ETV Bharat / bharat

ଭିନ୍ନ ଏକ ଗାଁ, ଗଛ କାଟିଲେ ହୋଇଥାଏ ପାପ !

author img

By

Published : Jun 21, 2021, 10:07 PM IST

ପରିବେଶ ସଂରକ୍ଷଣର ନିଚ୍ଛକ ଉଦାହରଣ ଏଇ ଗାଁ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗାଁରେ ଗଛ କାଟିବା ତ ଦୂରର କଥା ଡାଳଟିଏ ବି ଭାଙ୍ଗନ୍ତିନି କେହି । ଦେଖନ୍ତୁ ଏହି ଅନନ୍ୟ ଶସ୍ୟଶ୍ୟାମଳା ଗାଁ ..

ଭିନ୍ନ ଏକ ଗାଁ , ଗଛ କାଟିଲେ ହୋଇଥାଏ ପାପ !
ଭିନ୍ନ ଏକ ଗାଁ , ଗଛ କାଟିଲେ ହୋଇଥାଏ ପାପ !

ଚିତ୍ତୋରଗଡ: ରାଜସ୍ଥାନ ଚିତ୍ତୋରଗଡ ଜିଲ୍ଲାର ମାଦଲଦା ଗାଁ । ପରିବେଶ ସଂରକ୍ଷଣର ଜୀବନ୍ତ ଚିତ୍ର ଏହି ଗାଁ । ପ୍ରାୟ ଦେଢ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ଚାରିଆଡୁ ସବୁଜସୁନ୍ଦର ଶସ୍ୟଶ୍ୟାମଳା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି , ଏଠାରେ କାହିଁ କେଉଁ ଅନାଦି କାଳରୁ ଗଛଟିଏ କାଟିବା ତ ଦୂରର କଥା ଆଜି ଯାଏଁ ଡାଳ ଖଣ୍ଡେ ବି ଭଙ୍ଗାଯାଇନି । ଏଠାରେ ଧୋକ୍‌ ଗଛ ଲାଗିଛି । ଗ୍ରାମବାସୀଙ୍କ ବିଶ୍ବାସ ରହିଛି କି ଯଦି ଏହି ଗଛଗଡିକୁ କୌଣସି ବି କ୍ଷତି ପହଞ୍ଚୁଛି , ତେବେ ଲୋକ ଦେବତା କ୍ରୋଧ କରନ୍ତି , ଦୋଷୀଙ୍କୁ କଠୋର ଦଣ୍ଡ ଦେଇଥାନ୍ତି ।

ଭିନ୍ନ ଏକ ଗାଁ , ଗଛ କାଟିଲେ ହୋଇଥାଏ ପାପ !

ପାହାଡ ଉପରେ ବିରାଜମାନ ଲୋକ ଦେବତା ଭଗବାନ ଦେବନାରାୟଣଙ୍କ ଉପରେ ଗଭୀର ଆସ୍ଥା ରଖିଥାନ୍ତି ଗ୍ରାମବାସୀ । ଏହି ଗାଁ ସହ ଆଖାପାଖର ଲୋକ ମଧ୍ୟ ଘର-ପରିବାରରେ ନୂଆ କାମ ହେବା ପରେ ସବୁଠୁ ପ୍ରଥମେ ଲୋକ ଦେବତାଙ୍କ ମନ୍ଦିରରେ ପହଞ୍ଚନ୍ତି । ଏଠାରେ ପାତୀ ଅର୍ଥାତ ପତ୍ର ଭାବେ ଆଶୀର୍ବାଦ ମିଳିବା ପରେ ଆଗାମୀ ପଦକ୍ଷେପ ନିଆଯାଏ । ତେବେ ଲୋକ ଦେବତାଙ୍କ ମନ୍ଦିର ନିର୍ମାଣ କେବେ , କିଭଳି ଓ କିଏ କରିଛି .. ଏନେଇ କୌଣସି ଐତିହାସିକ ତଥ୍ୟ ମିଳିନାହିଁ ..କିନ୍ତୁ ଗ୍ରାମବାସୀଙ୍କ ଅନୁସାରେ ଏହା ପ୍ରାୟ 1000 ବର୍ଷ ପୁରୁଣା ମନ୍ଦିର ।

ସ୍ଥାନୀୟ ଭାଷାରେ ଧୋକକୁ ଧୋକଡା ମଧ୍ୟ କୁହାଯାଇଥାଏ । ଏହି ଗାଁର ଘରେ ଘରେ ଧୋକର ବଡ ବଡ ଗଛ ରହିଛି । ଯଦି ଘରେ କୌଣସି ଗଛ ରହିଥାଏ , ତେବେ ତାକୁ ନ କାଟି ଆଡଜଷ୍ଟ କରି ବଢିବାକୁ ଦିଆଯାଏ ।

ଗ୍ରାମବାସୀ କୁହନ୍ତି କି, ଚାରିଥାକିଆ ରାସ୍ତାରେ କିଛି ଗଛ ରହିବା କାରଣରୁ ନିର୍ମାଣ କମ୍ପାନୀ ତାକୁ କାଟିବା ପାଇଁ 2 ଟି ଜେସିବି ଆଣିଥିଲା । ହେଲେ 2ଟି ଯାକ ଖରାପ ହୋଇଗଲା । ଏଠାରେ ଫୋରଲେନ ପାଇଁ ଗଛକୁ ହଟାଇବା ପାଇଁ 2 ଥର ଚେଷ୍ଟା ବିଫଳ ହୋଇଛି ।

ଭଗବାନ ଦେବନାରାୟଣ ଅବତାରଙ୍କୁ କୃଷ୍ଣଙ୍କ ଅବତାର ରୁପେ ବିଶ୍ବାସ କରାଯାଏ । ଆଉ ଗୁର୍ଜର ସମ୍ପ୍ରଦାୟ ତାଙ୍କୁ ଆରଧ୍ୟ ଦେବତା ମାନନ୍ତି । ଗ୍ରାମବାସୀଙ୍କ ଆସ୍ଥାର ଫଳାଫଳ ସ୍ବରୂପ ଆଜି ଏଠାରେ ଚତୁପାର୍ଶ୍ବ ଶସ୍ୟଶ୍ୟାମଳାରେ ପରିପୂର୍ଣ୍ଣ । ସୁନ୍ଦର ପରିବେଶ , ସ୍ବଚ୍ଛ ବାତାବରଣ ମଧ୍ୟରେ ଗ୍ରାମାବାସୀ ବି ସମ୍ପୁର୍ଣ୍ଣ ସୁସ୍ଥ ରହିଥାନ୍ତି । ଆଉ ଏହାକୁ ଲୋକ ଦେବତାଙ୍କ ଆର୍ଶୀବାଦ ମାନିନେଇଛନ୍ତି ଗ୍ରାମବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.