ETV Bharat / bharat

'କେନ୍ଦ୍ରର ଉଦାସୀନତା ପାଇଁ ଯନ୍ତ୍ରଣା ଭୋଗୁଛନ୍ତି କୃଷକ'

author img

By

Published : Jun 15, 2021, 1:14 PM IST

ସିଙ୍ଗୁର ଭୂମି ପୁନର୍ବାସର ବାର୍ଷିକୀ ଅବସରରେ କୃଷକଙ୍କ ଅଧିକାର ପାଇଁ ମମତା ସବୁବେଳ ଅଛନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଟିଏମସି ସୁପ୍ରିମୋ ମମତା ବାନାର୍ଜୀ
ଟିଏମସି ସୁପ୍ରିମୋ ମମତା ବାନାର୍ଜୀ

କୋଲକାତା: ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗୋଟେ ପଟେ ପଶ୍ଚିମବଙ୍ଗ ସରକାର ସେମାନଙ୍କ କୃଷକଙ୍କ ଅଧିକାର ପାଇଁ ଲଢେଇ କରୁଥିବାବେଳେ କେନ୍ଦ୍ର ଉଦାସୀନତା ପାଇଁ କୃଷକଙ୍କ ଭୋଗିବାକୁ ପଡୁଛି ବୋଲି କହିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।

ସମାଜର ମେରୁଦଣ୍ଡ ହେଉଛନ୍ତି କୃଷକ । ସେମାନଙ୍କ କଲ୍ୟାଣ ପାଇଁ ସଂଗ୍ରାମ ଜାରି ରଖିବା ସହିତ କୃଷକଙ୍କ ଅଧିକାର ରକ୍ଷା କରିବା ତାଙ୍କ ପାଇଁ ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି ମମତା । ସିଙ୍ଗୁର ଭୂମି ପୁନର୍ବାସର ବାର୍ଷିକୀ ଅବସରରେ ମମତା କହିଛନ୍ତି ଆଜିର ଦିନରେ ଦଶ ବର୍ଷ ପୂର୍ବେ ଲମ୍ବା ଓ କଠିନ ସଂଘର୍ଷ ପରେ ପଶ୍ଚିମବଙ୍ଗ ବିଧାନସଭାରେ ସିଙ୍ଗୁର ଭୂମି ପୁନର୍ବାସ ବିଲ ପାରିତ ହୋଇଥିଲା । ଆମେ ଏକଜୁଟ ହୋଇ ଆମର କୃଷକଙ୍କ ଅଧିକାର ପାଇଁ ଲଢୁଛୁ ଏବଂ ସେମାନଙ୍କ ଅଭିଯୋଗକୁ ସମାଧାନ କରି ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛୁ ।

କ୍ଷମତାକୁ ଆସିଲା ପରେ ମମତା 2011ରେ ସିଙ୍ଗୁର ଭୂମି ପୁନର୍ବାସ ବିଲ ପାରିତ କରିଥିଲେ । ପୂର୍ବ ବାମପନ୍ଥୀ ସରକାରଙ୍କ ଦ୍ବାରା ଟାଟାକୁ ଦିଆଯାଇଥିବା ଜମିକୁ ଗ୍ରହଣ କରିଥିଲେ । ଏହି ବିଲ 2011 ଜୁନ 14 ତାରିଖରେ ପାରିତ ହୋଇଥିଲା । ଟାଟା ଗ୍ରୁପକୁ ହଜାର ଏକର ଜମି ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିଲା । 2006ରେ ରାଜ୍ୟ ସରକାର ସେହି ସ୍ଥାନରେ ଏକ କାର ନିର୍ମାଣ କମ୍ପାନୀ ନିର୍ମାଣ କରିଥିଲେ । ମାତ୍ର ହିଂସା ପାଇଁ ସେହି ପ୍ରକଳ୍ପ ଅଧାରେ ଅଟକିଥିଲା । ଏହି ନିୟମକୁ ଚ୍ୟାଲେଞ୍ଜ କରି ଟାଟା ମୋଟର୍ସ କଲିକତା ହାଇକୋର୍ଟକୁ ଘୁଞ୍ଚାଇ ଦେଇଥିଲା ।

ଏହି ଜମି ଅଧିଗ୍ରହଣକୁ ଏକ ଟ୍ରାଏଲ କୋର୍ଟ ସମର୍ଥନ କରାଯାଇଥିଲା । ଟିଏମସି ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ଆଇନ ଆବେଦନ ଉପରେ ଅସାମ୍ବିଧାନିକ ଘୋଷଣା କରାଯାଇଥିଲା । ଏହା ପରେ ବିବାଦ ସୁପ୍ରିମକୋର୍ଟକୁ ଯାଇ କୃଷକଙ୍କ ସପକ୍ଷରେ ରାୟ ଦେଇଥିଲା । "ଆଜି ଏହା ମୋତେ କଷ୍ଟ ଦେଉଛି ଯେ ସମଗ୍ର ଦେଶରେ ଆମର କୃଷକ ଭାଇମାନେ କେନ୍ଦ୍ରର ଉଦାସୀନତା ହେତୁ ଯନ୍ତ୍ରଣା ଭୋଗୁଛନ୍ତି । ମିଳିତ ଭାବେ ଆମ ସମାଜର ମେରୁଦଣ୍ଡର ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ଆମେ ସଂଗ୍ରାମ ଜାରି ରଖିବା । ସେମାନଙ୍କର ଅଧିକାରକୁ ସମର୍ଥନ କରିବା ବୋଲି ଟ୍ବିଟ କରି କହିଛନ୍ତି ମମତା ବାନାର୍ଜୀ । ପ୍ରକାଶ ଥାଉ କି, କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ କରି ସୀମାରେ ଧାରଣାରେ ବସିଛନ୍ତି ଅନେକ ଚାଷୀ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.