ପାଟନା: ଚଳନ୍ତା ଟ୍ରେନରେ ଅଜ୍ଞାତ ଅପରାଧୀର ଗୁଳି ମାଡରେ ଜଣେ ହୋମଗାର୍ଡ ଆହତ । ଗୁରୁତର ଅବସ୍ଥାରେ ଆହତ ହୋମଗାର୍ଡ ଯବାନଙ୍କୁ ଓହ୍ଲାଇ କ୍ୟୁଲ ରେଲୱେ ପିଏଚସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ଉପସନା ଏକ୍ସପ୍ରେସରେ ଘଟିଥିବା ଜଣାପଡିଛି ।
ମୋକାମା ରେଳ ଷ୍ଟେସନରୁ ଉପାସନା ଏକ୍ସପ୍ରେସ ଟ୍ରେନ ଛାଡିବା କ୍ଷଣି ଅପରାଧୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଘଟଣାରେ ଜଣେ ହୋମଗାର୍ଡଙ୍କ ଦେହରେ ଗୁଳି ବାଜିଥିଲା ।