ETV Bharat / bharat

ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣ ଘଟି 12 ମୃତ, ଏକାଧିକ ଆହତ - ବାଣ ଗୋଦାମରେ ବିସ୍ଫୋରଣରେ ୧୧ ମୃତ

ବେଙ୍ଗାଲୁରୁରେ ଏକ ବାଣଗୋଦାମରେ ଅଗ୍ନିକାଣ୍ଡ ଓ ପରେ ବିସ୍ଫୋରଣ ଘଟି 12 ଜଣଙ୍କ ମୃତ୍ୟୁ । ଏକାଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣରେ ୧୧ ମୃତ, ଏକାଧିକ ଆହତ

author img

By ETV Bharat Odisha Team

Published : Oct 7, 2023, 8:45 PM IST

Updated : Oct 7, 2023, 10:26 PM IST

ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ୧୧ ମୃତ, ଏକାଧିକ ଆହତ

ବେଙ୍ଗାଲୁରୁ: ଦୀପାବଳି ପୂର୍ବରୁ ବଡ ଅଘଟଣ । ବେଙ୍ଗାଲୁରୁରେ ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ଓ ପରେ ବିସ୍ଫୋରଣ ଘଟି 12 ଜଣଙ୍କ ମୃତ୍ୟୁ ହୋଇଛି । ଏକାଧିକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଆଜି ବିଳମ୍ବିତ ଅପରାହ୍ନରେ ବେଙ୍ଗାଲୁରୁ-ହସୁର ଜାତୀୟ ରାଜପଥର ଅଟ୍ଟିବିଲେ ନିକଟରେ ଥିବା ଏହି ବାଣ ଗୋଦାମରେ ବିସ୍ଫୋରଣ ହୋଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା 12 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସେମାନଙ୍କ ମଧ୍ୟରେ କିଛି ଗୁରୁତର ଥିବା ମଧ୍ୟ କୁହାଯାଉଛି । ତେଣୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଆଶଙ୍କା ରହିଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଅଟ୍ଟିବିଲେ ନିକଟରେ ଜାତୀୟ ରାଜପଥ କଡରେ ଥିବା ବାଲାଜୀ କ୍ରାକର୍ସ ନାମରେ ଥିବା ଏହି ବାଣ ଗୋଦାନର ଆଜି ଅପରାହ୍ନରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଏହାର ମାଲିକାନା ନବୀନ ନାକକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ନାମରେ ଥିବା ବେଳେ ଏଥିରେ ୨୦ ଜଣ କର୍ମଚାରୀ କାମ କରୁଥିଲେ । ତେବେ ଆଜି ଏକ ଟ୍ରକରେ ବାଣ ବୋଝେଇ କରାଯାଉଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଟ୍ରକ ସହ ବାଣ ଗୋଦାମରେ ମଧ୍ୟ ନିଆଁ ବ୍ୟାପୀ ଯାଇଥିଲା ।

ସୂଚନା ପାଇ ତୁରନ୍ତ ସ୍ଥାନୀୟ ପୋଲିସ, ଫାଏର ଟିମ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ଏବେ ସୁଦ୍ଧା ନିଆଁକୁ ପ୍ରାୟତଃ ଆୟତ କରାଯାଇ ସାରିଛି । ଅଗ୍ନିକାଣ୍ଡ ଘଟିବା ପରେ ୪ ଜଣ ଶ୍ରମିକ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଅନ୍ୟ ୧୬ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 12 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି । ନିଆଁ ଆୟତ୍ତ କରାଯିବା ପରେ ଉଦ୍ଧାର ଅପରେସନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:-Israel called war: ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି, ଦେଖନ୍ତୁ ଆକ୍ରମଣ ପରର କିଛି ଦୃଶ୍ୟ

ସେହିପରି ସମସ୍ତ ମୃତକମାନେ ଗୋଦାମରେ କାର୍ଯ୍ୟରତ ଥିବା ଶ୍ରମିକ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ପରିଚୟ ସ୍ପଷ୍ଟ ହେବା ପରେ ଯାହା କିଛି କୁହାଯାଇ ପାରିବ ବୋଲି ପୋଲିସ କହିଛି । ସ୍ଥାନୀୟ ଏସପି ମଲ୍ଲିକାର୍ଜୁନ ବାଲାଦାଣ୍ଡି ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ବାଣ ଗୋଦାମ ଚଳାଇବାର ସରକାରୀ ଅନୁମତି ସହ ଅନ୍ୟ ସମସ୍ତ ଦିଗରୁ ତଦନ୍ତ ହେବା ନେଇ ଏସପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 7, 2023, 10:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.