ETV Bharat / bharat

ଚାଷୀ ଆନ୍ଦୋଳନ:ସରକାରଙ୍କ ପାଇଁ ଅଡୁଆ ସାଜିଲେ ରାକେଶ ଓ ରିହାନା - କୃଷି ଆଇନ ବିରୋଧରେ ଆନ୍ଦୋଳନ

ରାକେଶଙ୍କ କୋହଭରା ପରେ କୃଷକଙ୍କ ପ୍ରତି ଆମେରିକୀୟ ପପ୍ ସୁପରଷ୍ଟାର ରିହାନାଙ୍କ ଏକ ସମର୍ଥନମୂଳକ ଟ୍ୱିଟ୍ ଓ ଅନ୍ୟ ଗ୍ଲୋବାଲ ସେଲିବ୍ରିଟିଙ୍କ ସମର୍ଥନ କୃଷକ ଆନ୍ଦୋଳନକୁ ଶକ୍ତି ଯୋଗାଇଛି । ଏକ ଅଶ୍ରୁଳ ଟିକାୟତଙ୍କ ଭିଡିଓ ସୋସିଆଲ ମିଡିଆରେ ଆଖି ପିଛୁଳାରେ ଭାଇରାଲ ହେଲା ମୀରଟ, ହାପୁର, ମୁଜାଫରନଗର, ସାମଲି ଓ ପଶ୍ଚିମ ଉତ୍ତର ପ୍ରଦେଶର ଅନ୍ୟ ଅଂଚଳର ହଜାର ହଜାର ଲୋକ କୃଷକଙ୍କୁ ସମର୍ଥନ କରି ଗାଜିପୁର ଓ ଏହାର ଆଖପାଖ ବିକ୍ଷୋଭ ସ୍ଥଳରେ ପହଞ୍ଚିଥିଲେ । ଅଧିକ ଖବର ପଢନ୍ତୁ...

ଚାଷୀ ଆନ୍ଦୋଳନ: ସରକାରଙ୍କ ପାଇଁ ଅଡୁଆ ସାଜିଲେ ରାକେଶ ଓ ରିହାନା

author img

By

Published : Feb 6, 2021, 6:00 PM IST

ହାଇଦ୍ରାବାଦ: ତିନି ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ସମର୍ଥନରେ ଟ୍ୱିଟ୍ କରି ପପ୍ ଗାୟିକା ରିହାନା ଏବେ ଇଣ୍ଟରନେଟରେ ଝଡ ସୃଷ୍ଟି କରିଛନ୍ତି । ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ହିଂସା ପରେ କୃଷକ ଆନ୍ଦୋଳନ ବହୁଧା ବିଭକ୍ତ ହୋଇ ବିଶ୍ୱସନୀୟତା ହରାଇ ବସୁଥିବା ବେଳେ କୃଷକ ନେତା ରାକେଶ ଟିକାୟତଙ୍କ ଆଖିରେ ଲୁହ ଓ ବାଷ୍ପରୁଦ୍ଧ କଂଠରେ ସମାଲୋଚନା ଆନ୍ଦୋଳନକୁ ଏକ ନୂଆ ଜୀବନ ଦେଇଥିଲା । ବିକ୍ଷୋଭ ବନ୍ଦ କରିବା ବଦଳରେ ସେ ଆତ୍ମହତ୍ୟା କରିବା ଅଧିକ ପସନ୍ଦ କରିବେ ବୋଲି ଟିକାୟତଙ୍କ କୋହଭରା ମନ୍ତବ୍ୟ ଭାଙ୍ଗି ଯାଉଥିବା ଚାଷୀ ଆନ୍ଦୋଳନକୁ ପୁଣି ଶକ୍ତି ଯୋଗାଇଥିଲା ।

ରାକେଶଙ୍କ କୋହଭରା ପରେ କୃଷକଙ୍କ ପ୍ରତି ଆମେରିକୀୟ ପପ୍ ସୁପରଷ୍ଟାର ରିହାନାଙ୍କ ଏକ ସମର୍ଥନମୂଳକ ଟ୍ୱିଟ୍ ଓ ଅନ୍ୟ ଗ୍ଲୋବାଲ ସେଲିବ୍ରିଟିଙ୍କ ସମର୍ଥନ କୃଷକ ଆନ୍ଦୋଳନକୁ ଶକ୍ତି ଯୋଗାଇଛି । ଏକ ଅଶ୍ରୁଳ ଟିକାଏତଙ୍କ ଭିଡିଓ ସୋସିଆଲ ମିଡିଆରେ ଆଖି ପିଛୁଳାରେ ଭାଇରାଲ ହେଲା ମୀରଟ, ହାପୁର, ମୁଜାଫରନଗର, ସାମଲି ଓ ପଶ୍ଚିମ ଉତ୍ତର ପ୍ରଦେଶର ଅନ୍ୟ ଅଂଚଳର ହଜାର ହଜାର ଲୋକ କୃଷକଙ୍କୁ ସମର୍ଥନ କରି ଗାଜିପୁର ଓ ଏହାର ଆଖପାଖ ବିକ୍ଷୋଭ ସ୍ଥଳରେ ପହଂଚିଥିଲେ ।

ଜାନୁଆରୀ ୨୭ ତାରିଖରେ ଗାଜିପୁରରେ କୃଷକଙ୍କ ବିକ୍ଷୋଭସ୍ଥଳ ଖାଁ ଖାଁ ଜଣାପଡୁଥିଲା । ପୋଲିସ ଓ ସିଆରପିଏଫ ଯବାନ ସେଠାରେ ପହଁଞ୍ଚି କୃଷକଙ୍କୁ ସେ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମଧ୍ୟରାତ୍ର ସୁଦ୍ଧା ସେଠାରେ ଆନ୍ଦୋଳନ ସମର୍ଥକଙ୍କ ଭିଡ ଜମିଯାଇଥିଲା । ବିକ୍ଷୋଭ ହଟାଇହବାକୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା । ସବୁ ସୀମାନ୍ତ ବିକ୍ଷୋଭ ସ୍ଥଲରେ କଡା ନଜର ରଖାଯାଇଥିଲା ।ଗାଜିପୁର, ସିଂଘୁ ଓ ଟିକରୀ ସୀମାର ମୁଖ୍ୟ ରାସ୍ତାଗୁଡିକରେ ରେଜର ୱାୟର, ହେଭି ମେଟାଲ ବାରିକେଡିଂ ଓ ଷ୍ଟୋନ ବୋଲଡର୍ସ ସହ ଧାଡିକି ଧାଡି କଂକ୍ରିଟ ବାରିକେଡିଂ କରାଯାଇଥିଲା । ରୋଡସାରା କଂକ୍ରିଟ ସ୍ଲାବ ରଖାଯାଇଥିଲା। କୃଷକମାନଙ୍କ ଚଳପ୍ରଚଳକୁ ରୋକିବା ପାଇଁ ଏସବୁ ବନ୍ଦୋବସ୍ତ କରାଯାଇଥିଲା । କେବଳ ସେତିକି ନୁହେଁ, ବିକ୍ଷୋଭ ସ୍ଥଳରେ ବିକ୍ଷୋଭକାରୀମାନେ ଯେମିତି ବସି ନ ପାରିବେ, ସେଥିପାଇଁ କଣ୍ଟା ବି ଫୋଡାଯାଇଥିଲା ।

ତେବେ, ଦୁଇଟି ‘ଆର’ ସବୁ ସରକାରଙ୍କ ସବୁ ଯୋଜନା ଭଣ୍ଡୁର କରିଦେଲା । ଦୁଇ ଆର୍ ମାନେ ରାକେଶ ଓ ରିହାନା । ପପ୍ ଗାୟିକା ରିହାନାଙ୍କ ଟ୍ୱିଟ୍ କୃଷକ ଆନ୍ଦୋଳନ ପ୍ରତି ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଥିଲା । ‘ଆମେ କାହିଁକି ଏ ସଂପର୍କରେ ଆଲୋଚନା କରୁନାହେଁ ?’ ଟ୍ୱିଟରରେ ରିହାନାଙ୍କ ଏହି ଟ୍ୱିଟ୍ ତାଙ୍ର ୧୦୧ ମିଲିଅନ ଫଲୋଅରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଶ୍ୱର ଅନ୍ୟ କିଛି ସେଲିବ୍ରିଟି ବି କୃଷକ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇଲେ । କୃଷକ ବିକ୍ଷୋଭ ଭଣ୍ଡୁର କରିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ ବିଶ୍ୱ ନେତା ଓ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପ୍ରତିକ୍ରିୟା ଦେଖି କଣ କରିବେ ହଠାତ ବୁଝି ପାରି ନ ଥିଲେ । କେତେକଙ୍କ ଆକାଉଂଟ ବ୍ଲକ୍ କରିବା ପାଇଁ ବି ଉଦ୍ୟମ କରିଥିଲେ ସରକାର ।

ଏହାପରେ ଯାହାସବୁ ହେଲା, ତାହା କେହି ଆଶା କରି ନଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କୃଷକଙ୍କ ଆନ୍ଦୋଳନ ନେଇ ବିଦେଶର ବ୍ୟକ୍ତିବିଶେଷଙ୍କ ମନ୍ତବ୍ୟକୁ ସମାଲୋଚନା କରି ବିବୃତ୍ତି ଜାରି କଲା । ଭାରତର ଅଭ୍ୟନ୍ତରୀଣ ବ୍ୟାପାରରେ ଏହା ହସ୍ତକ୍ଷେପ ବୋଲି ବୈଦେଶିକ ମନ୍ତ୍ରାଳୟ କହିଲା । କିଛି ଭାରତ ବିରୋଧୀ ଶକ୍ତି କୃଷକ ଆନ୍ଦୋଳନ ଉପରେ ସେମାନଙ୍କ ଏଜେଣ୍ଡା ଥୋପି ଦେବାକୁ ଚାହାନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବିବୃତିରେ କୁହାଯାଇଥିଲା । ବୈଦେଶିକ ମନ୍ତ୍ରାଳୟ ବିବୃତିରେ ଦୁଇଟି ସୋସିଆଲ ମିଡିଆ ହ୍ୟାସଟାଗ ରହିଥିଲା । ତାହା ହେଲେ ଇଣ୍ଡିଆ ଟୁଗେଦର ଓ ଇଣ୍ଡିଆ ଏଗନେଷ୍ଟ ପ୍ରୋପୋଗାଣ୍ଡା । ପରେ ଏହି ଦୁଇ ହ୍ୟାସଟାଗକୁ ଅଧିକାଂଶ ବଲିଉଡ ସେଲିବ୍ରିଟି ଓ ନେତାମାନେ ବ୍ୟବହାର କରିବାକୁ ଲାଗିଲେ । ଅନେକ ଭାରତୀୟ ସେଲିବ୍ରିଟି ହ୍ୟାସଟାଗ ବ୍ୟବହାର କରି କୃଷକ ଆନ୍ଦୋଳନ ପ୍ରସଙ୍ଗରେ ନିଜ ନିଜର ମନ୍ତବ୍ୟ ପୋଷ୍ଟ କରିବା ସହ ପ୍ରୋପଗାଣ୍ଡାରେ ପ୍ରଭାବିତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ । ରିହାନାଙ୍କ ଟ୍ୱିଟ୍ ପରେ ପରିବେଶକର୍ମୀ ଗ୍ରେଟା ଥୁନବର୍ଗ ଓ ଲେଖିକା ତଥା ଆଇନଜୀବୀ ମୀନା ହ୍ୟାରିସ ମଧ୍ୟ ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନକୁ ସମର୍ଥନ କରିଥିଲେ । ମୀନା ହ୍ୟାରିସ ହେଉଛନ୍ତି ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ଭାଣିଜୀ ।

ବିକ୍ଷୋଭକୁ କାବୁ କରିବା ପାଇଁ ସରକାର ସବୁ ପ୍ରଚେଷ୍ଟା କରିଥିଲେ । କଂକ୍ରିଟ ବ୍ୟାରିୟରଠୁ ଆରମ୍ଭ କରି ଇଂଟରନେଟ ସସପେଣ୍ଡ୍ । କିନ୍ତୁ ସେତେବେଳକୁ ସବୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । କିଛି ବିଦେଶୀ ସେଲିବ୍ରିଟି ଓ ନେତାଙ୍କ ଟ୍ୱିଟରୁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳିବା ପରିବର୍ତ୍ତେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହାକୁ ବିରୋଧ କରି ଯେଭଳି ବିବୃତି ଦିଆଗଲା, ତାହା ସରକାରଙ୍କ ପାଇଁ ବୁମେରାଂ ସଦୃଶ ହୋଇଛି । କିଛି ବ୍ୟକ୍ତିଙ୍କ ମତକୁ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ଥିଲା କି ବୋଲି ଏବେ ଅନେକ ପ୍ରଶ୍ନ କରୁଛନ୍ତି । ଏ ପ୍ରସଙ୍ଗରେ କିଛି ଦେଶର ନିର୍ବାଚିତ ପ୍ରତିନିଧିମାନଙ୍କ ମନ୍ତବ୍ୟ ଉପରେ ଯଦି ସରକାର ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି, ତାହା ହେଲେ କିଛି ସେଲିବ୍ରିଟିଙ୍କ ଟ୍ୱିଟରେ ପ୍ରତିକ୍ରିୟାଶୀଳ ହେବା କଣ ଦରକାର ବୋଲି ଲୋକେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ବିବୃତିକୁ ବହୁ ନେତା, ବିଶେଷଜ୍ଞ ଓ ଅବସରପ୍ରାପ୍ତ କୂଟନୀତିଜ୍ଞ ନାପସନ୍ଦ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପୂର୍ବତନ ମୁଖପାତ୍ର କେ.ସି ସିଂହ ଟ୍ୱିଟ୍ କରି କହିଛନ୍ତି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ବିବୃତି ନେଇ ସେ ଦୁଃଖିତ । ଏହି ବିବୃତି ଆଉ କେଉଁଠି ଡ୍ରାଫ୍ଟ କରାଯାଇଛି ଓ ନିର୍ଦ୍ଦେଶ ଅନୁସାରେ ଜାରି କରାଯାଇଥିବା ସ୍ପଷ୍ଟ ବୋଲି ସେ ଟ୍ୱିଟ୍ କରିଛନ୍ତି । ରାଜନୀତି ବିଶ୍ଳେଷକ ତବଲିନ ସିଂହ ମଧ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି । କୃଷକ ଆନ୍ଦୋଳନ ନେଇ କିଛି ବିଦେଶୀଙ୍କ ଟ୍ୱିଟରେ ସରକାରଙ୍କ ତ୍ୱରିତ ପ୍ରତିକ୍ରିୟାର ଔଚିତ୍ୟ ନେଇ ପ୍ରଶ୍ନ ଉଠିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.