ETV Bharat / bharat

ମୁମ୍ବାଇ ଫ୍ୟାଶନ ଷ୍ଟ୍ରିଟରେ ଭୟାବହ ଅଗ୍ନିକାଣ୍ଡ, ବ୍ୟାପକ କ୍ଷୟକ୍ଷତି

ମୁମ୍ବାଇର ଫ୍ୟାଶନ ଷ୍ଟ୍ରିଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ। ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା । ଅଧିକ ପଢନ୍ତୁ

ମୁମ୍ବାଇର ଫ୍ୟାଶନ ଷ୍ଟ୍ରିଟରେ ଭୟାବହ ଅଗ୍ନିକାଣ୍ଡ

author img

By

Published : Nov 5, 2022, 10:50 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଭୟାବହ ଅଗ୍ନିକାଣ୍ଡ, ମୁମ୍ବାଇର ଫ୍ୟାଶନ ଷ୍ଟ୍ରିଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା(Fire breaks out on Mumbai's Fashion Street) । ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଫ୍ୟାଶନ ଷ୍ଟ୍ରିଟରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ 10 ରୁ 12 ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ(Chhatrapati Shivaji Maharaj Terminus)ରେ ଆଜାଦ ମଇଦାନ ନିକଟରେ ଏକ ପ୍ରସିଦ୍ଧ ଫ୍ୟାଶନ ଷ୍ଟ୍ରିଟ(Fashion Street)ରେ ରହିଛି । ଫ୍ୟାଶନ ଷ୍ଟ୍ରିଟରେ ଥିବା କିଛି ଦୋକାନରେ କୋଣସି କାରଣରୁ ଆଜି ନିଆଁ ଲାଗିଯାଇଥିଲା। ଆଜି ଦିନ ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଷ୍ଟ୍ରିଟରେ ବହୁ ସଂଖ୍ୟକ ପୋଷାକ ଦୋକାନ ଥିବାରୁ ନିଆଁ ବ୍ୟାପିଯିବାର ଆଶଙ୍କା କରାଯାଉଥିଲା। କିନ୍ତୁ ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ୧୨ ମିନିଟରେ ଆୟତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-Delhi liquor scam: ମନୀଷ ସିସୋଦିଆଙ୍କ ସହାୟକଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

10 ରୁ 12 ଟି ଦୋକାନରେ ନିଆଁ ଲାଗିଯିବାରୁ ଆର୍ଥିକ କ୍ଷତି ହୋଇଛି । ଏହି ଅଗ୍ନିକାଣ୍ଡରେ କେହି ଜଣେ ହେଲେ ଆହତ ହୋଇନଥିବା ମୁନିସିପାଲଟିର ଜରୁରୀକାଳୀନ ପରିଚାଳନା ବିଭାଗ ସୂଚନା ଦେଇଛି । ଫ୍ୟାଶନେବଲ୍ ପୋଷାକ ଏବଂ ସାମଗ୍ରୀ କିଣିବାକୁ ପ୍ରତ୍ୟେକ ଦିନ ଏହି ଫ୍ୟାଶନ ଷ୍ଟିଟରେ ଗ୍ରାହକଙ୍କ ଭିଡ ଜମିଥାଏ । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.