ETV Bharat / bharat

ସୋମବାର ସମ୍ପୂର୍ଣ୍ଣ ଦିନ ଅନଶନ କରିବେ ଆନ୍ଦୋଳନରତ ଚାଷୀ - ଚାଷୀ ଅନଶନ

ସରକାରଙ୍କ ବୁଝାଇବା ଓ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି ମାଧ୍ୟମରେ ପ୍ରତିଶୃତି ପରେ ମଧ୍ୟ ନିଜ ଦାବିରେ ଅଟଳ ରହିଛନ୍ତି ଚାଷୀ । ଏହାରି ମଧ୍ୟରେ କୃଷି ଆଇନକୁ ବିରୋଧ କରି ସୋମବାର ଅନଶନ କରିବେ ଚାଷୀ । ଅଧିକ ପଢନ୍ତୁ...

ସୋମବାର ଆନ୍ଦୋଳନରତ ଚାଷୀଙ୍କ ଅନଶନ
ସୋମବାର ଆନ୍ଦୋଳନରତ ଚାଷୀଙ୍କ ଅନଶନ
author img

By

Published : Dec 20, 2020, 8:39 PM IST

ନୂଆଦିଲ୍ଲୀ: ଦିନକୁ ଦିନ ତେଜିବାରେ ଲାଗିଛି ଚାଷୀ ଆନ୍ଦୋଳନ । ସରକାରଙ୍କ ବୁଝାଇବା ଓ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି ମାଧ୍ୟମରେ ପ୍ରତିଶୃତି ପରେ ମଧ୍ୟ ନିଜ ଦାବିରେ ଅଟଳ ରହିଛନ୍ତି ଚାଷୀ । ଏହାରି ମଧ୍ୟରେ କୃଷି ଆଇନକୁ ବିରୋଧ କରି ସୋମବାର ଅନଶନ କରିବେ ଚାଷୀ ।

ସ୍ବରାଜ ଅଭିଯାନର ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି, କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀ ସମସ୍ତ ପ୍ରଦର୍ଶନ ସ୍ଥଳରେ ଡିସେମ୍ବର 21ରେ ଅନଶନ କରିବେ । ଏହି ସମୟରେ ଅନ୍ନ ତଥା ଖାଦ୍ୟ ଗ୍ରହଣ କରିବେ ନାହିଁ ଚାଷୀ । ସେହିପରି 25ରୁ 27 ଡିସେମ୍ବର ଯାଏଁ ହରିୟାଣାର ଚାଷୀ ଟୋଲ ଶୁଳ୍କ ଦେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଚାଷୀ ନେତା ଜଗଦୀପ ସିଂହ ।

ଭାରତୀୟ କିସାନ ୟୁନିୟନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି, ଯେତେ ପର୍ଯ୍ୟନ୍ତ ଆଇନ ପ୍ରତ୍ୟାହର ନହେବ, ଏମଏସପି ଉପରେ ଆଇନ ଗଠନ ନ ହେବ, ସେତେ ଯାଏଁ ଚାଷୀମାନେ ଆନ୍ଦୋଳରୁ ହଟିବ ନାହିଁ । ଡିସେମ୍ବର 23 କିସାନ ଦିବସ ଅବସରରେ ସମସ୍ତ ଚାଷୀଙ୍କୁ ଭୋଜନ ଗ୍ରହଣ ନକରିବାକୁ ଅପିଲ କରିଛନ୍ତି ଚାଷୀ ନେତା ।

ସେପଟେ ଚାଷୀ ଆନ୍ଦୋଳକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୂଚନା ସାମ୍ନାକୁ ଆସିଛି । ଶାହ କହିଛନ୍ତି, ଚାଷୀ ଆନ୍ଦୋଳନକୁ ସମାପ୍ତ କରିବା ପାଇଁ ଆନ୍ଦୋଳନରତ ଚାଷୀଙ୍କୁ ମଙ୍ଗଳବାର ଭେଟିବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଆନ୍ଦୋଳର ସମାଧାନ ପାଇଁ ପୂର୍ବରୁ ଅନେକ ଥର ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇସାରିଥିଲେ ମଧ୍ୟ ଏହାର କୌଣସି ନିଷ୍କର୍ଷ ବାହାରି ପାରୁନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.