ETV Bharat / bharat

E Scooter fire accident: ଏକାବେଳେ ଚାଲିଗଲା ବାପା ଝିଅଙ୍କ ଜୀବନ

author img

By

Published : Mar 26, 2022, 1:56 PM IST

ତାମିଲନାଡୁର ଭେଲୋରରେ ଏକାବେଳେ ଚାଲିଗଲା ବାପା ଝିଅଙ୍କ ଜୀବନ । ବିଦ୍ୟୁତ ଚାଳିତ ବାଇକରେ ନିଆଁ ଲାଗିବା ଯୋଗୁଁ ଘଟିଛି ଏଭଳି ଦୁଃଖଦ ଘଟଣା । ଅଧିକ ପଢନ୍ତୁ

E Scooter fire accident: ଏକାବେଳେ ଚାଲିଗଲା ବାପା ଝିଅ ଜୀବନ

ଚେନ୍ନାଇ: ତାମିଲନାଡୁ ଚିନ୍ନା ଅଲ୍ଲାଲାପୁରମର ଭେଲୋରରେ ଘଟିଛି ଏକ ଦୁଃଖଦ ଘଟଣା । ଯେଉଁଠି ଏକ ଦୁର୍ଘଟଣାରେ ଏକାବେଳେ ଚାଲିଯାଇଛି ବାପା ଓ ଝିଅର ଜୀବନ । ତେବେ ଏହି ଦୁର୍ଘଟଣା ବିଦ୍ୟୁତ ଚାଳିତ ସ୍କୁଟର(E- Scooter)ରେ ଅଗ୍ନିକାଣ୍ଡ ଯୋଗୁଁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ମୃତକ ଦ୍ବୟ ହେଉଛନ୍ତି ଦୁରାଇ ବର୍ମା(୪୯) ଓ ଝିଅ ମୋହାନା ପ୍ରୀତି(୧୩) । ଗତକାଲି(ଶୁକ୍ରବାର) ରାତିରେ ଦୁରାଇ ବର୍ମା ବାଇକକୁ ଚାର୍ଜ କରିବା ପାଇଁ ପ୍ଲଗ ଦ୍ବାରା ବିଦ୍ୟୁତ ସଂଯୋଗ କରିଥିଲେ । ଆଉ ତା'ପରେ ଶୋଇବାକୁ ଯାଇଥିଲେ । ହେଲେ ଏହା ତାଙ୍କ ଜୀବନର ଶେଷ ରାତି ବୋଲି ସେ କେମିତି ବା ଜାଣିବେ । ଶୋଇଥିବା ଅବସ୍ଥାରେ ହଠାତ୍‌ ମଧ୍ୟରାତ୍ରିରେ ବାଇକରେ ନିଆଁ ଲାଗିଯାଇଥିଲା । ଏହାପରେ ବିଷାକ୍ତ ଗ୍ୟାସ ଘରସାରା ବ୍ୟାପି ଯାଇଥିଲା ।

ଏହି ବିଷାକ୍ତ ଗ୍ୟାସ ଯୋଗୁଁ ବାପା ଝିଅଙ୍କ ଶ୍ବାସରୁଦ୍ଧ ହୋଇଥିଲା । ତେବେ ସେମାନେ ଶୋଇଥିବାରୁ ଘଟଣା ସମ୍ପର୍କରେ ଜାଣିପାରିନଥିଲେ । ଆଉ ଜାଣିବା ବେଳକୁ ଶ୍ବାସରୁଦ୍ଧ ହୋଇଯିବାରୁ ସେମାନଙ୍କ ମୃତ୍ୟୁ ଘଟିଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଆଉ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଦୁର୍ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.