ନୂଆଦିଲ୍ଲୀ : ସିବିଆଇ ମୁଖ୍ୟାଳୟରେ ଭୟାବହ ଅଗ୍ନିକାଣ୍ତ । ପାର୍କିଂ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ନିଆଁ ଲିଭାଇବା ପାଇଁ 5 ଦମକଳ ଗାଡି ନିୟୋଜିତ ହୋଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଅନୁସାରେ, ଆଜି ଅପରାହ୍ନରେ କୌଣସି କାରଣରୁ ପାର୍କିଂ ଅଞ୍ଚଳରୁ ଧୂଆଁ ବାହାରୁ ଥିବା ଦେଖି କର୍ମଚାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର 5 ଗାଡି ପହଞ୍ଚି ନିଆଁ ଲିଭାଇଥିଲା । ପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ଅଗ୍ନିଶମ କର୍ମଚାରୀ ।
ଅଗ୍ନିକାଣ୍ତରେ କୌଣସି କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ । ତେବେ, ନିଆଁ ଲାଗିଥିବା ଦେଖି ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ଛାଡି ବାହାରକୁ ପଳାଇ ଆସିଥିଲେ ।
@ANI