ETV Bharat / bharat

ଆଜି କେନ୍ଦ୍ର-କୃଷକ ଆଲୋଚନା, ବାହାରିପାରେ ନିଷ୍କର୍ସ - କୃଷକ ଷଷ୍ଠ ପର୍ଯ୍ୟାୟ ଆଲୋଚନା

ଆଜି କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ହେବ ଷଷ୍ଠ ପର୍ଯ୍ୟାୟ ଆଲୋଚନା । ନିଷ୍କର୍ସ ବାହାରିବା ନେଇ ଆଶା । ଅଧିକ ପଢନ୍ତୁ...

ଆଜି କେନ୍ଦ୍ର-କୃଷକ ଆଲୋଚନା, ବାହାରିପାରେ ନିଷ୍କର୍ସ

author img

By

Published : Dec 30, 2020, 6:46 AM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଜାରି ରହିଛି କୃଷକ ଆନ୍ଦୋଳନ । ଦିଲ୍ଲୀସୀମାରେ ଧାରଣାରେ ରହିଛନ୍ତି ଚାଷୀ । କୃଷକଙ୍କ ସହିତ ସରକାରଙ୍କ 5 ଥର ଆଲୋଚନା ବିଫଳ ହୋଇଥିବାବେଳେ ଆଜି(ବୁଧବାର) ପୁଣି ଥରେ ବୈଠକ ହେବ ବୋଲି ସୂଚନା ମିଳିଛି । ସରକାର ଆଲୋଚନା ପାଇଁ 40 କୃଷକ ସଙ୍ଗଠନକୁ ଆମନ୍ତ୍ରିତ କରିଛନ୍ତି । ଆଜି ଦିନ 2ଟାରେ ଏହି ବୈଠକ ବସିବ ।

ମାସେରୁ ଅଧିକ ଦିନ ଧରି ଚାଷୀମାନେ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଜିଦ୍‌ରେ ଆନ୍ଦୋଳନରେ ବସିଛନ୍ତି । ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଧାରଣା ଦେଇଛନ୍ତି । ଏପଟେ ସରକାର ସେମାନଙ୍କ ସହ ଆଲୋଚନା ପାଇଁ ସମସ୍ତ ଦ୍ବାର ଖୋଲା ରଖିଥିଲେ ବି ମାତ୍ର 5 ଥର ଆଲୋଚନା ସମ୍ଭବ ହୋଇଛି । ହେଲେ ଏଥିରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସରକାର ଆଇନରେ କିଛି ସଂଶୋଧନ କରିବାକୁ ପ୍ରସ୍ତାବ ରଖୁଥିବାବେଳେ କୃଷକ ସଙ୍ଗଠନ ଏହାକୁ ପ୍ରତ୍ୟାଖାନ କରୁଛନ୍ତି ।

ଆଇନକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବାକୁ ସେମାନେ ଅଡି ବସିଛନ୍ତି । ଯାହା ଫଳରେ କି ଡିସେମ୍ବର 9ରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ହୋଇପାରିନଥିଲା । ତେବେ ପରବର୍ତ୍ତୀ ସମୟରେ ସରକାର ବାରମ୍ବାର ଚାଷୀଙ୍କ ସହିତ ଆଲୋଚନା କରିବାକୁ ଆଗ୍ରହ ଦେଖାଇବା ସହ ଆଲୋଚନା ପାଇଁ ସମସ୍ତ ଦ୍ବାର ଖୋଲାଥିବା କହିଥିଲେ । ଏହାସହ ଆଜି(ବୁଧବାର) ଆଲୋଚନା ପାଇଁ ସରକାର କୃଷକ ସଙ୍ଗଠନ ଗୁଡିକୁ ନିମନ୍ତ୍ରଣ କରିଛନ୍ତି । ଏଥିରେ କୃଷକ ସଙ୍ଗଠନ ରାଜି ଥିବା ଜଣାପଡିଛି ।

ଅନ୍ୟପଟେ ସରକାର ଡିସେମ୍ବର 29 ତାରିଖରେ ଏହି ଆଲୋଚନା କରିବାକୁ ଚାହୁଁଥିବାବେଳେ କୃଷକ ସଙ୍ଗଠନ ଏହାକୁ ମାନି ନଥିଲେ । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଡିସେମ୍ବର 30 ତାରିଖରେ କରିବାକୁ ରାଜି ହୋଇଥିବା ସୂଚନା ରହିଛି ।

ସୂଚନାଥାଉକି, କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପରିକି ଡିସେମ୍ବର 8 ତାରିଖରେ ଭାରତ ବନ୍ଦ ମଧ୍ୟ କରିଛନ୍ତି । ସେହିପରି ଅନେକ ଟୋଲଗେଟ୍‌ ଫ୍ରି କରିବା ସହିତ ଅନେକ ମୋବାଇଲ ଟାୱାରକୁ କ୍ଷତି ପହଞ୍ଚାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.