ETV Bharat / bharat

ଜୁନ 30ରେ 'ହୁଲ୍ କ୍ରାନ୍ତି ଦିବସ' ପାଳିବ ସଂଯୁକ୍ତ କିଷାନ ମୋର୍ଚ୍ଚା

author img

By

Published : Jun 21, 2021, 1:57 PM IST

Updated : Jun 21, 2021, 2:16 PM IST

କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ କୃଷି ଆଇନକୁ ବିରୋଧ କରି ଜୁନ 30 ତାରିଖରେ ହୁଲ୍ କ୍ରାନ୍ତି ଦିବସ ପାଳିବ ସଂଯୁକ୍ତ କିଷାନ ମୋର୍ଚ୍ଚା । ଅଧିକ ପଢନ୍ତୁ...

ଜୁନ 30ରେ 'ହୋଲ କ୍ରାନ୍ତି ଦିବସ' ପାଳିବ ସଂଯୁକ୍ତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ: ସୀମାରେ ଜାରି ରହିଛି କୃଷି ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ କୃଷି ଆଇନକୁ ବିରୋଧ କରି ଜୁନ 30 ତାରିଖରେ ହୁଲ୍ କ୍ରାନ୍ତି ଦିବସ ପାଳିବ ସଂଯୁକ୍ତ କିଷାନ ମୋର୍ଚ୍ଚା । ଦୀର୍ଘ ସାତମାସ ହେବ ସୀମାରେ ଚାଷୀମାନେ ଆନ୍ଦୋଳନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରୁନାହିଁ ।

କୃଷକଙ୍କ ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଆଦିବାସୀ ସଦସ୍ୟଙ୍କୁ ଏହି ଆନ୍ଦୋଳନରେ ସାମିଲ କରାଯାଇଛି । ସୁକମା ଏବଂ ବିଜାପୁର ଜିଲ୍ଲାର ସୀମାରେ ଅବସ୍ଥିତ ସେଲାଗର ଗାଁର ଆଦିବାସୀମାନଙ୍କୁ ଆମେ ଆମର ସମ୍ପୂର୍ଣ୍ଣ ସମର୍ଥନ କରୁଛୁ । ଯେଉଁମାନେ ଏହି ଅଞ୍ଚଳରେ CRPF କ୍ୟାମ୍ପ ପ୍ରତିଷ୍ଠା କରିବାକୁ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଲଢେଇ କରୁଛନ୍ତି ସେମାନଙ୍କ ସହିତ ଆମେ ଅଛୁ ବୋଲି କହିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

ଏହା ସହିତ ମେ 17ରେ ପୋଲିସ ଗୁଳିରେ ତିନିଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା । ଏହା ସହିତ 18ଜଣ ଆହତ ହୋଇଥିଲେ ଓ ବର୍ତ୍ତମାନ ସୁଦ୍ଧା 10ଜଣ ନିଖୋଜ ଅଛନ୍ତି । ଏହାକୁ ବିରୋଧ କରିଛନ୍ତି କିଷାନ ସଂଘ । ହରିୟାଣାର ବିଜେପି, ଜେଜେପି ନେତାଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ବିରୋଧ ଜାରି ରଖିବାକୁ ନିଷ୍ପତ୍ତି ନେଇଛି SKM ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 21, 2021, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.