ଭୋପାଳ: ଭଗବାନଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ତାଙ୍କର ଏହି ବିବାଦୀୟ ବୟାନ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଭୋପାଳ ସ୍ଥିତ ଶ୍ୟାମଳା ହିଲ୍ସ ଥାନାରେ ଅଭିନେତ୍ରୀ ଶ୍ବେତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।
- — Dr Narottam Mishra (@drnarottammisra) January 27, 2022 " class="align-text-top noRightClick twitterSection" data="
— Dr Narottam Mishra (@drnarottammisra) January 27, 2022
">— Dr Narottam Mishra (@drnarottammisra) January 27, 2022
‘ମୋ ବ୍ରା’ର ସାଇଜ୍ ଭଗବାନ ନେଉଛନ୍ତି କହି ବିବାଦରେ ପଡ଼ିଛନ୍ତି ଏହି ଅଭିନେତ୍ରୀ ଜଣକ । ଯାହାକୁ ନେଇ ସାରା ଦେଶରେ ତୀବ୍ର ବିରୋଧ ହୋଇଛି । ଶ୍ବେତାଙ୍କ ଏହି ମନ୍ତବ୍ୟ ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଦୃଢ଼ ପ୍ରତିକ୍ରିୟା ଜାରି ପ୍ରକାଶ କରିଛନ୍ତି । ଭଗବାନଙ୍କ ଏଭଳି ଅପମାନ ବରଦାସ୍ତ କରାଯିବ ନାହିଁ କହି ଭୋପାଳ ପୋଲିସ କମିଶନରଙ୍କୁ ଏହାର ତଦନ୍ତ କରି ଯାଞ୍ଚ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଥାଉକି, ଆଗକୁ ଆସୁଛି ଶ୍ବେତାଙ୍କ ଏକ ୱେବସିରିଜ । ଏଥିରେ 'ମହାଭାରତ'ରେ କୃଷ୍ଣ ଭୂମିକାରେ ନଜର ଆସୁଥିବା ପ୍ରସିଦ୍ଧ କଳାକାର ସୌରଭ ଜୈନ ଜଣେ 'ବ୍ରା ଫିଟର' ଭାବେ ନଜର ଆସିବେ । ତେବେ ଶ୍ବେତା ଏବଂ ତାଙ୍କ ଟିମ୍ ୱେବସିରିଜର ପ୍ରମୋସନ ପାଇଁ ଭୋପାଳ ଯାଇଥିବା ସମୟରେ ମଜାଳିଆ ଢଙ୍ଗରେ କହିଛନ୍ତି ‘ମୋ ବ୍ରା’ର ସାଇଜ୍ ଭଗବାନ ନେଉଛନ୍ତି । ଏହାପରେ ବିବାଦରେ ପଡ଼ିଛନ୍ତି ୪୧ ବର୍ଷୀୟ ଅଭିନେତ୍ରୀ ଶ୍ବେତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ