ETV Bharat / bharat

ଫେବୃଆରୀ 18 ରେ ସାରା ଦେଶରେ ରେଳରୋକ କରିବେ ଚାଷୀ

author img

By

Published : Feb 10, 2021, 8:58 PM IST

ଚକାଜାମ ପରେ ଫେବୃଆରୀ 18ରେ ରେଳରୋକ କରିବେ ଚାଷୀ । ଅଧିକ ପଢନ୍ତୁ ...

ଫେବୃଆରୀ 18 ରେ ସାରା ଦେଶରେ ରେଳରୋକ କରିବେ ଚାଷୀ
ଫେବୃଆରୀ 18 ରେ ସାରା ଦେଶରେ ରେଳରୋକ କରିବେ ଚାଷୀ

ନୂଆଦିଲ୍ଲୀ: ଚକାଜାମ ପରେ ଏବେ ରେଳ ରୋକ କରିବେ ଚାଷୀ । ଫେବୃଆରୀ 18 ରେ କୃଷକମାନେ ସାରା ଦେଶରେ ରେଳ ରୋକ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ସମୟରେ ରାଜସ୍ଥାନ ମଧ୍ୟ ଟୋଲ୍ ଫ୍ରି କରାଯିବା ନେଇ ମଧ୍ୟ କୃଷକ ସଂଗଠନ ମାନଙ୍କ ପକ୍ଷରୁ ସୂଚନା ମିଳିଛି । ସିଙ୍ଗୁ ସୀମାରେ ଧାରଣାରତ ଥିବା ସଂଯୁକ୍ତ କିସାନ୍ ମୋର୍ଚ୍ଚାର ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି ।

ହେବାକୁଥିବା ରେଳରୋକର ରୂପରେଖ ଅନୁସାରେ ଫେବୃଆରୀ 18 ରେ ମଧ୍ୟାହ୍ନ 12 ଟାରୁ 4 ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳରୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ଫେବୃଆରୀ 14 ରେ ପୁଲୱାମାର ସହିଦ ତଥା କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ମଶାଲ ଶୋଭାଯାତ୍ରା ମଧ୍ୟ ବାହାର କରିବ କୃଷକ ସଂଗଠନ ।

16 ଫେବୃଆରୀରେ ସାର୍ ଛୋଟୁରାମଙ୍କ ଜନ୍ମ ବାର୍ଷିକୀରେ ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ମଧ୍ଯ ରଣନୀତି ପ୍ରସ୍ତୁତ କରାଯାଇଛି । ସେହିପରି 19 ଫେବୃଆରୀରେ ମହାରାଜ ଶିବାଜୀଙ୍କ ଜନ୍ମ ବାର୍ଷିକୀରେ ସାରା ଦେଶରେ ମଧ୍ୟ କାର୍ଯ୍ୟସୂଚୀ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.