ETV Bharat / bharat

Fetus In Fetu: ପ୍ରକୃତିର ବିଚିତ୍ର ସୃଷ୍ଟି, ୪୦ ଦିନର ଶିଶୁ ପେଟରେ ବଢୁଛି ଶିଶୁ - ଶିଶୁ ପେଟର ଶିଶୁ ଠାବ

ବିହାର ମୋତିହାରିରେ ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାକୁ ଆପଣ ମଧ୍ୟ ସହଜରେ ବିଶ୍ବାସ କରିପାରିବେ ନାହିଁ । ଶିଶୁର ଜନ୍ମକୁ ମାତ୍ର ୪୦ ଦିନ ପୁରିଥିବା ବେଳେ ତା' ପେଟରେ ଆଉ ଏକ ଶିଶୁକୁ ଠାବ କରାଯାଇଛି । ଅଧିକ ପଢନ୍ତୁ

Fetus in Fetu: ପ୍ରକୃତିର ବିଚିତ୍ର ସୃଷ୍ଟି, ୪୦ ଦିନର ଶିଶୁ ପେଟର ଆଉ ଏକ ଶିଶୁ ଠାବ

author img

By

Published : May 30, 2022, 9:22 AM IST

ପାଟନା: ଆଚମ୍ବିତ, ବିସ୍ମୟ, ଅବିଶ୍ବସନୀୟ । ଏପରି ଅନେକ ଶବ୍ଦ ଏହି ଘଟଣା ପାଇଁ କମ ପଡ଼ିଯିବ । ବିହାରର ମୋତିହାରି ଏହି ଘଟଣା ସାମନାକୁ(A Strange Case from Motihari) ଆସିବା ପରେ ଡାକ୍ତରଙ୍କ ସମେତ ଅଞ୍ଚଳବାସୀମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି । କାରଣ ଜନ୍ମ ହୋଇଥିବା ୪୦ ଦିନର ଶିଶୁ ପେଟରେ ଆଉ ଏକ ଶିଶୁ ରହିଥିବା(Fetus inside the stomach of a 40-day-old infant) ଜଣାପଡ଼ିଛି । ଆଜ୍ଞା ହଁ, ଘଟଣାଟି ବିଶ୍ବାସ ହେଉନଥିଲେ ମଧ୍ୟ ବାସ୍ତବ । ବିହାର ମୋତିହାରି ରେହମାନିଆ ମେଡ଼ିକାଲ ସେଣ୍ଟରରେ ଏଭଳି ଏକ ଶିଶୁ ଚିକିତ୍ସିତ ହେଉଛି ।

ପ୍ରକୃତିର ବିଚିତ୍ର ସୃଷ୍ଟି, ୪୦ ଦିନର ଶିଶୁ ପେଟର ଆଉ ଏକ ଶିଶୁ ଠାବ
  • ଡାକ୍ତର ମଧ୍ୟ ଆଚମ୍ବିତ:-

ମୋତିହାରିରେ ଏହି ଶିଶୁର ଜନ୍ମକୁ ମାତ୍ର ୪୦ ଦିନ ପୂରିଛି । ହେଲେ ଜନ୍ମ ହେବା ପରେ ଶିଶୁର ପେଟଟି ଫୁଲିକି ରହୁଥିଲା । ପରିବାର ଏ ନେଇ ଚିନ୍ତାଗ୍ରସ୍ତ ହେବା ପରେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଶିଶୁଟି ପରିସ୍ରା କରିପାରୁନାହିଁ । ମୂତ୍ର ପେଟରେ ଜମି ରହୁଥିବାରୁ ଏପରି ପେଟରେ ଫୁଲା ରହୁଥିବା କହିଥିଲେ ଡାକ୍ତର । ଏ ବିଷୟରେ ସ୍ପଷ୍ଟ ଭାବେ ଜାଣିବା ପାଇଁ ଡାକ୍ତର ତାବ୍ରିଜ ଅଜିଜ୍‌ ସିଟି ସ୍କାନ(CDT Scan) କରାଇଥିଲେ । ତେବେ ଏହି ରିପୋର୍ଟ ଆସିବା ପରେ ସମସ୍ତଙ୍କୁ ଝଟକା ଲାଗିଥିଲେ । ସହଜରେ ଏହାକୁ କେହି ବିଶ୍ବାସ କରିନଥିଲେ । ଶିଶୁର ପେଟର ଆଉ ଏକ ଶିଶୁ ଥିବା କହିଛନ୍ତି ଡାକ୍ତର ।

  • ଫିଟସ ଇନ୍‌ ଫିଟୁ(Fetus in Fetu):-

ଏକ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ଡାକ୍ତର କହିଛନ୍ତି ଯେ ଏହାକୁ ମେଡିକାଲ ଭାଷାରେ ଫିଟସ ଇନ୍‌ ଫିଟୁ(Fetus in Fetu) ବୋଲି କୁହାଯାଏ । ଏହା ଏକ ବିରଳ ଘଟଣା । ପ୍ରାୟ ୫ ଲକ୍ଷ ରୋଗୀଙ୍କ ମଧ୍ୟରୁ ଜଣଙ୍କ ଠାରେ ଏହି ସମସ୍ୟା ଦେଖାଯାଇଥାଏ । ଶିଶୁର ସର୍ଜରୀ କରାଯାଇଛି । ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ତାକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.