ETV Bharat / bharat

CBI ମୁଖ୍ୟାଳୟରେ ଅଗ୍ନିକାଣ୍ଡ, ସର୍ଟସର୍କିଟ ଆଶଙ୍କା

author img

By

Published : Sep 17, 2021, 3:26 PM IST

ରାଜଧାନୀ ଦିଲ୍ଲୀ ସ୍ଥିତ ସିବିଆଇ(CBI) ମୁଖ୍ୟାଳୟରେ ଅଗ୍ନିକାଣ୍ଡ । ସର୍ଟସର୍କିଟ କାରଣରୁ ସିବିଆଇ ମୁଖ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ନିଆଁ ଲାଗିବା ପରେ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଖାଲି କରିଦିଆଯାଇଛି । ଅଧିକ ପଢନ୍ତୁ...

CBI ମୁଖ୍ୟାଳୟରେ ଅଗ୍ନିକାଣ୍ଡ
CBI ମୁଖ୍ୟାଳୟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ସିବିଆଇ(CBI) ମୁଖ୍ୟାଳୟରେ ଅଗ୍ନିକାଣ୍ଡ । ବିଲ୍ଡିଂର ବେସମେଣ୍ଟରେ ଲାଗିଛି ନିଆଁ । ବର୍ତ୍ତମାନ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବାହାରକୁ ଅଣାଯାଇଛି । ଘଟଣାସ୍ଥଳରେ ୮ଟି ଦମକଳ ଗାଡି ପହଁଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଦିଲ୍ଲୀର ଲୋଧି ରୋଡ୍‌ ଅଞ୍ଚଳର ସିଜିଓ କମ୍ପ୍ଲେକ୍ସରେ ରହିଛି ସିବିଆଇ ମୁଖ୍ୟାଳୟ । ସର୍ଟସର୍କିଟ କାରଣରୁ ସିବିଆଇ ମୁଖ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ନିଆଁ ଲାଗିବା ପରେ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଖାଲି କରିଦିଆଯାଇଛି ।

ସୂଚନା ଅନୁଯାୟୀ, ସିବିଆଇ ମୁଖ୍ୟାଳୟ କୋଠାରେ ଅଗ୍ନିକାଣ୍ଡ ଘଟିଥଇବା ନେଇ ଶୁକ୍ରବାର ଦିନ ଗୋଟାଏ ୩୦ରେ ଦମକଳବାହୀନିକୁ ଖବର ମିଳିଥିଲା । ବର୍ତ୍ତମାନସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ହେଲେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ସିବିଆଇ ମୁଖ୍ୟାଳୟରେ ବିଭିନ୍ନ ପ୍ରକାର ଅତ୍ୟନ୍ତ ଜରୁରୀ ଓ ଗୋପନୀୟ ଦସ୍ତାବିଜ ତଥା ଫାଇଲ ରହିଛି । ତେବେ ଏଠାରେ ଏଠାରେ ଅଗ୍ନିକାଣ୍ଡ ଘଟଣାକୁ ବଡ ଆକାରରେ ଦେଖାଯାଇପାରେ । ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇରେ ମଧ୍ୟ ଏହି କୋଠାର ବେସମେଣ୍ଟରେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ହେଲେ ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.