ETV Bharat / bharat

ଶୌଚାଳୟ ପାଇଁ ମହିଳା ରେଳଯାତ୍ରୀଙ୍କୁ ଦୁର୍ବ୍ୟବହାର ! ଦୁଇ ଷ୍ଟେସନ ମାଷ୍ଟରଙ୍କ ନାମରେ ଏତଲା

author img

By

Published : Jul 27, 2022, 10:00 PM IST

ହରିୟାଣାର ରେୱାରୀରେ ଷ୍ଟେସନରେ ଜଣେ ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଦୁଇ ଷ୍ଟେସନ ମାଷ୍ଟରଙ୍କ ବିରୋଧରେ ଏତଲା । ଅଧିକ ପଢନ୍ତୁ

ମହିଳା ରେଳଯାତ୍ରୀଙ୍କୁ ଶୌଚାଳୟରେ ତାଲା ! ଦୁଇ ଷ୍ଟେସନ ମାଷ୍ଟରଙ୍କ ନାମରେ ଏତଲା

ଚଣ୍ଡିଗଡ: ହରିୟାଣାର ରେଓ୍ବାରୀ ରେଳ ଷ୍ଟେସନରେ ଜଣେ ମହିଳା ଯାତ୍ରୀଙ୍କୁ ପ୍ରତୀକ୍ଷା କକ୍ଷରେ ଥିବା ଶୌଚାଳୟ ବ୍ୟବହାର କରିବାକୁ ନଦେବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଦୁଇ ଷ୍ଟେସନ ମାଷ୍ଟରଙ୍କ ନାମରେ ଏତଲା ଦାଏର ହୋଇଛି । ମହିଳା ଯାତ୍ରୀଙ୍କ ଅଭିଯୋଗ କ୍ରମେ GRP ପୋଲିସ ଏତଲା ପଞ୍ଜୀକୃତ କରିବା ସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ ଏହି ଘଟଣା ସୋମବାର ସଂଧ୍ୟାର ବୋଲି କୁହଯାଉଛି । ଦିଲ୍ଲୀର ଜଣେ ମହିଳା ଯାତ୍ରୀ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ରେଓ୍ବାରୀ ଷ୍ଟେସନର ପ୍ରତୀକ୍ଷା କକ୍ଷରେ ବସିଥିଲେ । ସେ ଶୌଚାଳୟ ବ୍ୟବହାର କରିବାକୁ ଯିବାରୁ ସେଠାରେ ତାଲା ଝୁଲୁଥିଲା । ପରେ ସେ ଷ୍ଟେସନ ମାଷ୍ଟରଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିବା ସହ ମହିଳା ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଖୋଲିବା ପାଇଁ କହିଥିଲେ ।

ତେବେ ଏଥିରେ ଷ୍ଟେସନ ମାଷ୍ଟର ଉତ୍ତଜିତ ହୋଇ ତାଙ୍କୁ ଦୁର୍ବ୍ୟବହାର କରିଥିବା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ସମ୍ପୃକ୍ତ ମହିଳା ଯାତ୍ରୀ । ରେଳବାଇ ପୋଲିସ ମଧ୍ୟ ମହିଳାଙ୍କ ଏତଲା ପଞ୍ଜୀକୃତ କରିବା ସହ ସମ୍ପୃକ୍ତ ଦୁଇ ଷ୍ଟେସନ ମାଷ୍ଟରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.