ETV Bharat / bharat

ଅର୍ଦ୍ଧନଗ୍ନ ହୋଇ କୃଷକଙ୍କ ବିକ୍ଷୋଭ

author img

By

Published : Dec 6, 2020, 9:41 PM IST

ଦିଲ୍ଲୀ ନୋଏଡାର ଚିଲ୍ଲା ବର୍ଡନ ନିକଟରେ ଅର୍ଦ୍ଧନଗ୍ନ ହୋଇ କୃଷକଙ୍କ ବିକ୍ଷୋଭ । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଏହି ହାଇଭୋଲ୍ଟଟେଜ ବିକ୍ଷୋଭକୁ ଆୟତ୍ତ କରାଯାଇଥିଲା । ଅଧିକ ପଢନ୍ତୁ...

ଅର୍ଦ୍ଧନଗ୍ନ ହୋଇ କୃଷକଙ୍କ ବିକ୍ଷୋଭ
ଅର୍ଦ୍ଧନଗ୍ନ ହୋଇ କୃଷକଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି । ରବିବାର ଦିଲ୍ଲୀ ନୋଏଡାର ଚିଲ୍ଲା ବର୍ଡର ନିକଟରେ ଭାରତୀୟ କିସାନ ଲୋକଶକ୍ତି ସଙ୍ଗଠନର କର୍ମକର୍ତ୍ତାମାନେ ଅର୍ଦ୍ଧନଗ୍ନ ହୋଇ ବିକ୍ଷୋଭ କରିଛନ୍ତି । ସରକାର ଓ ପ୍ରଶାସନ ସେମାନଙ୍କୁ ଦିଲ୍ଲୀ ଯାଇ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି । ବ୍ୟାପକ ପୋଲିସ ଫୋର୍ସ ମୂତୟନ କରାଯାଇ ବିକ୍ଷୋଭକାରୀଙ୍କୁ ଦିଲ୍ଲୀ ଯିବାରୁ ରୋକା ଯାଇପାରିଛି ଏବଂ ଏହି ହାଇଭୋଲ୍ଟଟେଜ ସ୍ଥିତିକୁ ଆୟତ୍ତ କରାଯାଇଛି । ତେବେ ଏହି ବିକ୍ଷୋଭ ଗତ ଚାରି ଦିନ ହେଲାଣି ଜାରି ରହିଛି ।

ଅର୍ଦ୍ଧନଗ୍ନ ହୋଇ କୃଷକଙ୍କ ବିକ୍ଷୋଭ

ଆନ୍ଦୋଳନରତ କୃଷକମାନେ କହିଛନ୍ତି, ସେମାନେ ସରକାରଙ୍କ ଦ୍ବାରା ଶୋଷିତ ହେଉଛନ୍ତି । କୃଷି ଆଇନ କୃଷକଙ୍କ ହିତ ପାଇଁ ନୁହେଁ । ସରକାରଙ୍କ ଏହି ଆଇନକୁ ନ ହଟାଇବା ପର୍ଯ୍ୟନ୍ତି ଏହି ବିରୋଧ ଜାରି ରହିବ । ଏହାସହ କୃଷି ଆୟୋଗ ଗଠନ କରିବାକୁ ସେ ସରକାରଙ୍କୁ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.