ETV Bharat / bharat

ଦୁଷ୍କର୍ମ ମାମଲାରେ ଛନ୍ଦି ହେଲେ LJP ନେତା ପ୍ରିନ୍ସ ରାଜ ଓ ଚିରାଗ ପାସୱାନ - ଏଲଜେପି ନେତା ଚୀରାଗ

ଏଲଜେପି ସାଂସଦ ପ୍ରିନ୍ସ ରାଜଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ । ଚିରାଗ ପାସୱାନଙ୍କ ନାଁ ମଧ୍ୟ ସାମିଲ । ଅଧିକ ପଢନ୍ତୁ...

ଦୁଷ୍କର୍ମ ମାମଲାରେ ଛନ୍ଦି ହେଲେ LJP ନେତା ପ୍ରିନ୍ସ ଏବଂ ଚୀରାଗ

author img

By

Published : Sep 14, 2021, 11:54 AM IST

ନୂଆଦିଲ୍ଲୀ: ଏଲଜେପି ସାଂସଦ ପ୍ରିନ୍ସ ରାଜଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ । ୪ ମାସ ପୂର୍ବେ ପ୍ରିନ୍ସଙ୍କ ନାମରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୋଲିସ ଆଜି(ମଙ୍ଗଳବାର) ଏକ ମାମଲା ରୁଜୁ କରିଛି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ପୋଲିସ ଏହି FIR ରୁଜୁ କରିଥିବା ଜଣାପଡିଛି ।

ପ୍ରାୟ 4 ମାସ ପୂର୍ବେ ଜଣେ ଯୁବତୀ ପ୍ରିନ୍ସ ରାଜଙ୍କ ନାମରେ ଦୁଷ୍କର୍ମ ନେଇ କନାଟ୍ ପ୍ଲେସ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ତେବେ ସେତେବେଳେ ପୋଲିସ ଏଫଆଇଆର ପଞ୍ଜୀକୃତ କରିନଥିଲା । ଏଫ୍ଆଇଆରରେ, ଚିରାଗ ପାସୱାନ୍ ପ୍ରିନ୍ସଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ରୋକୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା ।

ସୂଚନାନୁସାରେ, ମେ' ମାସରେ ପୀଡିତା କନାଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ । ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, ପ୍ରିନ୍ସ ରାଜ ଫେବୃଆରୀ 10 ରେ ସଂସଦ ଛକ ପୋଲିସ ଷ୍ଟେସନରେ ଆଗୁଆ ସମ୍ପୃକ୍ତ ଯୁବତୀଙ୍କ ନାମରେ ନିର୍ଯାତନା ଅଭିଯୋଗ କରିଥିଲେ । ଏହି କାରଣରୁ ପୋଲିସ ପୁରା ଘଟଣାର ତଦନ୍ତ ଜାରି ରଖିଥିଲା ।

ତେବେ ମେ' ମାସରୁ ପ୍ରିନ୍ସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ସେ ଅଦାଲତର ଦ୍ବାରସ୍ଥ ହୋଇଥିଲେ । ଅଦାଲତ ମାମଲାର ଶୁଣାଣି କରି ପ୍ରିନ୍ସ ଏବଂ ତାଙ୍କ ଦାଦା ପୁଅ ଭାଇ ଚିରାଗଙ୍କ ନାମରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.