ପାଟନା: ବିହାରର ବକ୍ସାରରେ ପୋଲିସର ଅମାନବୀୟ ଅତ୍ୟାଚାର । ବିହାର ବକ୍ସାର ଚାଉସା ବ୍ଲକ ବନାରପୁରରେ ବିଳମ୍ବିତ ରାତିରେ ଲୋକେ ଘରେ ଶୋଇଥିବା ସମୟରେ ପୋଲିସ ଲାଠିଚାର୍ଜ କରିଛି । ପୋଲିସର ଏଭଳି କାଣ୍ଡ ପରେ ସ୍ଥିତି ତୀବ୍ର ରୂପ ନେଇଛି । ଚାଷୀମାନେ ଉତ୍ୟକ୍ତ ହୋଇ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଏଥିସହ ଏସଜେଭିଏନ ଫାଟକରେ ମଧ୍ୟ ନିଆ ଲଗାଇଛନ୍ତି । ଫଳରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ: National Youth Festival: ଗୁରୁବାର ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ମୋଦି
ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ 6 ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଛି । ସୁରକ୍ଷା ଦୃଷ୍ଟିରୁ ସମଗ୍ର ଅଞ୍ଚଳରେ ପୋଲିସ ମୁତୟନ ହୋଇଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁଯାୟୀ, 2010-11 ପୂର୍ବରୁ ଥର୍ମାଲ ପାୱାର ପ୍ଲାଣ୍ଟ ଜମି ବିବାଦ ପାଇଁ ଚାଉସରେ ଏସଜେଭିଏନ ଦ୍ବାରା ସେମାନଙ୍କ ଜମି ଅଧିଗ୍ରହଣ କରାଯାଇଥିଲା । ଉକ୍ତ ସମୟରେ ଚାଷୀଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଇଥିଲା । ଯେତେବେଳେ କମ୍ପାନୀ 2022ରେ କୃଷକଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲା, ବର୍ତ୍ତମାନର ହାର ଅନୁଯାୟୀ କ୍ଷତିପୂରଣ ଦେବାକୁ ଚାଷୀ ଦାବି କରିଥିଲେ । ଯାହା କମ୍ପାନୀ ଦେବାକୁ ପ୍ରସ୍ତୁତ ନାହିଁ ।
ଏହା ମଧ୍ୟ ପଢ଼ନ୍ତୁ: ରଙ୍ଗିଲା ଜିଲାପି ବାବା: ଚା’ରେ ନିଶା ଦେଇ 120 ମହିଳାଙ୍କୁ କରିଥିଲା ଦୁଷ୍କର୍ମ, ଏବେ ଜେଲରେ କଟିବ ଦିନ
ଗତ ଦୁଇ ମାସ ଧରି ଏହାକୁ ବିରୋଧ କରି ଚାଷୀ ଆନ୍ଦୋଳନ କରୁଛନ୍ତି । ଏହି ସମୟରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚାଷୀଙ୍କ ଘରେ ପସି ମହିଳା ଏବଂ ପୁରୁଷଙ୍କ ସମେତ ଶିଶୁଙ୍କ ଉପରେ ଲାଠି ଚାର୍ଜ କରିଥିଲା । ଏଥିରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଏଥିରେ ଉତ୍ୟକ୍ତ ହୋଇ ଚାଷୀମାନେ ପୋଲିସର ଅନେକ ଗାଡ଼ିରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ଦେଖିବାକୁ ମିଳିଛି ।