ଲକ୍ଷ୍ନୌ: ଶିକ୍ଷୟିତ୍ରୀଙ୍କୁ କମେଣ୍ଟ ମାରିଲେ ଛାତ୍ର । କ୍ଲାସ ଶିକ୍ଷୟିତ୍ରୀଙ୍କୁ 'ଆଇ ଲଭ୍ ୟୁ ମେରି ଜାନ୍'... 'ଓ ମ୍ୟାଡମ୍ ଇଆଡେ ଦେଖ' କହି ଆଶାଳୀନ ବ୍ୟବହାର କଲେ । ବାପାମାଆଙ୍କ ପରେ ଗୁରୁଙ୍କୁ ଇଶ୍ବର କୁହାଯାଉଥିବା ବେଳେ ଉତ୍ତରପ୍ରଦେଶ ମେରଟରୁ ସେହି ଇଶ୍ବରଙ୍କୁ ଦୁର୍ବ୍ୟବହାର ଭଳି ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଯୁକ୍ତ ଦୁଇର କିଛି ଛାତ୍ର ମିଶି ଶିକ୍ଷୟିତ୍ରୀଙ୍କୁ ଅତ୍ୟନ୍ତ ଖରାପ ଭାଷାରେ କମେଣ୍ଟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଏହାକୁ ନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀ ୩ ଜଣ ଛାତ୍ରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ଏହି ଘଟଣା ମେରଟ କିଠୌର ଥାନା ଅଞ୍ଚଳର ଏକ ଯୁକ୍ତ ଦୁଇ କଲେଜର ଅଟେ । ଶିକ୍ଷୟିତ୍ରୀଙ୍କୁ ଅଶାଳୀନ ବ୍ୟବହାର କରୁଥିବା ଛାତ୍ର ଯୁକ୍ତ ଦୁଇରେ ପଢୁଥିବା ବେଳେ ସମସ୍ତେ ନାବାଳକ ଅଟନ୍ତି । ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଛାତ୍ରମାନେ ଦୀର୍ଘ ଦିନ ହେଲାଣି ତାଙ୍କୁ ହଇରାଣ କରୁଥିଲେ । ଅନେକ ଥର ଶ୍ରେଣୀଗୃହରେ ମଧ୍ୟ ଅଶାଳୀନ ଭାଷାର ପ୍ରୟୋଗ କରୁଥିଲେ । ବାଟରେ ଯିବାଆସିବା ସମୟରେ ଆଇ ଲଭ ୟୁ ମେରି ଜାନ କହି କମେଣ୍ଟ ମାରୁଥିଲେ । ଏନେଇ ଶିକ୍ଷୟିତ୍ରୀ ଜଣକ ସେହି ପିଲାଙ୍କୁ ବହୁତ ବୁଝାସୁଝା ମଧ୍ୟ କରିଥିଲେ । ହେଲେ କେହି ନିଜର ଏହି ବ୍ୟବହାରରୁ ନିବୃତ୍ତ ରହିନଥିଲେ ।
ଏହାମଧ୍ୟ ପଢନ୍ତୁ: ଜେଲ୍ରେ ଅୟସ କରୁଛନ୍ତି ଆପ୍ ମନ୍ତ୍ରୀ, ପୁଣି ଆସିଲା ଭିଡିଓ
ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଶିକ୍ଷୟିତ୍ରୀ ମାନସିକ ଅବସାଦରେ ରହୁଥିଲେ । ଏହାର ପ୍ରଭାବ ତାଙ୍କର ସମ୍ପର୍କ ଉପରେ ମଧ୍ୟ ପଡିଥିବା ସେ କହିଛନ୍ତି । ତେଣୁ ଶେଷରେ ଶିକ୍ଷୟିତ୍ରୀ ସମ୍ପୃକ୍ତ ୩ ଅସଭ୍ୟ ଛାତ୍ରୀଙ୍କ ବିରୋରେ ଥାନାରେ ଏତଲା ଦେଇଛନ୍ତି(fir against three student in meerut)। ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ସେହି ଛାତ୍ରମାନଙ୍କୁ ଉଠାଇ ଆଣି ପଚରାଉଚରା କରୁଛି । ତେବେ ଶିକ୍ଷୟିତ୍ରୀଙ୍କ ପ୍ରତି ଛାତ୍ରଙ୍କ ଏପରି ବ୍ୟବହାରକୁ ନେଇ ଚାରିଆଡେ ଉଦବେଗ୍ ପ୍ରକାଶ ପାଇଛି ।