ETV Bharat / bharat

ଚାଷୀ ଦୁଃଖ ଶୁଣିଲା ଆରବିଆଇ, ବଦଳାଇଲା 6,450 ମୂଲ୍ୟର ପୋଡା ଟଙ୍କା - burnt currency

ନିଆଁରେ ପୋଡିଯାଇଥିବା 6,450 ଟଙ୍କାକୁ ବଦଳାଇ ନୂଆ ଟଙ୍କା ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଅହମ୍ମଦବାଦ ଚାଷୀଙ୍କ ଦୁଃଖ ଶୁଣି ଆରବିଆଇ କରିଛି ସହଯୋଗ । ଅଧିକ ପଢନ୍ତୁ..

ଚାଷୀ ଦୁଃଖ ଶୁଣିଲା ଆରବିଆଇ, ବଦଳାଇଲା 6,450 ମୂଲ୍ୟର ପୋଡା ଟଙ୍କା

author img

By

Published : Jan 23, 2021, 11:02 PM IST

ଅହମ୍ମଦବାଦ: ଦୀର୍ଘ 2 ମାସ ସଂଘର୍ଷ ପରେ ଗରିବ ଚାଷୀଙ୍କୁ ମିଳିଲା ସଫଳତା । ନିଆଁରେ ପୋଡିଯାଇଥିବା 6,450 ଟଙ୍କାକୁ ବଦଳାଇ ନୂଆ ଟଙ୍କା ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଅହମ୍ମଦରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

65 ବର୍ଷ ବୟସ୍କ ଲୁଣ ଚାଷୀ ବାବୁ ରେଡାନୀ 30 ହଜାର ଟଙ୍କା ଋଣ ନେଇଥିଲେ । ହେଲେ 2020 ନଭେମ୍ବର 9 ତାରିଖରେ ରେଡାନୀଙ୍କ ପରିବାର ଲୋକ ଚୁଲିରେ ଖିଚିଡି ରୋଷେଇ କରୁଥିଲା ବେଳେ ପବନ ବହିବା କାରଣରୁ ସେହି ନିଆଁ ଯାଇ ପାଖରେ ଥିବା କପଡାରେ ଲାଗିବା ସହ ଉକ୍ତ ଟଙ୍କାର କିଛି ଅଂଶରେ ଲାଗିଯାଇଥିଲା । ରେଡାନୀ ସେହି 30 ହଜାର ଟଙ୍କାକୁ ଅଧା ଅଧାର କରି ଘରର ବିଭିନ୍ନ ସ୍ଥାନରେ ରଖିଥିଲେ । ତେବେ ନିଆଁ ଜଳିବା ସମୟରେ ସେ ହତାଶ ହୋଇ ନିଆଁକୁ ଆୟତ୍ତ କରିଥିଲେ ଏବଂ 6,450 ଟଙ୍କା ଟଙ୍କା ଉଦ୍ଧାର କରିଥିଲେ । ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ସେ ପୋଡିଯାଇଥିବା ନୋଟଗୁଡ଼ିକୁ ସ୍ଥାନୀୟ ବ୍ୟାଙ୍କକୁ ନେଇ ଯାଇଥିଲେ ଯାହା କେବଳ ଆରବିଆଇ ନୋଟ ବିନିମୟ କରିପାରିବ ବୋଲି ସେମାନେ କହିଥିଲେ।

ବହୁ ପ୍ରୟାସ ପରେ ରେଡାନି ଅହମ୍ମଦାବାଦ ଆରବିଆଇ ଶାଖାକୁ ଯିବା ପରେ ସେଠାରେ ସେମାନେ କହିଥିଲେ କି ଏଭଳି ଖରାପ ନୋଟ ବିନିମୟ ୱିଣ୍ଡୋ ଅନେକ ମାସ ଧରି ବନ୍ଦ ହୋଇଯାଇଛି । ଏହା ଶୁଣି ରେଡାନୀ ଭାଙ୍ଗିପଡିଥିଲେ । ତାଙ୍କ ପରିବାରର ଥାଳିରେ ଖାଦ୍ୟ ଥିବା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ବନ୍ଧୁମାନେ ସେମାନଙ୍କର ଅଳ୍ପ ଆୟରୁ କିଛି ଟଙ୍କା ସଂଗ୍ରହ କରିଥିବାବେଳେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଶେଷରେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା ବିନିମୟ କରିବାକୁ ସେ ଅନୁରୋଧ କରି କେନ୍ଦ୍ରୀୟ ବ୍ୟାଙ୍କକୁ ଚିଠି ଲେଖିଥିଲେ । ଏହା ପରେ ଆରବିଆଇର ସ୍ବତନ୍ତ୍ର କମିଟି ସଦସ୍ୟ ଆସି ତାଙ୍କୁ ଭେଟି ଟଙ୍କାକୁ ବିନିମୟ କରାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.