ଶ୍ରୀନଗର: ନ୍ଯାସନାଲ କନଫରେନ୍ସ ପ୍ରେସିଡେଣ୍ଚ ତଥା ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କୋରୋନା ସଂକ୍ରମିତ । ଏନେଇ ତାଙ୍କ ପୁଅ ଉମର ଅବଦୁଲ୍ଲା ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଫାରୁକ ଅବଦୁଲ୍ଲା କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି । ଏହାସହ ପୁରା ପରିବାର ମଧ୍ୟ ସଙ୍ଗରୋଧରେ ରହିଥିବା ସୂଚନା ମିଳିଛି ।
ତେବେ, ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋରୋନା ପରୀକ୍ଷା କରାଇବା ପାଇଁ ଅନୁରୋଧ କରିଛନ୍ତି । ଏହାସହ ସଙ୍ଗରୋଧରେ ରହିବା ପାଇଁ ମଧ୍ୟ ଟୁଇଟ ଜରିଆରେ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ