ETV Bharat / bharat

ଉଭୟ କୃଷକ ଓ ସରକାର ସହ ମୁଁ ଅଛି: ସନ୍ନି ଦେଓ୍ୱଲ

author img

By

Published : Dec 6, 2020, 6:46 PM IST

କୃଷକ ଆନ୍ଦୋଳନକୁ ନେଇ ମନ୍ତବ୍ୟ ରଖିଲେ ବିଜେପି ସାଂସଦ ସନ୍ନି ଦେଓ୍ୱଲ । କହିଲେ ଉଭୟ କୃଷକ ଓ ସରକାର ସହ ସେ ଅଛନ୍ତି । ଏ ନେଇ କଲେ ଟୁଇଟ । ପଢନ୍ତୁ ଅଧିକ.....

କୃଷକ ମାନଙ୍କୁ ଭ୍ରମିତ କରାଯାଉଛି, ଉଭୟ କୃଷକ ଓ ସରକାର ସହ ମୁଁ ଅଛି : ସନ୍ନୀ ଦେଓ୍ବାଲ

ଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନକୁ ନେଇ ଉତ୍ତର ଭାରତର କୃଷକ ଓ ସରକାରଙ୍କ ମଧ୍ୟରେ ତୀବ୍ର ବିବାଦ ଦେଖାଦେଇଥିବାବେଳେ ଏ ବାବଦରେ ମତ ରଖିଛନ୍ତି ଗୁରୁଦାସପୁରରୁ ବିଜେପି ସାଂସଦ ତଥା ବିଶିଷ୍ଟ ଅଭିନେତା ସନ୍ନି ଦେଓ୍ୱଲ । ସନ୍ନି କହିଛନ୍ତି ଯେ ମୁଁ ଉଭୟ କୃଷକ ଓ ସରକାର ସହ ଅଛି । ତାଙ୍କ ସରକାର ସର୍ବଦା କୃଷକ ମାନଙ୍କ ହିତରେ ନିଷ୍ପତ୍ତି ନେଇଛି ବୋଲି ସେ ମତ ରଖିଛନ୍ତି । କିନ୍ତୁ ଏହି ପ୍ରସଙ୍ଗକୁ ନେଇ କିଛି ଗୋଷ୍ଠୀ ରାଜନୀତି କରୁଥିବା କଥା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଉଭୟ କୃଷକ ଓ ସରକାର ସହ ମୁଁ ଅଛି : ସନ୍ନୀ ଦେଓ୍ବାଲ

ଆହୁରି ମଧ୍ୟ ସେ ନିଜ ଟୁଇଟ ଜରିଆରେ କହିଛନ୍ତି ଯେ କୃଷକ ଓ ସରକାର ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦ ମଧ୍ୟରେ ଅନ୍ୟ କେହି ପ୍ରବେଶ କରି ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରିବା ଉଚିତ ନୁହେଁ । କିଛି ରାଜନୈତିକ ଦଳ ଏହି ବିବାଦରେ କୃଷକଙ୍କୁ ବ୍ୟବହାର କରି ଫାଇଦା ଉଠାଇବାକୁ ଚେଷ୍ଟିତ ଅଛନ୍ତି ଓ ତାଙ୍କର କୃଷକଙ୍କ ପ୍ରତି କୌଣସି ସହାନୁଭୂତି ନାହିଁ । କେବଳ ନିଜସ୍ବ ରାଜନୈତିକ ଏଜେଣ୍ଡା ନେଇ ସେମାନେ କୃଷକଙ୍କୁ ବ୍ୟବହାର କରୁଥିବା ଦୋହରାଇଛନ୍ତି ସନ୍ନି ।

ଏପରି ପରିସ୍ଥିତିରେ ସେ କୃଷକଙ୍କ ସହ ଓ ତାଙ୍କ ନିଜ ଦଳ ବିଜେପି ସହ ଅଛନ୍ତି ଓ ରହିବେ । ତାଙ୍କ ସରକାର ଆଣିଥିବା ନୂଆ କୃଷି ଆଇନ କୃଷକଙ୍କୁ ସଶକ୍ତ କରିବା ସହ ଆତ୍ମନିର୍ଭର କରିପାରିବ ବୋଲି କହିଛନ୍ତି ସନ୍ନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.