ETV Bharat / bharat

ଆଜି NMPର ଲଞ୍ଚ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ - ଜାତୀୟ ମୁଦ୍ରାକରଣ ପାଇପଲାଇନ

ଆଜି National Monetisation Pipelineର ହେବ ଲଞ୍ଚ । ଲଞ୍ଚ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ...

ଜାତୀୟ ମୁଦ୍ରାକରଣ ପାଇପଲାଇନ ଲଞ୍ଚ କରିବେ ନିର୍ମଳା ସୀତାରମଣ

author img

By

Published : Aug 23, 2021, 6:41 AM IST

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ National Monetisation Pipeline (NMP)ର ଲଞ୍ଚ କରିବେ । ଯାହା ଆସନ୍ତା ଚାରି ବର୍ଷ ମଧ୍ୟରେ ବିକ୍ରି ହେବାକୁ ଥିବା ସରକାରଙ୍କ ଭିତ୍ତିଭୂମି ସମ୍ପତ୍ତି ତାଲିକାଭୁକ୍ତ କରିବ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି । ଏନଏମପି କେନ୍ଦ୍ର ସରକାରଙ୍କ ବ୍ରାଉନଫିଲ୍ଡ ଭିତ୍ତିଭୂମି ସମ୍ପତ୍ତିର ଚାରି ବର୍ଷର ପାଇପଲାଇନକୁ ନେଇ ଗଠିତ। ନିବେଶକମାନଙ୍କୁ ଭିଜିବିଲିଟି ଯୋଗାଇବା ବ୍ୟତୀତ ଏନଏମପି ସରକାରଙ୍କ ସମ୍ପତ୍ତି ବିମୁଦ୍ରୀକରଣ ପଦକ୍ଷେପ ପାଇଁ ମଧ୍ୟମ ମିଆଦି ରୋଡମ୍ୟାପ ଭାବେ ମଧ୍ୟ କାର୍ଯ୍ୟ କରିବ ବୋଲି ନୀତି ଆୟୋଗ ରବିବାର ଏକ ବିବୃତ୍ତିରେ କହିଛନ୍ତି।

ବିନିଯୋଗ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (ଡିପିଏମ୍) ସଚିବ ତୁହିନ୍ କାନ୍ତ ପାଣ୍ଡେ ଚଳିତ ମାସ ଆରମ୍ଭରେ କହିଥିଲେ ଯେ ସରକାର ଜାତୀୟ ରାଜପଥ ଏବଂ ପାୱାର ଗ୍ରୀଡ୍ ପାଇପଲାଇନ ସମେତ 6 ଲକ୍ଷ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ସମ୍ପତ୍ତି ଚୂଡ଼ାନ୍ତ କରୁଛନ୍ତି । ପ୍ରାୟ 6 ଟ୍ରିଲିୟନ ଟଙ୍କା ମୂଲ୍ୟର ଏହି ଯୋଜନା ଆରମ୍ଭ ହୋଇଛି । ଯେଉଁଥିରେ ପାଇପଲାଇନ ଠାରୁ ପାୱାର ଗ୍ରୀଡ ପାଇପଲାଇନ ପର୍ଯ୍ୟନ୍ତ ଜାତୀୟ ରାଜପଥ, ଟୋଟି (ଟୋଲ-ଅପରେଟ-ଟ୍ରାନ୍ସଫର) ଇତ୍ୟାଦି ବିଭିନ୍ନ ସମ୍ପତ୍ତି ରହିବ । କେନ୍ଦ୍ର ବଜେଟ ୨୦୨୦-୨୧, ଭିତ୍ତିଭୂମି ପାଇଁ ଅଭିନବ ତଥା ବିକଳ୍ପ ଆର୍ଥିକ ବୃଦ୍ଧି ପାଇଁ ଏକ ମାଧ୍ୟମ ଭାବରେ ସମ୍ପତ୍ତି ମୁଦ୍ରୀକରଣ ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲା ​​ ।

ତାଙ୍କ ବଜେଟ୍ ଅଭିଭାଷଣରେ ସୀତାରମଣ କହିଥିଲେ ଯେ ନୂତନ ଭିତ୍ତିଭୂମି ନିର୍ମାଣ ପାଇଁ ସାର୍ବଜନୀନ ଭିତ୍ତିଭୂମି ସମ୍ପତ୍ତିକୁ ମୁଦ୍ରୀକରଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବିକଳ୍ପ ଅଟେ । ସମ୍ଭାବ୍ୟ ଭିତ୍ତିଭୂମି ସମ୍ପତ୍ତିର ଏକ ଜାତୀୟ ମନିଟାଇଜେସନ୍ ପାଇପଲାଇନ ଆରମ୍ଭ ହେବ । ଅଗ୍ରଗତିର ଟ୍ରାକିଂ ତଥା ନିବେଶକମାନଙ୍କୁ ଦୃଶ୍ୟମାନତା ପାଇଁ ଏକ ସମ୍ପତ୍ତି ମନିଟାଇଜେସନ୍ ଡ୍ୟାସବୋର୍ଡ ମଧ୍ୟ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି।

ସରକାର କେବଳ ଅର୍ଥ ଯୋଗାଣ ପ୍ରଣାଳୀ ନୁହେଁ । ଭିତ୍ତିଭୂମି ବୃଦ୍ଧି ଏବଂ ରକ୍ଷଣାବେକ୍ଷଣ ପାଇଁ ରଣନୀତି ଭାବରେ ସମ୍ପତ୍ତି ବିନିଯୋଗକୁ ମଧ୍ୟ ଦେଖନ୍ତି । ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ନୀତି ଆୟୋଗ ସିଇଓ ଅମିତାଭ କାଣ୍ଟ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ସଚିବଙ୍କ ଉପସ୍ଥିତିରେ ଏନଏମପି ପୁସ୍ତକ ପ୍ରକାଶ ପାଇବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.