ETV Bharat / bharat

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାଁରେ ମାମଲା - ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାମରେ ମାମଲା

ଅଡୁଆରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବାରୁ ହାଇଦ୍ରାବାଦ ପୋଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାମରେ ମାମଲା

author img

By

Published : Feb 17, 2022, 7:45 AM IST

ହାଇଦ୍ରାବାଦ: ଅଡୁଆରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବାରୁ ହାଇଦ୍ରାବାଦ ପୋଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଶର୍ମାଙ୍କ ବିରୋଧରେ ପ୍ରଥମେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କିମିଟ (ଟିପିସିସି) ମୁଖ୍ୟ ରେବନ୍ତ ରେଡ୍ଡୀ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ହାଇଦ୍ରାବାଦ ସିଟିର ଜୁବଲି ହିଲସ ପୋଲିସ ଷ୍ଟେସନରେ ଆଇପିସି ଧାରା ୫୦୪ ଓ ୫୦୫(୨) ଅନୁସାରେ ଶର୍ମାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି ।

ଗତ ଫେବୃଆରୀ ୧୧ରେ ଉତ୍ତରାଖଣ୍ଡ ବିଧାନସଭା ନିର୍ମାଚନ ପ୍ରଚାର ସମୟରେ ହିମନ୍ତ ବିଶ୍ବଶର୍ମା କହିଥିଲେ ୨୦୧୯ରେ ଦିବ୍ୟଙ୍ଗତ ଦେଶର ପ୍ରଥମ ସିଡିଏସ ବିପିନ ରାୱତଙ୍କ ନେତୃତ୍ବରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ତେବେ ରାହୁଲ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିଲେ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଅ ବୋଲି କଣ ବିଜେପି କେବେ ପ୍ରମାଣ ମାଗିଛି ବୋଲି କହିଥିଲେ ହିମନ୍ତ ବିଶ୍ବ ଶର୍ମା ।

ଏହା ବି ପଢନ୍ତୁ...ରାହୁଲ ଗାନ୍ଧୀଙ୍କୁ ଆଧୁନିକ ଜିନ୍ନା କହିଲେ ଆସାମ ମୁଖ୍ୟମନ୍ତ୍ରୀ

ତାଙ୍କର ଏ ବୟାନ ପାଇଁ ଟିପିସିସି ମୁଖ୍ୟ ରେବନ୍ତ ରେଡ୍ଡୀ ଅଭିଯୋଗ କରିବା ସହ ଗିରଫ ଦାବି କରିଥିଲେ । ଖାଲି ସେତିକ ନୁହେଁ ବିଜେପି ତୁରନ୍ତ ହିମନ୍ତ ବିଶ୍ବଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଉଚିତ ବୋଲି କହିଥିଲେ ରେବନ୍ତ । ଏହା ପରେ ପୋଲିସ ହିମନ୍ତ ବିଶ୍ବ ଶର୍ମାଙ୍କ ନାମରେ ମାମଲା ରୁଜ୍ଜୁ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.