ETV Bharat / bharat

ରେଳ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି - ରେଳ ଗୋଦାମରେ ଅଗ୍ନିକାଣ୍ଡ

ଉତ୍ତରପ୍ରଦେଶର ମଥୁରା ଜଙ୍କସନ ନିକଟରେ ଥିବା ଏକ ରେଳ ଗୋଦାମରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ । ଅଧିକ ପଢନ୍ତୁ

ରେଳ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

author img

By

Published : Jan 16, 2022, 8:30 AM IST

ଲକ୍ଷ୍ନୌ: ରେଳ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ (Fire breaks out at railways’ godown) । ହୁତୁ ହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମଥୁରା ଜଙ୍କସନ ନିକଟରେ ଥିବା ଏକ ରେଳ ଗୋଦାମରେ । ଗତକାଲି ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି । ସକାଳ ପ୍ରାୟ 9ଟା ବେଳେ କିଛି କର୍ମଚାରୀ ରେଳ ଗୋଦାମରେ ନିଆଁ ଲାଗିଥିବା ଦେଖିଥିଲେ । ସେମାନଙ୍କ କହିବା ଅନୁସାରେ ଅଗ୍ନିଶମ ବାହିନୀକୁ ଡାକିବା ବେଳକୁ ନିଆଁର ପ୍ରକୋପ ଏତେ ରହିଥିଲା ଯେ ଚାହୁଁ ଚାହୁଁ ଭୟଙ୍କର ରୂପ ନେଇଥିଲା । ଗୋଦାମ କାନ୍ଥ ଭାଙ୍ଗି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଏକ JCB ବ୍ୟବହୃତ କରାଯାଇଥିଲା ।

ଚାରୋଟି ଅଗ୍ନିଶମ ବାହିନୀ ନଅ ଘଣ୍ଟାରୁ ଅଧିକ ସମୟ ଧରି ସଂଘର୍ଷ କରିବା ପରେ ସନ୍ଧ୍ୟା ୭ଟା ସମୟରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ ବୋଲି ମଥୁରା ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରମୋଦ ଶର୍ମା ସୂଚନା ଦେଇଛନ୍ତି । ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ) କାର୍ଯ୍ୟାଳୟର ମୁଖପାତ୍ର ଏସ.କେ ଶ୍ରୀବାସ୍ତବ କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଏପରି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା ସେନେଇ ସୁପରଭାଇଜର ସ୍ତରୀୟ ତଦନ୍ତ କରାଯିବ । ବର୍ତ୍ତମାନ ସୁଦ୍ଧା ସମୁଦାୟ କ୍ଷୟକ୍ଷତିର ଆକଳନ କରାଯାଇନଥିବା ବେଳେ ଏବଂ ଆଜି(ରବିବାର ) ଆକଳନ କରାଯାଇପାରେ ବୋଲି ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.