ଗାନ୍ଧୀନଗର: ବୁଲେଟ ଟ୍ରେନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ। ଏହି ପ୍ରୋଜେକ୍ଟ ପାଇଁ ଯେଉଁ ଚାଷୀମାନେ ନିଜ ଜମି ଦାନ କରିଛନ୍ତି ସେମାନଙ୍କର ଭାଗ୍ୟ ବଦଳିଯାଇଛି । ଯେଉଁ ଚାଷୀ ପୂର୍ବରୁ ବାଇକ ନେଇ ଚାଷ କାର୍ଯ୍ୟ କରିବାକୁ ଯାଉଥିଲେ ଆଜି ସେହି ଚାଷୀ କାର ଚଢି କରୁଛନ୍ତି ଚାଷକାର୍ଯ୍ୟ । ସରକାରଙ୍କ ଲାଗି ଜମି ଦାନ କରିବା ପରେ ଏହି ଚାଷୀ ପରିବାରର ଭାଗ୍ୟ ଫିଟିଯାଇଛି । ସରକାରଙ୍କ ପକ୍ଷରୁ ଜମି ବଦଳରେ ଦିଆଯାଇଥିବା ଅର୍ଥ ଆଜି ଏହି ପରିବାରଗୁଡ଼ିକ ପାଣି ଆଣିଦେଇଛି ଖୁସିର ଦିନ ।
ଗୁଜୁରାଟର ସୁରତ ଜିଲ୍ଲାରେ ଏପରି ଭାବେ ବଦଳିଛି ଚାଷୀଙ୍କ ଭାଗ୍ୟ। ଚାଷୀମାନେ ସବୁଦିନ ଲାଗି ନିଜ ଜମିକୁ ଦାନ କରିଥିବାରୁ ସରକାର ମଧ୍ୟ ତାଙ୍କ ଭବିଷ୍ୟତକୁ ଲକ୍ଷ୍ୟ ରଖି ଅର୍ଥ ପ୍ରଦାନ କରିଛନ୍ତି । ବୁଲେଟ ଟ୍ରେନ ପ୍ରକଳ୍ପ ଲାଗି ସୁରତ ଜିଲ୍ଲାରେ ସବୁଠୁ ଅଧିକ ଜମି ଦାନ କରିଥିବା ମହିଳା କୀର୍ତ୍ତିବେନ ଦେବେନ୍ଦ୍ରସିଂ ବରାଡଙ୍କ ସହିତ ଇଟିଭି ଭାରତ ଯୋଗାଯୋଗ କରିଥିଲା । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଯେତେବେଳେ ଏହି ପ୍ରକଳ୍ପକୁ ନେଇ ଆଲୋଚନା ହୋଇଥିଲା, ଆମେ ଖୁସି ଥିବା ସହ ଚିନ୍ତାଗ୍ରସ୍ତ ମଧ୍ୟ ଥିଲୁ । ସରକାର ଜମି ଅଧିଗ୍ରହଣ ପରେ ଉପଯୁକ୍ତ ଅର୍ଥ ପ୍ରଦାନ କରିବେ ନାହିଁ ସେ ନେଇ ଚିନ୍ତିତ ଥିଲୁ ।"
ଏହା ବି ପଢନ୍ତୁ-ମହିଳା ବନ୍ଧୁଙ୍କୁ କକ୍ପିଟରେ ପୁରାଇଲେ ପାଇଲଟ, ଏୟାର ଇଣ୍ଡିଆକୁ DGCA ମାଗିଲା ଜବାବ
ତେବେ ତତ୍କାଳୀନ ଜିଲ୍ଲା ଅଧିକାରୀ ଡ.ଧବଲ ପଟେଲ ଜମି ହରାଇଥିବା ପ୍ରତ୍ୟେକ ଚାଷୀଙ୍କ ନିକଟକୁ ଆସି ଜମି ଅଧିଗ୍ରହଣ ସମ୍ପର୍କରେ ସୂଚନା ଦେଇଥିଲେ ଓ ଏହାର ପ୍ରକ୍ରିୟା ସମ୍ପର୍କରେ ବୁଝାଇଥିଲେ । ଏହାପରେ ଚାଷୀମାନେ ଚିନ୍ତାମୁକ୍ତ ହୋଇଥିଲେ ବୋଲି ସେ କହିଛନ୍ତି । ଧୀରେଧୀରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ ଏହାର ଭରଣପୋଷଣ ବାବଦକୁ ଅର୍ଥ ଦିଆଯାଇଥିଲା । ଏହି ପ୍ରକଳ୍ପ ଲାଗି ଜମିଦାନ କରିବା ପରେ ମଧ୍ୟ ସମସ୍ତ ଚାଷୀ ଉତ୍ତମ ଜୀବନ ଅତିବାହିତ କରୁଛନ୍ତି ବୋଲି କହିଛନ୍ତି ସେ ।
କୀର୍ତ୍ତିବେନ ଆହୁରି କହିଛନ୍ତି, "ସରକାର ଯେଉଁ ଅର୍ଥ ପ୍ରଦାନ କରିଥିଲେ ସେଥିରେ ଆମେ ଘର ନିର୍ମାଣ କରିବା ସହିତ ପିଲାମାନଙ୍କ ପାଠପଢା ଖର୍ଚ୍ଚ ମଧ୍ୟ ବହନ କରିପାରୁଛୁ । ଆମ ପିଲାମାନେ ଉଚ୍ଚଶିକ୍ଷା ପୂରଣ କରିବେ ବୋଲି ଆଶା ରହିଛି ଏବଂ ସରକାର ସେମାନଙ୍କ ଲାଗି ଉପଯୁକ୍ତ ଚାକିରି ବ୍ୟବସ୍ଥା କରିବେ । ପୂର୍ବରୁ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବା କଷ୍ଟସାଧ୍ୟ ଥିଲା । ହେଲେ ଏବେ ସେଭଳି କୌଣସି ସମସ୍ୟା ହେଉନାହିଁ ।"