ETV Bharat / bharat

ନୌସେନାକୁ ହସ୍ତାନ୍ତର ହେଲା ବାଗିର - Vagir delivered news

ବଢିଲା ନୌସେନାର ବଳ । ଭାରତୀୟ ନୌସେନାକୁ ହସ୍ତାନ୍ତର ହୋଇଛି ବୁଡାଜାହାଜ ବାଗିର ( Vagir delivered to Navy ) । ଅଧିକ ପଢନ୍ତୁ

Vagir
Vagir
author img

By

Published : Dec 21, 2022, 7:56 AM IST

ନୂଆଦିଲ୍ଲୀ: ଭାରତ ମହାସାଗରରେ ଚାଲିବନି ଚୀନର ଦାଦାଗିରି । ବଢିଲା ନୌସେନାର ଶକ୍ତି । ଭାରତୀୟ ନୌସେନାକୁ ହସ୍ତାନ୍ତର ହୋଇଛି ପ୍ରୋଜକ୍ଟ-75 ଅଧୀନରେ ନିର୍ମିତ କଳବରୀ ଶ୍ରେଣୀର ପଞ୍ଚମ ବୁଡାଜାହାଜ ବାଗିରକୁ ହସ୍ତାନ୍ତର କରାଯାଇଛି ( Vagir delivered to Navy )। ଆସନ୍ତାମାସରେ ବିଧିବଦ୍ଧ ଭାବରେ ଏହାକୁ ନୌସେନାରେ ସାମିଲ କରାଯିବ । ପ୍ରୋଜେକ୍ଟ-75 ଅଧିନରେ ନିର୍ମିତ ହେବାକୁ ଥିବା 6ଟି ବୁ଼ଡାଜାହାଜ ମଧ୍ୟରୁ ଏହା ପଞ୍ଚମ ।

ଫ୍ରାନ୍ସର ନାଭାଲ ଗ୍ରୁପ ସହାୟତାରେ ମୁମ୍ବାଇର ମଜଗାଓଁ ଡକ ସିପ ବିଲଡର୍ସ ଲିମିଟେଡରେ ସ୍ବଦେଶୀ ଜ୍ଞାନ କୌଶଳରେ ଏହାର ନିର୍ମାଣ ଚାଲିଛି । 2020 ନଭେମ୍ବର 12ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତବର୍ଷ ଫେବୃଆରୀ 1ରୁ ବିଭିନ୍ନ ପର୍ଯ୍ୟାୟରେ ଏହାର ସାମୁଦ୍ରିକ ପରୀକ୍ଷା କରାଯାଇଥିଲା । ଅନ୍ୟ ବୁଡାଜାହାଜଠୁ କମ ସମୟ ମଧ୍ୟରେ ଏହାର ଅସ୍ତ୍ରଶସ୍ତ୍ର ଓ ସେନସର ପରୀକ୍ଷା ସଫଳ ହୋଇଛି ବୋଲି ନୌସେନା ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ କହିଛନ୍ତି ।

ଭାରତରେ ଏହି ବୁ଼ଡାଜାହାଜ ନିର୍ମାଣ କରାଯିବା ଆତ୍ମନିର୍ଭର ଭାରତର ଏକ ଉଦାହରଣ । 2 ବର୍ଷ ଭିତରେ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯିବାରେ ଏହା ହେଉଛି ତୃତୀୟ ବୁଡାଜାହାଜ । ସାମୁଦ୍ରିକ କ୍ଷେତ୍ରରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ହେବ । ଭାରତ ମହାସାଗରରେ ଚୀନର କାର୍ଯ୍ୟକଳାପକୁ ଦେଖି ଭାରତୀୟ ନୌସେନାର ସାମୁଦ୍ରିକ କ୍ଷମତା ବୃଦ୍ଧି କରାଯାଉଛି । ବାଗିର ନୌସେନାକୁ ହସ୍ତାନ୍ତର ସମୟରେ ସମସ୍ତ ନୌସେନାର ଅଧିକାରୀ ଉପସ୍ଥିତ ଥିଲେ ।

କଣ ବାଗିରର ବିଶେଷତ୍ବ...

ଏହି ବୁଡାଜାହାଜ ସ୍ବଦେଶୀ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହାର ଉନ୍ନତ ଟ୍ରାକିଂ ସିଷ୍ଟମ ରହିଛି । ଏଥିରେ ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ସାମିଲ କରାଯାଇଛି । ସମୁଦ୍ରରେ ଏହା ଘଣ୍ଟାପ୍ରତି 20 କିମି ବେଗରେ ଗତି କରିବ । ପାଣି ଭିତରେ ଏହା ଗତି ଘଣ୍ଟା ପ୍ରତି 37 କିମି ହୋଇଯିବ ।

ଏହା ବି ପଢନ୍ତୁ...ଥରହର ହେବ ଶତ୍ରୁ, ନୌସେନାର ସାମିଲ ହେଲା INS Mormugao

ନିକଟରେ ସମୁଦ୍ର ପଥରେ ଶତ୍ରୁକୁ ମାତ ଦେବାକୁ ଭାରତୀୟ ନୌସେନାକୁ ବଳ ମିଳିଥିଲା । ଆଇଏନଏସ ମୋର୍ମୁଗାଓକୁ ନୌସେନାରେ ସାମିଲ କରାଯାଇଥିଲା । ଭାରତ ମହାସାଗରରେ ଚୀନର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଁ ଡିସେମ୍ବର 18 ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୌସେନା ଡକୟାର୍ଡ ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରିଥିଲେ । ଏହାପୂର୍ବରୁ ସେପ୍ଟେମ୍ବର 2 ତାରିଖରେ ଭାରତୀୟ ନୌସେନାକୁ ଶକ୍ତିଶାଳୀ କରିବାକୁ ନୌସେନାରେ ଆଇଏନଏସ ବିକ୍ରାନ୍ତକୁ ସାମିଲ କରାଯାଇଥିଲା ।

କେରଳର କୋଚି ଠାରା ଥିବା ନୌସେନା ବେସ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ଏୟାରକ୍ରାଫ୍ଟ କ୍ୟାରିଅରକୁ ଭାରତୀୟ ନୌସେନାକୁ ଭେଟି ଦେଇଥିଲେ । ଆଇଏନଏସ ବିକ୍ରାନ୍ତ ଜାହାଜର ଓଜନ ୪୫ ହଜାର ଟନ । ଏହାକୁ ତିଆରି ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାର ଘଣ୍ଟାପ୍ରତି ବେଗ ୫୨ କିମି । ଏହାର ଲମ୍ବ ୨୬୨ ମିଟର, ଉଚ୍ଚତା ୫୯ ମିଟର ଓ ଚଉଡ଼ା ୬୨ ମିଟର । ଆଇଏନଏସ୍‌ ବିକ୍ରମାଦିତ୍ୟ ପରେ ଏହା ଦେଶରେ ନିର୍ମାଣ ହୋଇଥିବା ୨ୟ ଯୁଦ୍ଧ ଜାହାଜ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.