ETV Bharat / bharat

କୃଷି ଆଇନ ସପକ୍ଷରେ ବାହାରିଲେ ଗାଜିଆବାଦ କୃଷକ - ଗାଜିଆବାଦରେ କୃଷି ଆଇନକୁ ସମର୍ଥନ

କୃଷି ଆଇନ ସପକ୍ଷରେ ବାହାରିଲେ ଗାଜିଆବାଦ ଚାଷୀ । ରାଲି କରିବାକୁ ଯାଇ ପୋଲିସ ସହ ଧସ୍ତାଧସ୍ତି । ଅଧିକ ପଢନ୍ତୁ...

ଗାଜିଆବାଦରେ କୃଷି ଆଇନ ସପକ୍ଷରେ ବାହାରିଲେ କୃଷକ

author img

By

Published : Dec 20, 2020, 7:40 PM IST

ଲକ୍ଷ୍ନୌ: କୃଷି ଆଇନକୁ ସମର୍ଥନ କରି ଆଜି(ରବିବାର) ମେରଠରୁ ଗାଜିଆବାଦ ଗ୍ରାଉଣ୍ଡ ଅଭିମୁଖେ ବାହାରିଥିଲେ ଚାଷୀ । କୃଷକଙ୍କ ଏହି ଦଳ ଇନ୍ଦିରାପୁରମରେ ପହଞ୍ଚିବା ପୂର୍ବରୁ ପୋଲିସ ଓ ଚାଷୀଙ୍କ ମଧ୍ୟ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ଅର୍ଥାଲ ନିକଟରେ ଚାଷୀଙ୍କ ଟ୍ରାକ୍ଟର ଅଟକିବା କ୍ଷଣି ପୋଲିସ ସେମାନଙ୍କୁ ଅଟକାଇବାକୁ ଯାଇ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।

କୃଷି ଆଇନ ସପକ୍ଷରେ ଆସିଥିବା କୃଷକଙ୍କ ସଭା ଇନ୍ଦିରାପୁରମ ଗ୍ରାଉଣ୍ଡରେ ରଖାଯାଇଛି । କୃଷକଙ୍କ ସଭା ଦିନ 2ଟା ରେ ଆରମ୍ଭ ହେବାକୁ ଥିବାବେଳେ କୃଷକମାନେ ଅପରାହ୍ନ 5ଟା ପ୍ରଯ୍ୟନ୍ତ ପହଞ୍ଚିପାରି ନ ଥିଲେ । କାରଣ ଉତ୍ତରପ୍ରଦେଶ ଗେଟରେ କୃଷି ଆଇନ ବିରୋଧରେ ଏକ ବଡ ରାଲି ଜାରି ରହିଛି । କୃଷି ଆଇନ ସପକ୍ଷ ଏବଂ ବିପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଆଶଙ୍କା କରାଯାଇ ପୋଲିସ ସେମାନଙ୍କୁ ସୁରକ୍ଷିତ ରାସ୍ତା ଦେଇ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.