ETV Bharat / bharat

ଲକ୍ଷ୍ନୌର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ତ: ଦୁଇ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ ହଜରତଗଞ୍ଜ(Hazratganj )ରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ତ । ଏ ଅଗ୍ନିକାଣ୍ତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେବି ଏକାଧିକ ଲୋକ ହୋଟେଲ ରୁମରେ ଫସି ରହିଥିବା ଆଶଙ୍କା କରାଯାଉଛି । ସେପଟେ, ସର୍ଟ ସର୍କଟିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

author img

By

Published : Sep 5, 2022, 11:16 AM IST

ଲକ୍ଷ୍ନୌର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ତ , ଦୁଇ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ହଜରତଗଞ୍ଜ(Hazratganj )ରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ତ । ଏ ଅଗ୍ନିକାଣ୍ତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେବି ଏକାଧିକ ଲୋକ ହୋଟେଲ ରୁମରେ ଫସି ରହିଥିବା ଆଶଙ୍କା କରାଯାଉଛି । ସେପଟେ, ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଲକ୍ଷ୍ନୌର ହଜରତଗଞ୍ଜ ( Hotel Levana in Hazratganj ) ଅଞ୍ଚଳରେ ଥିବା ଏକ ହୋଟେଲରେ ଆଜି ସକାଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏନେଇ ହୋଟେଲ କର୍ମଚାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ନିଆଁର ଭୟାବହତା ଅଧିକ ଥିବାରୁ ଘଟଣାସ୍ଥଳରେ ୧୫ ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି ।

  • #WATCH | Uttar Pradesh: Rescue and relief operations underway at Hotel Levana in Hazratganj, Lucknow where a fire broke out this morning.

    No casualties have been reported so far. pic.twitter.com/kSopMRp1fg

    — ANI UP/Uttarakhand (@ANINewsUP) September 5, 2022 " class="align-text-top noRightClick twitterSection" data=" ">

ସେପଟେ ହୋଟେଲ ରୁମରେ ଫସି ଥିବା ୧୮ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ସେମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଯୋଗୁଁ ପୁରା ଅଞ୍ଚଳ ଧୂଆଁମୟ ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏବେବି ଏକାଧିକ ଲୋକେ ହୋଟେଲ ରୁମରେ ଫସି ରହିଥିବା ଆଶଙ୍କା କରାଯାଉଛି ।

ଏ ଅଗ୍ନିକାଣ୍ତରେ ଦୁଇ ଜଣଙ୍କର ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ଆମର ଆତ୍ମାର ସଦଗତି ପାଇଁ କାମନା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କୁ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ପାଇଁ ମଧ୍ୟ ସେ କହିଛନ୍ତି । ଅନ୍ୟପଟେ, ଅଗ୍ନିକାଣ୍ତର କାରଣ ସର୍ଟସର୍କିଟ ହୋଇଥାଇପାରେ ବୋଲି କହିଛନ୍ତି ଲକ୍ଷ୍ନୌ ଡିଏମ (Lucknow DM) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.