ETV Bharat / bharat

କୃଷି ଆଇନ ବିରୋଧରେ ଦେଶବ୍ୟାପୀ 'ରେଳ ରୋକ' କରିବେ ଚାଷୀ

ଆଜି ମଧ୍ୟାହ୍ନ 12 ଟାରୁ 4 ଟା ପର୍ଯ୍ୟନ୍ତ କେନ୍ଦ୍ରୀୟ କୃଷି ଆଇନ ବିରୋଧରେ କୃଷକ ସଙ୍ଗଠନର ରେଳ ରୋକ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

author img

By

Published : Feb 18, 2021, 9:47 AM IST

କୃଷି ଆଇନ
ଚାରିଘଣ୍ଟା ପାଇଁ 'ରେଳ ରୋକ'

ନୂଆଦିଲ୍ଲୀ: ଚାରିଘଣ୍ଟା ପାଇଁ ଅଟକିବ ରେଳ । କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା କୃଷକ ସଙ୍ଗଠନ ଆଜି ଚାରିଘଣ୍ଟା ପାଇଁ ଦେଶବ୍ୟାପୀ 'ରେଳ ରୋକ' କରିବେ ।

କିଷାନ ଆନ୍ଦୋଳନ କମିଟିର ମୁଖପାତ୍ର ଜଗତର ସିଂହ କହିଛନ୍ତି, ଆମେ ରେଳ ରୋକ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବରେ କରିବୁ । ମଧ୍ୟାହ୍ନ 12 ଟାରୁ 4 ଟା ପର୍ଯ୍ୟନ୍ତ 'ରେଳ ରୋକ' କାର୍ଯ୍ୟକ୍ରମ ହେବା ନେଇ ସୂଚନା ମିଳିଛି । ସେ ଆହୁରି କହିଛନ୍ତି ଯାତ୍ରୀଙ୍କ ଅସୁବିଧାକୁ ଏଡେଇବାକୁ ଆମେ ସେମାନଙ୍କୁ ସୁବିଧା ପ୍ରଦାନ କରିବୁ ।

ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶ ବ୍ୟାପୀ ଚାରିଘଣ୍ଟା ପାଇଁ ଶାନ୍ତିପୂର୍ଣ୍ଣ ବିରୋଧ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ବିଳମ୍ବ ନ କରି ସରକାର ତୁରନ୍ତ କୃଷକମାନଙ୍କ ଦାବି ପୂରଣ କରନ୍ତୁ ବୋଲି ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

ଏଥିରୁ ସ୍ପଷ୍ଟ ଯେ ଜାରି ରହିଥିବା ଆନ୍ଦୋଳନର ସମାଧାନ କରିବା ପରିବର୍ତ୍ତେ ବିଜେପି ଏହାର ପ୍ରତିବାଦ କରିବା ସହିତ ଧ୍ବଂସ କରିବାକୁ ଚେଷ୍ଟା କରୁଛି । ଶାସକ ଦଳର ଏପରି ମନୋଭାବକୁ ନିନ୍ଦା କରିବା ସହ ସରକାର କୃଷକ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି । ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ଅଧିକ ଚାଷୀଙ୍କୁ ଏକତ୍ରିତ କରିବ ବୋଲି କହିଛି କିଷାନ ମୋର୍ଚ୍ଚା ।

ବୁଧବାର ମୁଜାଫରପୁରରେ ଅଲ ଇଣ୍ଡିଆ କୃଷକ ମଜଦୁର ସଂଙ୍ଗଠନ ଦ୍ବାରା ଆୟୋଜିତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଶ୍ବ ହିନ୍ଦୁ ପରିଷଦ ଗୁନଙ୍କ ଉପରକୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ଏକେଏମ । ଏହି ଆନ୍ଦୋଳନକ ଦୃଷ୍ଟିରେ ରଖି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ରେଲବାଇ ପକ୍ଷରୁ ସାରା ଦେଶରେ ରେଳ ସୁରକ୍ଷା ସ୍ପେଶାଲ ଫୋର୍ସର 20ଟି ଅତିରିକ୍ତ କମ୍ପାନୀ ନିୟୋଜିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.