ETV Bharat / bharat

Bengaluru: ପବରେ ଭୟାବହ ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ଛାତରୁ ଡେଇଁଲେ ଯୁବକ

ବେଙ୍ଗାଲୁରୁର ଏକ ପବରେ ଲାଗିଛି ନିଆଁ । ଜୀବନ ବଞ୍ଚାଇବାକୁ ଡେଇଁପଡିଲେ ଯୁବକ । ଏକାଧିକ ଫାଏର ଟିମର ନିଆଁଲିଭା ଅପରେସନ ଜାରି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 18, 2023, 3:23 PM IST

Updated : Oct 18, 2023, 3:57 PM IST

Bengaluru: ପବରେ ଲାଗିଛି ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁପଡିଲେ ଯୁବକ

ପବରେ ଲାଗିଛି ନିଆଁ, ଜୀବନ ବଞ୍ଚାଇବାକୁ ଛାତରୁ ଡେଇଁଲେ ଯୁବକ

ବେଙ୍ଗାଲୁରୁ: ସହରର ଏକ ପବରେ ଲାଗିଛି ନିଆଁ । କୋରମଙ୍ଗଳା ଏରିଆରେ ଥିବା ଏହି ବହୁମହଲା ବିଶିଷ୍ଟ ପବରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକାଧିକ ଟିମ୍‌ ପହଞ୍ଚି ନିଆଁ ଲିଭା ଅପରେସନ ଜାରି ରଖିଛନ୍ତି । ଜୀବନ ବଞ୍ଚାଇବା ଜଣେ ଯୁବକ ଛାତରୁ ଡେଇଁ ପଡିଥିବା ମଧ୍ୟ ସୂଚନା ମିଳିଛି । ସେ ତଳେ ପଡି ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପବର କିଚେନରେ ଗ୍ୟାସ ଲିକ୍‌ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, କୋରମଙ୍ଗଳା ଏରିଆରେ ଥିବା ‘ମଡ ପାଇପ୍‌’ନାମକ ଏକ ପବରେ ଆଜି ମଧ୍ୟାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି । ପବରେ ଉପର ମହଲାଟି ସମ୍ପୂର୍ଣ୍ଣ ଜଳୁଥିବା ବେଳେ କେତେ ଲୋକ ଥିଲେ ସେ ନେଇ ସ୍ପଷ୍ଟ ହୋଇପାରିନାହିଁ । ଫାଏର ବ୍ରିଗେଡର ଏକାଧିକ ଟିମ ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ଲାଗିଛନ୍ତି । ପୋଲିସ ଓ ମେଡିକାଲ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ରାଜ୍ୟ ଅଗ୍ନିଶମ ଏଡିଜିପି ପି ​​ହରି ଶେଖରନ୍ ମଧ୍ୟ ଘଟଣାସ୍ଥଳରେ ରହି ଅପରେସନର ନେତୃତ୍ବ ନେଉଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଡିଜିପି ଶେଖରନ୍ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟଣା ବୋଲି ଜଣାପଡୁଛି । ପବର କିଚେନରେ ଗ୍ୟାସ ଲିକ୍‌ ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି । ପରେ ନିଆଁ ବ୍ୟାପିଯିବାରୁ 4 ରୁ 5 ଟି ସିଲିଣ୍ଡରରେ ବିସ୍ଫୋରଣ ଘଟିଛି । ଏବେ ସୁଦ୍ଧା ଅପରେସନରେ 8ଟି ଅଗ୍ନିଶମ ଟିମ ନିୟୋଜିତ ରହିଛନ୍ତି । ନିଆଁକୁ ଆୟତ କରାଯାଇ ସାରିଛି । ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ପୁଣି ଲୋକସେବା ଭବନରେ ଅଗ୍ନିକାଣ୍ଡ, ଏସି କମ୍ପ୍ରେସରରେ ଲାଗିଛି ନିଆଁ

ସେହିପରି ମୃତାହତଙ୍କ ସମ୍ପର୍କରେ କିଛି ସୂଚନା ନାହିଁ । ଜଣେ ବ୍ୟକ୍ତି ଜୀବନ ବଞ୍ଚାଇବାକୁ ଡେଇଁ ପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ଯ କରାଯାଇଛି । ସଂଧ୍ୟା ସୁଦ୍ଧା ପ୍ରାଥମିକ ତଦନ୍ତ ଶେଷ ହେବା ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ । ସେହି ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ଫାଏର ସର୍ଭିସେସ ଏଡିଜିପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 18, 2023, 3:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.