ଲକ୍ଷ୍ନୌ: ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ଅଭିଯୋଗରେ ଫସିଲେ ଉତ୍ତର ପ୍ରଦsଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ମୁଖ୍ୟ ଅଖିଳେଶ ଯାଦବ । ଏହି ମାମଲାରେ ଅଖିଳେଶଙ୍କ ସମେତ 20 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି ।
ମାର୍ଚ୍ଚ 11 ରେ ଅଖିଳେଶ ଯାଦବ ସାମ୍ବାଦିକ ସମ୍ମିଳନୀ ଡାକିଥିବାବେଳେ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଜୋର ଧରିଥିବା ବେଳେ ଉକ୍ତ ଘଟଣା ପାଇଁ ଅଖିଳେଶଙ୍କୁ ଦାୟୀ କରାଯାଇଥିଲା । ତେବେ ଏନେଇ ଅଖିଳେଶ ଓ ତାଙ୍କର ଅନ୍ୟ କିଛି ସହଯୋଗୀଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ଜଣା ପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ