ETV Bharat / bharat

ଚାଷୀ ଆନ୍ଦୋଳନ: ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି, ଆଲୋଚନା ପରେ ଗଠନ ହେବ କମିଟି

ସୁପ୍ରିମକୋର୍ଟରେ କୌଣସି ଚାଷୀ ସଂଗଠନ ଉପସ୍ଥିତ ନଥିବା କାରଣରୁ କମିଟି ଗଠନର ନିଷ୍ପତ୍ତି ହୋଇପାରିନାହିଁ । ଏନେଇ କୋର୍ଟରେ ଘୁଞ୍ଚିଛି ଶୁଣାଣି । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନ: ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି, ଆଲୋଚନା ପରେ ଗଠନ ହେବ କମିଟି
ଚାଷୀ ଆନ୍ଦୋଳନ: ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି, ଆଲୋଚନା ପରେ ଗଠନ ହେବ କମିଟି
author img

By

Published : Dec 17, 2020, 3:39 PM IST

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ଘୁଞ୍ଚିଛି ଶୁଣାଣି । କୋର୍ଟରେ କୌଣସି ଚାଷୀ ସଂଗଠନ ଉପସ୍ଥିତ ନଥିବା କାରଣରୁ କମିଟି ଗଠନର ନିଷ୍ପତ୍ତି ହୋଇପାରିନାହିଁ । ଚାଷୀଙ୍କ ସହ ଆଲୋଚନା ପରେ ହିଁ ରାୟ ଶୁଣାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଆଗାମୀ ଦିନରେ ଏହି ମାମଲାରୁ ଶୁଣାଣି ଆଉ ଏକ ଖଣ୍ଡପୀଠ କରିବ । ସୁପ୍ରିମକୋର୍ଟରେ ଶୀତକାଳୀନ ଅବକାଶ ଆରମ୍ଭ ହୋଇଛି । ଏଭଳିସ୍ଥିତିରେ ଭେକେସନ ବେଞ୍ଚ ହିଁ ଏହାର ଶୁଣାଣି କରିବେ ।

ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ମୁଖ୍ୟ ବିଚାପରପତି ଏସଏ ବୋବଡେ କହିଛନ୍ତି, ଦିଲ୍ଲୀକୁ ଅବରୋଧ କଲେ ଏଠାରେ ଲୋକେ ଭୋକ ଓପାସରେ ରହିବେ । ଚାଷୀଙ୍କ ଉଦ୍ଦେଶ୍ୟ ଆଲୋଚନାରେ ହିଁ ପୂରଣ ହେବ । କେବଳ ବିରୋଧ ପ୍ରଦର୍ଶନ କଲେ କୌଣସି ଲାଭ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।

ସିଜେଆଇ କହିଛନ୍ତି, ସମସ୍ତ ପକ୍ଷକୁ ଶୁଣିବା ପରେ ହିଁ ଆଦେଶ ଜାରି କରାଯିବ । ଆମେ ଚାଷୀ ସଂଗଠନକୁ ଶୁଣିବା ପରେ ଆଦେଶ ଦେବୁ । ଅନ୍ୟପକ୍ଷେ ଶନିବାର ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ସଲିସିଟର ଜେନେରାଲ ।

ସେହିପରି ସିଜେଆଇ କହିଛନ୍ତି, ବହୁ ସଂଖ୍ୟକ ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶର ଅନୁମତି ଦିଆଯିବା ଉଚିତ କି ନୁହେଁ ଏହା ପୋଲିସର ନିଷ୍ପତ୍ତି ହେବ । ଶୁଣାଣି ସମୟରେ ଯେତେବେଳେ ଆବେଦନକାରୀଙ୍କ ପକ୍ଷରୁ ପ୍ରଦର୍ଶନକାରୀଙ୍କର ରାସ୍ତାରୁ ହଟାଇବାକୁ ଅନୁରୋଧ କରାଗଲା, ସେତେବେଳେ ସିଜେଆଇ କହିଲେ ଯେ ପ୍ରଦର୍ଶନ କରିବା ଚାଷୀଙ୍କ ଅଧିକାର । ହେଲେ ଏହି ଅଧିକାର ଯୋଗୁଁ କୌଣସି ଅନ୍ୟ ବ୍ୟକ୍ତିଙ୍କୁ କ୍ଷତି ନ ପହଞ୍ଚୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.