ଚଣ୍ଡିଗଡ: ପଞ୍ଜାବ ଜଲନ୍ଧରରେ ଲଜ୍ଜା । ସନ୍ତାନ ପାଇଁ ସଇତାନ ସାଜିଲା ଜନ୍ମଦାତା । ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲା ବାପା । ସ୍ଥାନୀୟ ଲୋକ ଅଭିଯୁକ୍ତ ବାପାକୁ କାବୁ କରି ପୋଲିସ ପାଖରେ ଜିମା ଦେଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଜଳନ୍ଧରେ ରହୁଥିବା ଏକ ପରିବାର ଏପରି ଘଟଣା ଘଟିଛି । 14 ବର୍ଷୀୟା ଝିଅକୁ ଅନେକ ଦିନ ହେବ ଦୁଷ୍କର୍ମ କରି ଆସୁଥିଲା ବାପା । ଘଟଣା ନେଇ କାହାକୁ କହିଲେ ମାରି ଦେବାକୁ ଧମକ ଦେଇଥିଲା ।
14 ବର୍ଷୀୟା ନାବାଳିକା ଗର୍ଭବତୀ ହୋଇଥିଲେ । ନାବାଳିକା ଜଣକ ଏକ ଶିଶୁ ଜନ୍ମ ଦେଇଥିଲେ । ଏହା ଜାଣିବା ପରେ ଅଭିଯୁକ୍ତ ପିଲାକୁ ନେଇ ଏକ କେନାଲରେ ଫିଙ୍ଗିବାକୁ ଯାଉଥିଲେ ଏହି ସମୟରେ କିଛି ଲୋକ ତାଙ୍କୁ କାବୁ କରି ନାବାଳିକା ଓ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଉ ନାବାଳିକା ଜଣକ କହିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ତାଙ୍କ ବାପା ତାଙ୍କୁ ଦୁଷ୍କର୍ମ କରିଥିବା କହିଥିଲେ । ଘଟଣା ନେଇ ସେ ତାଙ୍କ ମାଆଙ୍କୁ କିଛି କହି ନଥିଲେ କାରଣ ତାଙ୍କୁ ମାରି ଦୋବାକୁ ଧମକ ଦେଇଥିଲେ ବାପା ।
ଏହା ବି ପଢନ୍ତୁ..ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଏ ନେଇ ନାବାଳିକାଙ୍କ ମାଆ କହିଛନ୍ତି, ତାଙ୍କ ସ୍ବାମୀ ନିଶା ସେବନ କରନ୍ତି । ତାଙ୍କ ଝିଅର ଏ ଅବସ୍ଥା ପାଇଁ କେବଳ ସେ ଦାୟୀ । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହି ପୁରା ଘଟଣା ସାମ୍ନାକୁ ଆସିବା ପରେ ଜଲନ୍ଦର ସିଭିଲ ହସ୍ପିଟାଲରେ ଲୋକଙ୍କ ଭିଡ ଲାଗିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।