ETV Bharat / bharat

ବାୟୁସେନାରେ ଦୁଷ୍କର୍ମ ଝଡ, IAFକୁ ମାମଲା ହସ୍ତାନ୍ତର କଲେ କୋର୍ଟ

ବାୟୁସେନା ତାଲିମ ମହାବିଦ୍ୟାଳୟରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା । ଶୁଣାଣି କରି ତାମିଲନାଡୁ ସିଭିଲ କୋର୍ଟ ମାମଲାକୁ IAFକୁ ହସ୍ତାନ୍ତର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 1, 2021, 3:26 PM IST

କୋଏମ୍ବାଟୁର ଭାରତୀୟ ବାୟୁସେନା ତାଲିମ ମହାବିଦ୍ୟାଳୟରେ ମହିଳାଙ୍କୁ ଦୁଷ୍କର୍ମ, ମାମଲାକୁ IAFକୁ ହସ୍ତାନ୍ତର କଲେ କୋର୍ଟ

ଚେନ୍ନାଇ: ତୀବ୍ର ହେଉଛି ବାୟୁସେନା ତାଲିମ ମହାବିଦ୍ୟାଳୟରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା । ଶୁଣାଣି କରି ତାମିଲନାଡୁ ସିଭିଲ କୋର୍ଟ ମାମଲାକୁ IAFକୁ ହସ୍ତାନ୍ତର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ତାମିଲନାଡୁର କୋୟମ୍ବାଟୁର ଜିଲ୍ଲାରେ ବାୟୁସେନାର ପ୍ରଶାସନିକ କଲେଜ ପରିସରରେ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିଲା ।ଏଫଆଇଆରରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପୀଡିତା ୯ ସେପ୍ଟେମ୍ବରରେ ପ୍ରଶିକ୍ଷଣ ସମୟରେ ବାସ୍କେଟ ବଲ୍‌ ଖେଳୁଥିଲେ । ଏହି ସମୟରେ ତାଙ୍କ ଡାହାଣ ପାଦରେ ଆଘାତ ଲାଗିଥିଲା । ପରେ ସେ ପେନ୍‌କ୍ଲିୟର ଔଷଧ ନେଇ ସଂଧ୍ୟାରେ ମେସ୍‌ ବାର୍‌ରେ ସହଯୋଗୀଙ୍କ ସହ ସାମିଲ ହୋଇଥିଲେ । ତେବେ ସେଠାରୁ ବାନ୍ତି ହେବା କାରଣରୁ ନିଜ୍‌ ରୁମକୁ ପଳାଇ ଆସିଥିଲେ । ଏଠାରେ ଦୁଇ ଜଣ ତାଙ୍କୁ ଦେଖାରଖା କରିବା ପରେ ବାହାରପଟୁ କବାଟ ଦେଇ ପଳାଇଥିଲେ । ଏହି ସମୟରେ ଅଭିଯୁକ୍ତି ଭିତରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲା ।

ଅଭିଯୁକ୍ତଙ୍କ ନାମରେ ମହିଳା ଜଣକ ଥାନାରେ ଅଭିଯୋଗ କରିବା ସହ ଡାକ୍ତରୀମାଇନା ଟେଷ୍ଟ କରିଥିବା ଡାକ୍ତରଙ୍କ ବିରୁଦ୍ଧରେ ମଧ୍ୟ ସଙ୍ଗୀନ କରିଥିଲେ । ଟେଷ୍ଟ ସମୟରେ ଡାକ୍ତର ତାଙ୍କର ଜୋର୍ ଜବରଦସ୍ତ 2 ଫିଙ୍ଗର ଟେଷ୍ଟ କରିଥିବା ଅଭିଯୋଗ କରିଥିଲେ ।

ପରବର୍ତ୍ତୀ ସମୟରେ ତଦନ୍ତ କରି ପୋଲିସ 25 ସେପ୍ଟେମ୍ବରରେ ଅମିତେଶଙ୍କୁ ଗିରଫ କରିଥିଲା । ଆଜି(ଶୁକ୍ରବାର) ମାମଲାର ଶୁଣାଇ କରି କୋର୍ଟ IAF କୁ ହସ୍ତାନ୍ତର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ଆଇଏଏଫ କର୍ତ୍ତୃପକ୍ଷ କୋର୍ଟକୁ କହିଛନ୍ତି ଯେ, ଏହି ଘଟଣାର ପ୍ରତିରକ୍ଷା ମାମଲା ଥିବାରୁ ତାଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ପୋଲିସର କୌଣସି ଅଧିକାର ନାହିଁ । ତେଣୁ ମାମଲାକୁ IAF କୁ ହସ୍ତାନ୍ତର କରାଯାଉ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.