ETV Bharat / bharat

Udaipur Horror: ରାକ୍ଷସ ପିତା, ୨ବର୍ଷ ଝିଅର କାଟିଲା ଗଳା

author img

By

Published : Mar 26, 2023, 8:57 PM IST

ରକ୍ଷକ ସାଜିଲା ଭକ୍ଷକ । ୨ବର୍ଷ ଝିଅର ଗଳା କାଟି ପୋଖରୀରେ ଫିଙ୍ଗିଲା ବାପା । ଅଧିକ ପଢନ୍ତୁ

Father slits 2 year old daughters
Father slits 2 year old daughters

ଜୟପୁର: ରକ୍ଷକ ସାଜିଲା ଭକ୍ଷକ । ଗୋଟିଏ ଝିଅ ପାଇଁ ତାର ପିତା ରକ୍ଷକ ସାଜିଥାଏ । ହେଲେ ଏଠାରେ ନିଜ କୁନି ଝିଅର ବେକ କାଟିବାକୁ ପଛାଇନାହିଁ ବାପା । ରାଜସ୍ଥାନ ଉଦୟପୁର ଶନିବାର ଏପରି ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି । ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ବାପା ମୃତଦେହକୁ ଏକ କପଡ଼ାରେ ଗୁ଼ଡ଼ାଇ ନିକଟ ଜଳାଶୟରେ ଫିଙ୍ଗି ଦେଇଥିଲା । ଉଦୟପୁର ଗୋଗୁଣ୍ଡା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏହି ଘଟଣା ।

ଯେତେବେଳେ କୁନି ଝିଅର ମାଆ ତଥା ଅଭିଯୁକ୍ତର ପତ୍ନୀ ଏ ସମ୍ପର୍କରେ ଜାଣି ଜୋରରେ ଚିତ୍କାର କରି କାନ୍ଦିବାକୁ ଆରମ୍ଭ କରିଥିଲା, ସେତେବେଳେ ଘଟଣା ସାମ୍ନାକୁ ଆସିଥିଲା । ଜଣେ ବ୍ୟକ୍ତି ଶିଶୁର ମୃତଦେହକୁ ଉଦ୍ଧାର କରିବା ପରେ ମହିଳା ଜଣକୁ ଖବର ଦେଇଥିଲେ । ଏହାପରେ ସେ ଝିଅର ମୃତ୍ୟୁ ସମ୍ପର୍କରେ ଜାଣିବାକୁ ପାଇଥିଲେ । ମହିଳାଙ୍କ କାନ୍ଦ ଶୁଣିବା ପରେ ତାଙ୍କ ଘରେ ପହଞ୍ଚିଥିଲେ ପଡୋଶୀ । ଏହି ସମୟରେ ସ୍ବାମୀ ଫେରାର ହୋଇଯାଇଥିଲା । ପଡୋଶୀଙ୍କଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ମହିଳାଙ୍କ ଘରେ ପହଞ୍ଚିଥିଲା ।

ଏହା ବି ପଢନ୍ତୁ-ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ଇଚ୍ଛା ପୂରଣ ନହେବାରୁ ସ୍ତ୍ରୀକୁ ହତ୍ୟାକରି ପୋତିଦେଲା

ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ପୋଲିସ ଶିଶୁର ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ଏହାପରେ ପୋଲିସ ଅଭିଯୁକ୍ତ ପିତାକୁ ଧରିବା ଲାଗି ଆଖପାଖ ସ୍ଥାନ ସମେତ ଜଙ୍ଗଲରେ ମଧ୍ୟ ଖୋଜାଖୋଜି ଆରମ୍ଭ କରିବା ପରେ ତାକୁ କାବୁ କରିବାରେ ସକ୍ଷମ ହୋଇଛି । ପୋଲିସର କହିବାନୁସାରେ ଅଭିଯୁକ୍ତ ଅନିଲ ନିଜ ଝିଅକୁ ଶନିବାର ହତ୍ୟା କରିଥିଲା । ହତ୍ୟା ପରେ ମୃତଦେହକୁ ଘରୁ ବାହାରକୁ ଆଣି ଏକ ପୋଖରୀରେ ଫିଙ୍ଗି ଦେଇଥିଲା । ଏହାପରେ ମହିଳା ଜଣକ ସ୍ବାମୀ ଓ ଝିଅକୁ ଖୋଜିବା ଆରମ୍ଭ କରିଥିଲା ।

ପାରିବାରିକ କଳହରୁ ଅଭିଯୁକ୍ତ ପିତା ତାର ଝିଅକୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି । ଅନ୍ୟପଟେ ଅଭିଯୁକ୍ତ ପିତା ମାନସିକ ବିକାରଗ୍ରସ୍ତ ବୋଲି କିଛି ସୂତ୍ରରୁ ଜଣାପଡ଼ିଛି । ତେବେ ପୋଲିସ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ସୂଚନା ଥାଉ କି ଗତ ସପ୍ତାହରେ ବିହାର ଗୋପାଳଗଞ୍ଜରେ ମଧ୍ୟ ଏକ ସମାନ ଘଟଣା ଘଟିଥିଲା । ଅଭିଯୁକ୍ତ ପିତା ନିଜର ୧୨ବର୍ଷର ପୁଅକୁ ଗଳା କାଟି ହତ୍ୟା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.