ନୂଆଦିଲ୍ଲୀ: ଦିଲ୍ଲୀର ନରେଲା ଅଞ୍ଚଳରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆର ପ୍ଲାଷ୍ଟିକ୍ ଡାନା କାରଖାନାରେ ଭୟାବହ ଅଗ୍ନିକାଣ୍ଡ । କାରଖାନାର ତୃତୀୟ ମହଲାରେ ଆଜି ହଠାତ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡ ସମୟରେ କାରଖାନା ଭିତରେ କେହି କର୍ମଚାରୀ ନଥିବା ଜଣା ପଡିଛି । ତେବେ ଅଗ୍ନିକାଣ୍ଡରେ କାରଖାନାରେ ବହୁ ଜିନିଷ ପୋଡି ପାଉଁଷ ହୋଇଯାଇଥିବା ଜଣାପଡିଛି ।
କାରଖାନା ଭିତରେ ଥିବା ପ୍ଲାଷ୍ଟିକ୍ ଗ୍ରାନୁଲ୍ ଏବଂ ରାସାୟନିକ ପଦାର୍ଥ ଗୁଡିକୁ ଏବେ ବାହାରକୁ ବାହାର କରାଯାଉଛି । ଖବରପାଇ ଘଟଣାସ୍ଥଳରେ 24ଟି ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ଅଗ୍ନିକାଣ୍ଡ ସମୟରେ କାରଖାନାରେ କେହି କର୍ମଚାରୀ ଫସି ରହିଥିବା ନେଇ କୌଣସି ସୂଚନା ମିଳିପାରି ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ