ETV Bharat / bharat

ବାଣ ଗୋଦାମ ବିସ୍ଫୋରଣରେ ମୃତ୍ୟୁଂସଖ୍ୟା 14କୁ ବୃଦ୍ଧି, ପୀଡିତ ପରିବାରକୁ ୫ ଲକ୍ଷ ଅନୁକମ୍ପା ଘୋଷଣା - ବେଙ୍ଗାଲୁରୁ ଅଗ୍ନିକାଣ୍ଡ

ବାଣ ଗୋଦାମ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା 14କୁ ବୃଦ୍ଧି । ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ କର୍ଣ୍ଣାଟକ ସରକାର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 8, 2023, 11:52 AM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବାଣ ଗୋଦାମ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି । ପୋଲିସ ଗୋଦାମରୁ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିବା ପରେ ମୃତ୍ୟୁସଂଖ୍ୟା 14ରେ ପହଞ୍ଚିଛି । ଅଘଟଣ ସମୟରେ ସମସ୍ତ ମୃତକ ସେହିଠାରେ କାମ କରୁଥିଲେ । ଶନିବାର ଅପରାହ୍ନ ସାଢେ ୩ଟା ବେଳେ ଗୋଦାମରେ ନିଆଁ ଲାଗିଯାଇ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏନେଇ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ସେ ମୃତକଙ୍କ ପରିବାର ବର୍ଗ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିବ ଏବଂ ଅନ୍ୟଟି ତଦନ୍ତରେ ସହଯୋଗ କରିବ । ତେବେ ବିସ୍ଫୋରଣ ଘଟିଥିବା ଗୋଦାମରେ ଆବଶ୍ୟକତା ଠାରୁ ମାତ୍ରାଧିକ ବାଣ ଗଚ୍ଛିତ ରଖାଯାଇଥିବା ଆଇଜିପି ରବିକାନ୍ତେଗୌଡା ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବେଙ୍ଗାଲୁରୁରେ ବାଣ ଗୋଦାମରେ ବିସ୍ଫୋରଣ ଘଟି 12 ମୃତ, ଏକାଧିକ ଆହତ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅଘଟଣରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ''ଅଗ୍ନିକାଣ୍ଡରେ ଅନେକ ଲୋକଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ । ଏଥିରେ ପ୍ରାଣ ହରାଇଥିବା ପୀଡିତଙ୍କ ପରିବାରକୁ ମୋର ସମବେଦନା । ଆସନ୍ତାକାଲି ମୁଁ ଦୁର୍ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବି ।''

ଏହାମଧ୍ୟ ପଢନ୍ତୁ: Sikkim Flash Flood: ସିକ୍କିମ ବନ୍ୟାରେ ମୃତ୍ୟୁସଂଖ୍ୟା 26କୁ ବୃଦ୍ଧି, ଏବେ ବି 142 ନିଖୋଜ

ଅଧିକାରୀଙ୍କ ସୂଚନା ଅନୁସାରେ, ବେଙ୍ଗାଲୁରୁ-ହସୁର ଜାତୀୟ ରାଜପଥର ଅଟ୍ଟିବିଲେ ନିକଟରେ ଥିବା ବାଣଗୋଦାମରେ ନିଆଁ ଲାଗି ଯାଇଥିଲା । ଦୀପାବଳି ପାଇଁ ଗୋଟିଏ ଟ୍ରକରୁ ଗୋଦାମକୁ ବାଣ ଅନଲୋଡ ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଏହି ସମୟରେ ଗୋଦାମରେ ୨୦ ଜଣ ଶ୍ରମିକ କାମ କରୁଥିଲେ । ନିଆଁ ଲାଗିବା ବେଳେ ୪ ଜଣ ସୁରକ୍ଷିତ ଭାବେ ବାହାରି ଯାଇଥିବା ବେଳେ ବାକି ୧୬ ଜଣ ନିଆଁରେ ଫସି ଯାଇଥିଲେ । ଅଗ୍ନିକାଣ୍ଡ ପରେ ଗୋଦାମରେ ବିସ୍ଫୋରଣ ହେବାରୁ ବର୍ତ୍ତମାନ ସୁଦ୍ଧା 14 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.