ETV Bharat / bharat

ବୁଧବାରକୁ ଘୁଞ୍ଚିଲା ଚାଷୀ ଆନ୍ଦୋଳନର 10 ପର୍ଯ୍ୟାୟ ବୈଠକ

author img

By

Published : Jan 19, 2021, 11:41 AM IST

ବୁଧବାର ହେବ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ 10 ପର୍ଯ୍ୟାୟ ବୈଠକ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଅଧିକ ପଢନ୍ତୁ...

ଆସନ୍ତାକାଲି ହେବ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ 10ମ ପର୍ଯ୍ୟାୟ ବୈଠକ

ନୂଆଦିଲ୍ଲୀ: କୃଷକ ନେତା ଓ ସରକାରଙ୍କ ମଧ୍ୟରେ ବୈଠକ ବାରମ୍ବାର ବିଫଳ ହେଉଛି। ବାହାରି ପାରୁନି ସମାଧାନ ସୁତ୍ର ଓ ଜିଦ୍ ଅଟଳ ରହିଛନ୍ତି କୃଷକ ନେତା। ତେବେ ଆଜି ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଥିବା 10ମ ପର୍ଯ୍ୟାୟ ବୈଠକକୁ (ଆସନ୍ତାକାଲି) ଜାନୁଆରୀ 20କୁ ଘୁଞ୍ଚାଇ ଦିଆଯାଇଛି। ଏନେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

ବୁଧବାର ପୂର୍ବାହ୍ନ ୧୦ଟାରେ ବିଜ୍ଞାନ ଭବନରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନକାରୀ କୃଷକ ଓ ସରକାରୀ ପ୍ରତିନିଧୀଙ୍କ ମଧ୍ୟରେ ଏହା 10ମ ରାଉଣ୍ଡ ଆଲୋଚନା ହେବ।

ବିକ୍ଷୋଭକାରୀ କୃଷକଙ୍କ ପ୍ରତିନିଧୀଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଅଗ୍ରୱାଲ କହିଛନ୍ତି ଯେ, ଜାନୁଆରୀ 19 ପାଇଁ କୃଷକ ସଂଗଠନ ସହ ଏକ ମନ୍ତ୍ରୀସ୍ତରୀୟ ବୈଠକ ଜାନୁୟାରୀ 20କୁ ସ୍ଥଗିତ ରଖାଯାଇଛି। ଜାନୁଆରୀ 20 ରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇ କୃଷକ ନେତାଙ୍କୁ ଯୋଗଦେବାକୁ ଅନୁରୋଧ କରାଯାଇଥିଲା।

କୃଷି କ୍ଷେତ୍ରର ଉନ୍ନତି ପାଇଁ କେନ୍ଦ୍ର ସରକାର କୃଷି ଉତ୍ପାଦନ ବାଣିଜ୍ୟ ଅଧିନିୟମ 2020, କୃଷକ ଚୁକ୍ତିନାମା ଏବଂ କୃଷି ସେବା ଅଧିନିୟମ 2020 ଏବଂ ଜରୁରୀ ଦ୍ରବ୍ୟ କାର୍ଯ୍ୟକାରୀ କରିଥିଲେ। ସରକାରଙ୍କ ତରଫରୁ ବୁଝାମଣାର ନେତୃତ୍ୱ ନେଉଥିବା କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବାରମ୍ବାର ଦୋହରାଇଛନ୍ତି ଯେ ଦେଶର କୃଷକଙ୍କ ସ୍ୱାର୍ଥରେ ଯେକୌଣସି ବ୍ୟବସ୍ଥା ଉପଯୁକ୍ତ ହେବ ଦେଶର ପ୍ରଧାନମନ୍ତ୍ରୀ ତାହାକୁ ନୂତନ ଚାଷରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରିବେ।

ନିୟମ ବିରୋଧ କରୁଥିବା କୃଷକମାନେ ତିନୋଟି ୟୁନିଅନର ଚାଷ ଆଇନକୁ ରଦ୍ଦ କରିବା ସହ ସର୍ବନିମ୍ନ ସହାୟତା ମୂଲ୍ୟରେ ଫସଲ କ୍ରୟ ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବି କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.