ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନରେଲା ଅଞ୍ଚଳରେ ଅଗ୍ନିକାଣ୍ଡ ହୋଇଛି । ସେଠାରେ ଥିବା ଏକ ପ୍ଲାଷ୍ଟିକ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 18 ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ଟି ଗାଡି ପହଞ୍ଚିଛି । କାରଖାନା ଭିତରେ ଏବେବି ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରିହଛି ।
ସୂଚନାଅନୁସାରେ, ନିଆଁ ଲିଭା କାର୍ଯ୍ୟ ଏବେ ବି ଜାରି ରହିଛି । ସକାଳୁ କାରଖାନା ବିଲ୍ଡିଂର ଦ୍ବିତୀୟ ମହଲାରେ ନିଆଁ ଲାଗିଥିବା ଖବର ମିଳିଥିଲା । ଏହାପରେ ଦମକଳ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି । ସେପଟେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ 20ଜଣଙ୍କୁ ଉଦ୍ଧାର କରାଯାଇଥିଲା । 18 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଶରୀରର ଅଧିକାଂଶ ଅଂଶ ପୋଡି ଯାଇଛି ।
-
Delhi | Fire breaks out in Narela Industrial Area, 10 fire tenders rushed to the spot. Three people have been rescued so far, a few people feared trapped. Rescue operation underway: Delhi Fire Service pic.twitter.com/PTh0ksEUDq
— ANI (@ANI) November 1, 2022 " class="align-text-top noRightClick twitterSection" data="
">Delhi | Fire breaks out in Narela Industrial Area, 10 fire tenders rushed to the spot. Three people have been rescued so far, a few people feared trapped. Rescue operation underway: Delhi Fire Service pic.twitter.com/PTh0ksEUDq
— ANI (@ANI) November 1, 2022Delhi | Fire breaks out in Narela Industrial Area, 10 fire tenders rushed to the spot. Three people have been rescued so far, a few people feared trapped. Rescue operation underway: Delhi Fire Service pic.twitter.com/PTh0ksEUDq
— ANI (@ANI) November 1, 2022
ଏହା ବି ପଢନ୍ତୁ...ଏକୁଟିଆ ହୋଇଗଲେ ଆସିଫଭାଇ, କହିଲେ 15 ଟଙ୍କିଆ ଟିକେଟ୍ ଉଜାଡ଼ି ଦେଲା ଘର
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । କାରଖାନା ଭିତରେ ଥିବା ପୋଲିରିଥେନ ମେସିନ ଚାଲୁ କରିବା ସମୟରେ ବିସ୍ଫୋରଣ ହୋଇଥିଲା । ନିଆଁ ଲାଗିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଜୀବନ ବିକଳରେ ଯିଏ ଯେଉଁଆଡେ ପାଇଥିଲେ ଦୌଡିବାକୁ ଲାଗିଥିଲେ । ଦୁଇ ଦିନ ତଳେ ଗୁଜୁରାଟ ମୋର୍ବି ଦୁର୍ଘଟଣା ମନରୁ ଲିଭି ନଥିବାବେଳେ ଦିଲ୍ଲୀରେ ଏହି ଭୟଙ୍କର ଅଘଟଣ ଘଟିଛି ।
ଇଟିଭି ଭାରତ