପାଇଁ ଟାଟା ଆଡଭାନ୍ସ ସିଷ୍ଟମ ଭିତ୍ତିଭୂମି ପ୍ରସ୍ତୁତ କରୁଛି । ଏହି 40 ବିମାନ ନିର୍ମାଣ ବ୍ୟତୀତ ଏହି ପ୍ଲାଣ୍ଟ୍‌ରେ ବିମାନଗୁଡ଼ିକରେ ବ୍ୟବହାର ହେଉଥିବା ଭିନ୍ନ ଭିନ୍ନ ଯନ୍ତ୍ରାଶଂ ମଧ୍ୟ ନିର୍ମାଣ ହେବ ।

  • #WATCH | "IAF order was for 56 aircraft. There is also a requirement for aircraft by Coast Guard, Home Ministry and in future by Indian Navy also. The numbers may go well beyond 56....": IAF chief Air Chief Marshal VR Chaudhari, in Spain pic.twitter.com/8F08ma0gsU

କଣ ରହିଛି C-95 ଏୟାର କ୍ରାଫ୍ଟର ବିଶେଷତ୍ବ: ସ୍ପେନ୍‌ ଏୟାରବସ୍‌ ଅନୁସାରେ C-95 ମିଡିୟମ୍‌ ଲିଫ୍ଟ ଟେକ୍ଟିକାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ହେଉଛି ଦୁନିଆର ସବୁଠାରୁ ଆଧୁନିକ ସର୍ବୋତ୍ତମ ପରିବହନ ଏୟାରକ୍ରାଫ୍ଟ । ଏହା ଯେକୌଣସି ମିଶନକୁ ସଫଳତା ପୂର୍ବକୁ ହାସଲ କରିପାରିବ । ଏହି ବିମାନକୁ ବାୟୁସେନା ଏକାଧିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ । ବିମାନ ଦ୍ବାରା ଯବାନ ମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସମସ୍ତ ଯୁଦ୍ଧାସ୍ତ୍ର ସହ ଅତି ସହଜରେ ସ୍ଥାନାନ୍ତର କରିପାରିବ ଭାରି ପରିବହନ ସହିତ ଏହା ସାମୁଦ୍ରିକ ଅଞ୍ଚଳର ଆକାଶ ପଥରେ କଷ୍ଟସାଧ୍ୟ ଯାତ୍ରା କରି ପାରିବ । ଯେକୌଣସି ଛୋଟିଆ ତଥା କ୍ଲୋଜ୍‌ ରନୱେରେ ଏହା ଅବତରଣ କରିପାରିବ । ଏହି ବିମାନ ଟପ୍‌ ଟେବୁଲ ବିମାନ ବନ୍ଦର(ପାହାଡ ଉପରେ ନିର୍ମିତ ବିମାନ ବନ୍ଦର)ରେ ମଧ୍ୟ ଅବତରଣ କରିପାରିବ। ଏହାସହିତ ପ୍ରାକୃତିକ ବିପର୍ଯ୍ୟୟ ବେଳେ ରିଲିଫ୍‌ ସାମଗ୍ରୀ ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ବିମାନ ଯୋଗେ ସ୍ଥାନାନ୍ତର କରିହେବ । ଏହି ବିମାନକୁ ଭିଭିପିଆଇ ମୁଭମେଣ୍ଟ୍‌ କାର୍ଯ୍ୟରେ ବ୍ୟବହାର ନେଇ ବଡ଼ ବରଦାନ ସାବ୍ୟସ୍ତ ହେବ ।

  • #WATCH | Indian C-295 takes off from Seville airfield in Spain with Indian Air Force chief onboard

    Group Captain PS Negi will be flying the aircraft to India with stopovers at Malta, Egypt and Bahrain before landing at Vadodara air base in India. pic.twitter.com/QdDBvByDUk

ବିମାନର କ୍ଷମତା: ଏହି ବିମାନ ପ୍ରାୟ 9 ଟନର ମାଲ ପରିବହନ କରି 71 ଜଣ ସୈନ୍ୟଙ୍କୁ ଧରି ଘଣ୍ଟା ପ୍ରତି 500 କିମି ବେଗରେ ଉଡ଼ାଣ ଭରିପାରିବ । ବିମାନ ଛୋଟରୁ ଅତି ଛୋଟ ଧରଣର ରନୱେ'ରୁ ଉଡ଼ାଣ ଓ ଅବତରଣ କରିପାରିବ । ବିମାନ ଥରେ ଉଡ଼ାଣ ଭରିଲେ ଏହା ଆକାଶରେ 13 ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଉଡ଼ାଣ କରିପାରିବ । ଏହି ବିମାନର ଲମ୍ବା 24.45 ମିଟର ଥିବା ବେଳେ, ଚଉଡା ରହିଛି 8.65 ମିଟର, ୱିଙ୍ଗସ୍ପେନ ଉଚ୍ଚତା ରହିଛି 25.81 ମିଟର । ଏହି ବିମାନ 30 ହଜାର ଫୁଟ ଉଚ୍ଚରେ ଉଡ଼ିବାର କ୍ଷମତା ରଖିଛି । ସମୟ ଅନୁସାରେ ବିମାନରେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ । ବର୍ତ୍ତମାନ ସାରା ଦୁନିଆରେ C-95 ମିଡିୟମ ଲିଫ୍ଟ୍‌ ଟେକ୍ଟିକାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ପ୍ରାୟ 200 ବିମାନ ଉଡାଣ ଭରୁଛି ।

କେବେ ମିଳିବ ଦ୍ବିତୀୟ ପର୍ଯ୍ୟାୟ ବିମାନ: ଚୁକ୍ତି ଅନୁସାରେ ଆଜି ଭାରତକୁ ପ୍ରଥମ ବିମାନ ହସ୍ତାନ୍ତର କରିଛି ସ୍ପେନ ଏୟାରବସ । ଦ୍ବିତୀୟ ବିମାନ ଆସନ୍ତା ବର୍ଷ ମେ’ ମାସରେ ମିଳିବ । ଏହାପରେ ଗୋଟିଏ ପରେ ଗୋଟିଏ ବିମାନ ଭାରତକୁ ପ୍ରଦାନ କରିବ ଏୟାରବସ୍‌ । ସେହିପରି ଭାରତରେ ନିର୍ମାଣ ହେବାକୁ ଥିବା 40ଟି ବିମାନର ନିର୍ମାଣ ମଧ୍ୟ 2024ରୁ ଆରମ୍ଭ ହେବ ।

ଭାରତୀୟ ପରିବେଶ ଅନୁସାରେ ନିର୍ମାଣ: ଦେଶର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି C-95 ମିଡିୟମ ଲିଫ୍ଟ୍‌ ଟେକ୍ଟିକାଲ୍‌ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟରର ଡିଜାଇନ କରାଯାଇଛି । ଯଦ୍ବାରା ଏହି ବିମାନ ଏୟାର ଫୋର୍ସରେ ସାମିଲ ହେଲେ ଏହା ଦେଶର ଲଦାଖ, କାଶ୍ମୀର, ସିକ୍କିମ୍‌, ଆସାମ୍‌, ଅରୁଣାଚଳ ପ୍ରଦେଶ, ଭଳି ପାହାଡ଼ିଆ ଅଞ୍ଚଳରେ ସହଜରେ ଉଡ଼ାଣ ଭରିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.