ETV Bharat / bharat

ବିବାହ ପରେ ପ୍ରେମୀ ଯୁଗଳ ଫେରାର, ପୁଅ ପାଇଁ ବାପାକୁ ନିର୍ଯାତନା ଦେଲେ କନ୍ୟାପକ୍ଷ - ପୁଅ ପାଇଁ ବାପାକୁ ନିର୍ଯାତନା

Father assaulted for son: କର୍ଣ୍ଣାଟକରେ ବିବାହ ପରେ ପ୍ରେମୀ ଯୁଗଳ ଫେରାର । ପୁଅ ପାଇଁ ମାଡ ଖାଇଲା ବାପା । ଅଧିକ ପଢନ୍ତୁ

Father assaulted for son
Father assaulted for son
author img

By ETV Bharat Odisha Team

Published : Jan 1, 2024, 6:18 AM IST

ବେଙ୍ଗାଲୁରୁ: ପୁଅ ପାଇଁ ବାପାକୁ ନିର୍ଯାତନା । ଜଣେ ଯୁବତୀଙ୍କୁ ଧରି ପୀଡ଼ିତଙ୍କ ପୁଅ ଫେରାର ହୋଇଯାଇଥିବାରୁ ଶେଷରେ ଝିଅର ପରିବାର ଲୋକେ ବାପାକୁ ଦେଇଛନ୍ତି ନିର୍ଯାତନା । ଏହି ନିର୍ଯାତନାର ଭିଡିଓ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । କର୍ଣ୍ଣାଟକର ଦେବାନଗରୀ ଜିଲ୍ଲାର ହରିହର ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ହରିହର ଅଞ୍ଚଳରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ । ଏହାପରେ ସେମାନେ ଗତ ୨୦ ଦିନ ତଳେ ଏକ ମନ୍ଦିରରେ ବିବାହ କରିବା ପରେ ସବ ରେଜିଷ୍ଟ୍ରାର ଅଫିସରେ ଏ ନେଇ ପଞ୍ଜୀକୃତ କରିଥିଲେ । ହେଲେ ଏ ନେଇ ଯୁବତୀଙ୍କ ପରିବାର ଖୁସିନଥିଲେ । ସେମାନେ ପୂର୍ବରୁ ମଧ୍ୟ ଉଭୟଙ୍କ ସମ୍ପର୍କ ସମ୍ବନ୍ଧରେ ଜାଣିବା ପରେ ଏହି ବିବାହକୁ ବିରୋଧ କରୁଥିଲେ । ମିଳିଥିବା ସୂଚନା ଅନୁସାରେ ପ୍ରେମୀ ଯୁଗଳ ଦ୍ବୟ ବିବାହ କରିବା ପରେ ଫେରାର ହୋଇଯାଇଥିଲା । ଏହାପରେ ଗତ ଡିସେମ୍ବର ୧୧ ତାରିଖରେ ଯୁବତୀଙ୍କ ପରିବାର ଯୁବକଙ୍କ ଘରେ ପହଞ୍ଚି ସେମାନଙ୍କ ସମ୍ପର୍କରେ ପଚାରିବା ସହ ଯୁବକଙ୍କ ବାପାଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିଲେ ।

ଏହା ବି ପଢନ୍ତୁ- 3rd Degree Torture: ପୁଅ ପାଇଁ ବାପାକୁ ମାଡ଼, ଅଭିଯୋଗ ପରେ ଫାଣ୍ଡି ଅଧିକାରୀଙ୍କ ବଦଳି

ଏହାପରେ ଯୁବକଙ୍କ ବାପାଙ୍କୁ ରକ୍ଷା କରିବା ଲାଗି ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିବାରୁ ଯୁବତୀଙ୍କ ପରିବାର ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ମଲେବେନ୍ନୁର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି । ଏହି ପ୍ରେମୀ ଯୁଗଳ ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ କନ୍ୟାପକ୍ଷ ବିବାହ ପାଇଁ ରାଜିନଥିଲେ । ମାତ୍ର ଯୁବକ ଯୁବତୀ ବିବାହ କରିବା ଖବର ସେମାନେ ଜାଣିବା ପରେ ସିଧା ଯୁବକଙ୍କ ଘରେ ପହଞ୍ଚି ତାଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ ।

ଏହି ସମସ୍ତ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହାପରେ ଯୁବକଙ୍କ ପିତାଙ୍କୁ ଚିଗାତେରି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାରେ ମଲେବେନ୍ନୁର ପୋଲିସ ଷ୍ଟେସନରେ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହାସହିତ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଯୁବକ ଯୁବତୀଙ୍କ ପତ୍ତା ଏଯାବତ ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.