ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କାଶ୍ମୀର ଗେଟ ବସ ଟର୍ମିନାଲର ବହୁ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ । ମଙ୍ଗଳବାର ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି । ଟର୍ମିନାଲର ଷଷ୍ଠ ମହଲାରେ ଥିବା ଏକ ହଲ ଓ କ୍ୟାବିନରେ ନିଆଁ ଲାଗିଛି । ଯେଉଁଠି ଦିଲ୍ଲୀ ସରକାରଙ୍କ ମହିଳା ଏବଂ ବାଳ ବିକାଶ ବିଭାଗର କାର୍ଯ୍ୟାଳୟ ଚାଲୁଥିଲା । ଖବର ପାଇ 9 ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ପ୍ରାୟ ଏକ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି ।
ଅଗ୍ନିକାଣ୍ଡ ଘଟିବା ମାତ୍ରେ ବିଲ୍ଡିଂରେ ଉପସ୍ଥିତ ସମସ୍ତ ଲୋକ ତୁରନ୍ତ ସେଠାରୁ ବାହାରିବାରେ ସକ୍ଷମ ହୋଇଥିଲେ । ଫଳରେ ଏଥିରେ କେହି ମୃତାହତ ହୋଇନାହାନ୍ତି । ତେବେ ଏଭଳି ଅଘଟଣ କିପରି ଘଟିଲା ସେ ସମ୍ପର୍କରେ ଏ ଯାଏଁ ଜଣାପଡିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ