ETV Bharat / bharat

ଗାଜିପୁର ସୀମାରେ ହୋଲି ପାଳିଲେ ଆନ୍ଦୋଳନରତ ଚାଷୀ

author img

By

Published : Mar 29, 2021, 2:57 PM IST

ରଙ୍ଗର ପର୍ବ ହୋଲିକୁ ଚାଷୀମାନେ ଗାଜିପୁର ସୀମାରେ ପାଳନ କରିଛନ୍ତି । ଅଧିକ ପଢନ୍ତୁ...

ଗାଜିପୁର ସୀମାରେ ହୋଲି ପାଳିଲେ ଆନ୍ଦୋଳନରତ ଚାଷୀ
ଗାଜିପୁର ସୀମାରେ ହୋଲି ପାଳିଲେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ଏହା ଭାଇଚାରାର ପର୍ବ ହୋଇଥିବାବେଳେ ସମସ୍ତେ ମନୋମାଳିନ୍ୟ ଭୁଲି ହୋଲି ଖେଳରେ ଏକଜୁଟ ହୋଇଥାନ୍ତି । ତେବେ ଦିଲ୍ଲୀର ଗାଜିପୁର ସୀମାରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ହୋଲି ପର୍ବକୁ ପାଳନ କରିଥାନ୍ତି । ସେମାନେ ଡ୍ରମ ବଜାଇ ନାଚି ଗାଇ ଏହି ପର୍ବକୁ ପାଳନ କରୁଥିବା ଦେଖିବାକୁ ମିଳିଛି ।

ସାରା ଦେଶରେ ଲୋକମାନେ ହୋଲି ପର୍ବକୁ ପାଳନ କରୁଛନ୍ତି । ଗତ 3 ମାସରୁ ଊର୍ଦ୍ଧ୍ବ ସମୟ ଧରି ଏହି ସୀମାରେ ରହୁଥିବାରୁ ସେମାନେ ହୋଲି ପର୍ବକୁ ପାଳନ କରୁଥିବା ଜଣେ ଚାଷୀ କହିଛନ୍ତି । ତେବେ ଏହି ହୋଲି ପର୍ବରେ ଆନ୍ଦୋଳନରତ ଚାଷୀମାନେ ପରିବାରଠାରୁ ଦୂରରେ ରହିଛନ୍ତି, ଯାହାକି ଏକ ଭଲ ଅନୁଭବ ନୁହେଁ ବୋଲି ସେ କହିଛନ୍ତି । କିନ୍ତୁ ଏଠାରେ ଚାଷୀଭାଇମାନେ ରହୁଥିବାରୁ ସେମାନଙ୍କ ସେ ଖୁସିରେ ନାଚିଗାଇ ହୋଲିକୁ ପାଳନ କରୁଛନ୍ତି ବୋଲି ଚାଷୀ ଜଣକ କହିଛନ୍ତି । ଏହାସହିତ ସେ ଚାଷୀଙ୍କ ଦାବିକୁ ସରକାର ଖୁବଶୀଘ୍ର ପୂରଣ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟପକ୍ଷରେ ଏହି ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା 300 ଚାଷୀଭାଇଙ୍କ ସ୍ମରଣରେ ହୋଲି ପର୍ବ ଗାଜିପୁର ସୀମାରେ ପାଳନ କରାଯାଉଛି ବୋଲି ଅନ୍ୟ ଜଣେ ଚାଷୀ କହିଛନ୍ତି । ତେବେ ଚାଷୀମାନେ ସମ୍ଭାଲ ଓ ବଦାଉଁ ପରମ୍ପରାର ଗୀତ ଗାଇ ପର୍ବକୁ ପାଳୁଥିବା ସେ କହିଛନ୍ତି । ହୋଲିକୁ ପରିବାର ବର୍ଗଙ୍କ ସହିତ ପାଳନ କରୁପାରୁନଥିବାରୁ ମନଦୁଃଖ ଥିଲେ ମଧ୍ୟ ଚାଷୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଅନ୍ୟ ଜଣେ ଚାଷୀ କହିଛନ୍ତି ।

କେନ୍ଦ୍ର ସରକାରଙ୍କ 3ଟି କୃଷି ଆଇନକୁ ବିରୋଧ କରି ଦେଶର ଚାଷୀମାନେ ଦିଲ୍ଲୀର ଗାଜିପୁର ସୀମାରେ ଆନ୍ଦୋଳନ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସେମାନେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.