ETV Bharat / bharat

ଦିଲ୍ଲୀରୁ ବିହାର ଯାଉଥିବା ଟ୍ରେନରେ ଲାଗିଲା ନିଆଁ; ୧୯ ଯାତ୍ରୀ ଆହତ

author img

By ETV Bharat Odisha Team

Published : Nov 16, 2023, 9:42 AM IST

Updated : Nov 16, 2023, 12:52 PM IST

ଦିଲ୍ଲୀରୁ ବିହାରର ସାହାରସା ଯାଉଥିବା ଟ୍ରେନରେ ଅଗ୍ନିକାଣ୍ଡ । ୧୯ ଯାତ୍ରୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଟ୍ରେନରେ ଅଗ୍ନିକାଣ୍ଡ
ଟ୍ରେନରେ ଅଗ୍ନିକାଣ୍ଡ
ଦିଲ୍ଲୀରୁ ବିହାର ଯାଉଥିବା ଟ୍ରେନରେ ଲାଗିଲା ନିଆଁ

ଲକ୍ଷ୍ନୌ: ପୁଣି ଟ୍ରେନରେ ଲାଗିଲା ନିଆଁ । ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ ପରେ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଇଟାୱା ଠାରେ ଆଉ ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଦିଲ୍ଲୀରୁ ବିହାରର ସାହାରସା ଯାଉଥିବା ବୈଶାଳୀ ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ ଲାଗିବାର ଖବର ଆସିଛି । ଏହି ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୧୧ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ମୈନପୁରୀ ଅଣ୍ଡରବ୍ରିଜ ନିକଟରେ ଏହି ଅଘଟଣ ଘଟିଥିଲା । ବିଳମ୍ବିତ ରାତି ପ୍ରାୟ ସାଢେ ୨ଟା ସମୟରେ ଦିଲ୍ଲୀ-ସାହାରସା ବୈଶାଳୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ହୋଇଥିଲା । ଟ୍ରେନର ପ୍ୟାଣ୍ଟ୍ରି କାର୍ ନିକଟ S6 କୋଚ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହାଦେଖି ଭୟରେ ଯାତ୍ରୀମାନେ ଟ୍ରେନରୁ ଡେଇଁ ଟ୍ରାକ ଆଡକୁ ଦୌଡ଼ି ପଳାଇ ଥିଲେ । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ସଙ୍ଗେସଙ୍ଗେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା । କିଛି ସମୟ ମଧ୍ୟରେ ନିଆଁକୁ ଆୟତ୍ତ ମଧ୍ୟ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ-ଦରଭଙ୍ଗା ହମସଫର ଏକ୍ସପ୍ରେସରେ ନିଆଁ, ଟ୍ରେନରୁ ଡେଇଁଲେ ଯାତ୍ରୀ

ତେବେ ଏହି ଅଗ୍ନିକାଣ୍ଡରେ ମୋଟ ୧୯ ଜଣ ଯାତ୍ରୀଙ୍କ ଆହତ ଖବର ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସମସ୍ତଙ୍କୁ ପିଜିଆଇ ରେଫର୍ କରାଯାଇଛି । ତେବେ କେମିତି ଟ୍ରେନରେ ନିଆଁ ଲାଗିଲା ତାହା ହଠାତ୍ ଜଣାପଡି ନାହିଁ । ଏନେଇ ତଦନ୍ତ କରାଯିବ ବୋଲି ରେଲୱେ ସିଓ ଉଦୟ ଶଙ୍କର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ଏସି କୋଚରେ ଲାଗିଲା ନିଆଁ

ଏହାର କିଛି ସମୟ ପୂର୍ବରୁ ଇଟୱା ନିକଟରେ ଦିଲ୍ଲୀ-ଦରଭଙ୍ଗା ହମସଫର ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଟ୍ରେନ୍‌ର ୩ଟି ବଗିରେ ନିଆଁ ଲାଗିଥିବା ବେଳେ ଏଥିରେ ୮ ଜଣ ଯାତ୍ରୀ ଆହତ ହୋଇଥିଲେ । ଏହି ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ବୈଶାଳୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ସେହିପରି ଗତକାଲି ସକାଳେ ଛତିଶଗଡ ଭିଲାଇ ହାଉସ ଷ୍ଟେସନ ନିକଟରେ ପୁରୀରୁ ଅହମ୍ମଦାବାଦ ଯାଉଥିବା ଏକ୍ସପ୍ରେସର ଏସି କୋଚ୍‌ରେ ନିଆଁ ଲାଗିଥିଲା । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିଲେ । ତେବେ ଏଇ କିଛି ଦିନ ହେବ ଟ୍ରେନରେ ଅଗ୍ନିକାଣ୍ଡ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ଏଭଳି ଘଟଣା ଫଳରେ ଟ୍ରେନ ଯାତ୍ରାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି ।

Last Updated : Nov 16, 2023, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.