ETV Bharat / bharat

ହାର୍ଲି ଡେଭିଡସନ କମ୍ପାନୀରେ ଅଗ୍ନିକାଣ୍ଡ, 4 ସୁରକ୍ଷିତ ଉଦ୍ଧାର - 4 ଜଣଙ୍କୁ ସୁରକ୍ଷିତ ଉଦ୍ଧାର

ରାମା ରୋଡସ୍ଥିତ ହାର୍ଲି ଡେଭିଡସନ ଏକ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ କରିବାକୁ 25 ଟି ଅଗ୍ନିଶମ ବାହିନୀ ନିୟୋଜିତ ଥିବା ବେଳେ 4 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ମୋତି ନଗର ସ୍ଥିତ ହାର୍ଲି ଡେଭିଡସନ କମ୍ପାନୀରେ ଅଗ୍ନିକାଣ୍ଡ

author img

By

Published : Jan 2, 2021, 11:57 AM IST

ନୂଆଦିଲ୍ଲୀ: ମୋତି ନଗର ଅଞ୍ଚଳର ରାମା ରୋଡସ୍ଥିତ ଏକ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ । ତେବେ ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ କରିବାକୁ ନିୟୋଜିତ ହୋଇଥିଲେ 25 ଟି ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡରେ 4 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆହତଙ୍କ ସମ୍ପର୍କରେ ଏଯାବତ୍ କୌଣସି ସୂଚନା ମିଳିନାହିଁ ।

ମୋତି ନଗର ସ୍ଥିତ ହାର୍ଲି ଡେଭିଡସନ କମ୍ପାନୀରେ ଅଗ୍ନିକାଣ୍ଡ

ସୂଚନାମୁତାବକ, ରାମା ରୋଡରେ ଅବସ୍ଥିତ ହାର୍ଲି ଡେଭିଡସନ ଏକ କମ୍ପାନୀରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି ନିଆଁ ପ୍ରଥମେ ପ୍ରଥମ ଏବଂ ଦ୍ବିତୀୟ ମହଲାରେ ଲାଗିଥିଲା । ଯେଉଁଠାରେ ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ କବାଡ଼ିଖାନା ଥିଲା ଏବଂ ଏହାର ତୃତୀୟ ମହଲାରେ ଏକ ରେସ୍ତୋରାଁ ଓ କ୍ଲବ ଥିବା । କିନ୍ତୁ ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ, ଏହା ସଙ୍ଗେ ସଙ୍ଗେ ସମ୍ପୁର୍ଣ୍ଣ ବିଲ୍ଡିଂରେ ବ୍ୟାପି ଯାଇଥିଲା ।

ତେବେ ଉଦ୍ଧାର ହୋଇଥିବା ଲୋକଙ୍କ ବିଷୟରେ ଜଣା ପଡିଥିଲା ​​ଯେ ସେମାନେ କ୍ଲବକୁ ଆସିଥିଲେ । କିନ୍ତୁ କର୍ଫ୍ୟୁ ସତ୍ତ୍ବେ କ୍ଲବ କିପରି ଚାଲିଥିଲା, ଯେଉଁଥିପାଇଁ ସିଧାସଳଖ ପୋଲିସ ଏବଂ MCD ଦାୟୀ କରାଯାଇଛି | ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.